26 OCTOBER 2026

Welcome!

Unlock your personalized experience.
Sign Up

Protest: ମହଙ୍ଗା ମାଡ଼ ଓ ସରକାରୀ ନୀତିକୁ ବିରୋଧ: ୟୁରୋପରେ ପ୍ରବଳ ହିଂସା

Oct 26, 2026 - 07:33
Protest: ମହଙ୍ଗା ମାଡ଼ ଓ ସରକାରୀ ନୀତିକୁ ବିରୋଧ: ୟୁରୋପରେ ପ୍ରବଳ ହିଂସା

ପ୍ୟାରିସ: ବୃଦ୍ଧି ପାଉଥିବା ଜୀବନଧାରଣ ବ୍ୟୟ, ମହଙ୍ଗା ମାଡ଼, ଘରଭଡ଼ା ବୃଦ୍ଧି ଏବଂ ସରକାରୀ ନୀତିକୁ ବିରୋଧ କରି ସମଗ୍ର ୟୁରୋପରେ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପ୍ୟାରିସ୍, ମାଦ୍ରିଦ, ରୋମ ଏବଂ ଲିସ୍‌ବନ ଭଳି ପ୍ରମୁଖ ସହରଗୁଡ଼ିକରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଫ୍ରାନ୍ସରେ ସାମ୍ପ୍ରତିକ ସ୍ଥିତି ଅତି ଜଟିଳ ହୋଇପଡ଼ିଥିବା ବେଳେ  ସାରା ଦେଶରୁ ପ୍ରାୟ ୧୦୦୦ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ଗୃହମନ୍ତ୍ରୀ ଲୁସେଣ୍ଟ ନୁନେଜ କହିଛନ୍ତି ଯେ, କଳା ପୋଷାକ ପରିହିତ ଚରମପନ୍ଥୀମାନେ ପୁଲିସ ଉପରକୁ ଭୀଷଣ ଆକ୍ରମଣ କରି ହିଂସା ସୃଷ୍ଟି କରୁଛନ୍ତି ଏବଂ ସେମାନଙ୍କୁ ନିୟନ୍ତ୍ରଣ କରବାକୁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯାଉଛି।

Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତକାଲି ଓ ଆଜି ଫ୍ରାନ୍ସରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ୟାରିସରେ ଲକ୍ଷାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଏହି ଆନ୍ଦୋଳନର ଆୟୋଜକଙ୍କ ପକ୍ଷରୁ ସାରା ଦେଶରେ ୮ ଲକ୍ଷ ଲୋକ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ଦାବି କରାଯାଇଛି। ପ୍ୟାରିସ୍, ଲିଅନ, ମାର୍ସେଲ ଓ ଟୁଲୁଜ୍ ଭଳି ସହରରେ ପୁଲିସ ସହ ଆନ୍ଦୋଳନକାରୀଙ୍କ ପ୍ରବଳ ଧସ୍ତାଧସ୍ତି ହୋଇଛି। କେବଳ ପ୍ୟାରିସ୍‌ରେ ୩୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଏହି ଘଟଣା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନୀ ସଭାରେ କହିଛନ୍ତି ଯେ, ଫ୍ରାନ୍ସ ଆଜି ନିଜ ସୀମା ଖୋଲା ରଖିବା ଯୋଗୁଁ ସମ୍ପୂର୍ଣ୍ଣ ଧ୍ବଂସ ଆଡ଼କୁ ଅଗ୍ରସର ହେଉଛି। ଫ୍ରାନ୍ସକୁ ଘୃଣା କରୁଥିବା ଏହିଭଳି ଲୋକଙ୍କୁ ନିଜ ଦେଶରେ କେବେ ମଧ୍ୟ ପ୍ରବେଶ କରାଇବା ଉଚିତ ନୁହେଁ ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି।

ଫ୍ରାନ୍‌ସରେ ୧୦୦୦ ଆନ୍ଦୋଳନକାରୀ ଗିରଫ
ଆଲବାନିଆରେ ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼
ରୋମ, ମାଦ୍ରିଦ ଓ ଲିସ୍‌ବନରେ ବିଶାଳ ପ୍ରତିବାଦ

ଅନ୍ୟପକ୍ଷରେ ଆଲବାନିଆର ରାଜଧାନୀ ତିରାନାରେ ମଧ୍ୟ ହଜାର ହଜାର ଲୋକ ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଟ୍ରମ୍ପଙ୍କ ପରିବାର ସହ ଜଡ଼ିତ ଏକ ବିଳାସପୂର୍ଣ୍ଣ ହୋଟେଲ ପ୍ରକଳ୍ପ ଯୋଗୁଁ ଉପକୂଳ ଅଞ୍ଚଳ ନଷ୍ଟ ହେଉଥିବା ଦର୍ଶାଇ ଗତ ମେ ମାସରୁ ଚାଲିଥିବା ଏହି ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେଇଛି। ପୁଲିସ ଲୋକଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ୍ ବ୍ୟହବାର କରିଛି। ଏହି ସଂଘର୍ଷରେ ପ୍ରାୟ ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଓ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିପରି ଇଟାଲୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସରକାର ପକ୍ଷରୁ କଡ଼ା କଟକଣା ସତ୍ତ୍ୱେ ହଜାର ହଜାର ଛାତ୍ର, ଟ୍ରକ୍ ଚାଳକ ଓ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ହିଂସା ସୃଷ୍ଟି କରିବା ଅଭିଯୋଗରେ ସେଠାରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩୭୧ ଜଣଙ୍କୁ ଅଟକ ରଖାଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଇନ୍ଧନ ଦର ବୃଦ୍ଧି ପାଇଥିବାରୁ ସରକାର ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସ୍ପେନ୍‌ର ରାଜଧାନୀ ମାଦ୍ରିଦର ପ୍ରସିଦ୍ଧ ପୁଏର୍ତା ଦେଲ୍ ସୋଲ୍ ଛକରେ ହଜାର ହଜାର ଆନ୍ଦୋଳନକାରୀ  ଆବାସ ସଙ୍କଟ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି। ଜଣେ ୮୭ ବର୍ଷୀୟ ବୃଦ୍ଧାଙ୍କୁ ଘରଭଡ଼ା ନଦେଇପାରିବାରୁ ବେଦଖଲ କରାଯିବା ପରେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପିଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ଙ୍କ ସଂଖ୍ୟାଲଘୁ ସରକାର ଏହି ସଙ୍କଟ ଦୂର କରିବା ପାଇଁ ଆଣିଥିବା ଆବାସ ବିଲ୍ ସଂସଦରେ ପାସ୍ ନହେବାରୁ ଆସନ୍ତା ନଭେମ୍ବର ୨୯ ତାରିଖରେ ଦେଶରେ ଆଗୁଆ ସାଧାରଣ ନିର୍ବାଚନ ଘୋଷଣା କରାଯାଇଛି।

Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

ପର୍ତ୍ତୁଗାଲରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି, ଯେଉଁଠି ୨୦୧୭ ମସିହା ପରଠାରୁ ଘରର ମୂଲ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ରାଜଧାନୀ ଲିସ୍‌ବନରେ ହଜାର ହଜାର ଯୁବକ ଶନିବାର ପଦଯାତ୍ରା କରିବା ସହ ୧୦୦ରୁ ଅଧିକ ତମ୍ବୁ ପକାଇ ପ୍ରତିବାଦ କରିଥିଲେ। ରବିବାର ଭୋର ସମୟରେ ପୁଲିସ  ତମ୍ବୁଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବା ସହ ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।