Punjab: ପଞ୍ଜାବରେ ତିନି ସ୍କୁଲ୍‌ ପରିଦର୍ଶନ ପରେ ସୋସିଆଲ୍‌ ମିଡିଆରେ ପ୍ରଶ୍ନ

Sep 11, 2026 - 23:31
Punjab: ପଞ୍ଜାବରେ ତିନି ସ୍କୁଲ୍‌ ପରିଦର୍ଶନ ପରେ ସୋସିଆଲ୍‌ ମିଡିଆରେ ପ୍ରଶ୍ନ

"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର "ସ୍କୁଲ୍‌ ଠିକ୍‌ କର" ଅଭିଯାନ ଅଧୀନରେ ପଞ୍ଜାବରେ କରାଯାଇଥିବା ସାମାଜିକ ଅଡିଟ୍‌କୁ ନେଇ ବିବାଦ ଦେଖାଦେଇଛି।

ସିଜେପିର ସହ-ସଂଯୋଜକ ସୌରଭ ଦାସ ଓ ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ପଞ୍ଜାବର ତିନିଟି ସ୍କୁଲ୍‌ ପରିଦର୍ଶନ କରିଥିଲେ।

ତେବେ ଏହି ଅଡିଟ୍‌ରେ ସ୍କୁଲ୍‌ର ଅବ୍ୟବସ୍ଥା ଅପେକ୍ଷା ଭଲ ଦିଗକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ନେଇ ସୋସିଆଲ୍‌ ମିଡିଆରେ ପ୍ରଶ୍ନ ଉଠିଛି।Advertisment ସିଜେପି ଏହା ପୂର୍ବରୁ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସରକାରୀ ସ୍କୁଲ୍‌ର ଦୁରବସ୍ଥା ଦେଖାଇ ସରକାରଙ୍କୁ ଘେରି ଆସୁଥିଲା।

ଏହି କାରଣରୁ ପଞ୍ଜାବ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡକୁ ଟିମ୍‌ ପଠାଇ ନିଜ ଉପରେ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ଦଳ ଚାହୁଥିଲା ବୋଲି ରିପୋର୍ଟରେ କୁହାଯାଇଛି।

କିନ୍ତୁ ପଞ୍ଜାବର ଅଡିଟ୍‌ ପରେ ଏହାର ଓଲଟା ପ୍ରଭାବ ପଡ଼ିଥିବା ଦାବି କରାଯାଇଛି।

ସୌରଭ ଦାସ ଲୁଧିଆନାର ଏକ "ସ୍କୁଲ୍‌ ଅଫ୍‌ ଏମିନେନ୍ସ" ପରିଦର୍ଶନ କରି ସେଠାକାର ସୁଇମିଂ ପୁଲ୍‌, ବ୍ୟାଡମିଣ୍ଟନ୍‌ କୋର୍ଟ ଓ ଏଆଇ ଲ୍ୟାବ୍‌ ଦେଖାଇବା ସହ ସ୍କୁଲ୍‌ର ଭଲ ପରୀକ୍ଷାଫଳକୁ ପ୍ରଶଂସା କରିଥିଲେ।

ଏହି ସ୍କୁଲ୍‌ର ଉଦ୍‌ଘାଟନ ପ୍ରାୟ ଦୁଇ ବର୍ଷ ପୂର୍ବରୁ ହୋଇଥିଲା।

ଅନ୍ୟ ଦୁଇଟି ସ୍କୁଲ୍‌ର କୋଠା ପୁରୁଣା ବୋଲି କୁହାଯାଇଥିଲେ ମଧ୍ୟ ଗତ କିଛି ବର୍ଷରେ ସରକାର ସେଠାରେ ଅନେକ କାମ କରିଥିବା ଦାସ କହିଥିଲେ।

Punjabi singer Baljit Singh: ଘରୁ ଉଦ୍ଧାର ହେଲା ପଞ୍ଜାବୀ ଗାୟକ ବଲଜିତ୍‌ ସିଂହଙ୍କ ମୃତଦେହ ଏହି ଭିଡିଓ ସୌରଭ ଦାସ ଏକ୍ସରେ ପୋଷ୍ଟ କରିବାର ପ୍ରାୟ ୨୦ ଘଣ୍ଟା ମଧ୍ୟରେ ତାଙ୍କ ପୋଷ୍ଟରେ ପ୍ରାୟ ୫,୨୦୦ ପ୍ରତିକ୍ରିୟା ଆସିଥିଲା।

ରିପୋର୍ଟ ଅନୁସାରେ, ଗ୍ରୋକ୍‌ ଦ୍ୱାରା ଏହି ପ୍ରତିକ୍ରିୟାର ବିଶ୍ଳେଷଣରେ ପ୍ରାୟ ୮୫ରୁ ୯୫ ପ୍ରତିଶତ ମନ୍ତବ୍ୟ ସୌରଭ ଦାସ କିମ୍ବା ସିଜେପି ବିରୋଧୀ ଥିବା ଦାବି କରାଯାଇଛି।

ଅନେକେ ଏହାକୁ ସ୍ୱାଧୀନ ଅଡିଟ୍‌ ନୁହେଁ, ବରଂ ପ୍ରଚାର ବୋଲି ଅଭିଯୋଗ କରିଛନ୍ତି।

ସିଜେପି ଓ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା ତୀବ୍ର ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।