Puja Mandap Catches Fire ଜଳିଗଲା ଗଣପତିଙ୍କ ପୂଜାମଣ୍ଡପ, ଜନଗହଳି ସତ୍ବେ ବଡ଼ ଟଳିଲା ବଡ଼ବିପଦ
"ସମ୍ବଲପୁର: ସମ୍ବଲପୁର ବୁଢ଼ାରାଜା ଠାରେ ଥିବା ଡେହେରିପାଲି ଗଣପତିଙ୍କ ପୂଜାମଣ୍ଡପରେ ଆଜି (ସୋମବାର) ରାତିରେ ହଠା୍ତ୍ ଅଗ୍ନିକାଣ୍ଡ ଘଟି ସମଗ୍ର ମଣ୍ଡପଟି ପୋଡ଼ିଯାଇଛି।
ତେବେ ରାତିରେ ମଣ୍ଡପ ନିକଟରେ ପ୍ରବଳ ଜନସମାଗମ ହୋଇଥିଲେ ମଧ୍ୟ କାହାରି ବିଶେଷ କ୍ଷୟକ୍ଷତି ହୋଇନାହିଁ।Advertisment ସୂଚନାନୁସାରେ, ରାତି ପ୍ରାୟ ସାଢ଼େ ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
ଆୟୋଜକ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀମାନେ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଦୂରକୁ ହଟାଇବାକୁ ସକ୍ଷମ ହୋଇଥିଲେ।
ମଣ୍ଡପ ମଧ୍ୟରେ ପୂଜକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କର କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିଲା।
ସୂଚନା ପାଇଁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। electrocution death ଗଣେଶ ପୂଜା ମଣ୍ଡପ ସାଜସଜ୍ଜା ବେଳେ ବିଦ୍ୟୁତାଘାତରେ ଯୁବକ ମୃତ ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୁଦାମ କିଶକୋ ସୂଚନା ଦେଇଛନ୍ତି।
ଶ୍ରୀ କିଶକୋଙ୍କ ସୂଚନା ଅନୁସାରେ ଦେହେରିପାଲି ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଳନ କରାଯାଇଥିଲା।
ରାତି ୮.୨୫ ମିନିଟ ସମୟରେ ନିଆଁ ଲାଗିଥିବା ନେଇ ଫୋନ୍ ଆସିଥିଲା।
ଫୋନ୍ କଲ୍ ପାଇବାପରେ ତୁରନ୍ତ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରାଯାଇଥିଲା।
ତେବେ ପୂଜା ମଣ୍ଡପରେ ଲୁହା ଷ୍ଟାଣ୍ଡ ସହିତ ପଲିଷ୍ଟର କପାଡ଼ାର କାରୁକାର୍ଯ୍ୟ କରାଯାଇଥିଲା।
ଯେଉଁଥିପାଇଁ ନିଆଁ ଶୀଘ୍ର ଧରି ଚାରିଆଡ଼େ ବ୍ୟାପି ଯାଇଥିଲା।
ଦେଖୁ ଦେଖୁ ମୁଖ୍ୟ ମଣ୍ଡପଟି ଜଳି ଯାଇଥିଲା।
ତବେ ପ୍ରାଥମିକ ତଦନ୍ତରୁ ଦୀପନିଆଁ ବା ବିଦ୍ୟୁତ୍ ସର୍ଟସର୍କିଟ ପାଇଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଏହି ଅଗ୍ନିକାଣ୍ଡଘଟଣାରେ ପୂଜା ମଣ୍ଡପ କ୍ଷତି ହୋଇଥିବା ବେଳେ ଅନ୍ୟ କାହାର କୌଣସି କ୍ଷତି ହୋଇ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।