Puri canal: ପୁରୀ କେନାଲରୁ ମିଳିଲା ନି‌ଖୋଜ ମହିଳାଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ଝିଅ

Aug 27, 2026 - 06:04
Puri canal: ପୁରୀ କେନାଲରୁ ମିଳିଲା ନି‌ଖୋଜ ମହିଳାଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ଝିଅ

"ବାଲିଅନ୍ତା ବଜାର/ବାଲିଅନ୍ତା: ରବିବାରଠାରୁ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଆଜି ପୁରୀ କେନାଲରୁ ମିଳିଛି।

ବାଲିଅନ୍ତା ଥାନା ସତ୍ୟଭାମାପୁର ଅଲାରପୁର ସାଇଫନ୍‌ ନିକଟରୁ ଅଗ୍ନିଶମ ବାହିନୀ ମୃତଦେହକୁ ପାଣିରୁ ବାହାର କରି ପୁଲିସ ଜିମା ଦେଇଛି।

ମୃତ ମହିଳା ହେଲେ କଟକ ମଧୁପାଟଣା ଥାନା ନୂଆପଡ଼ାର ବାସିନ୍ଦା ସ୍ବର୍ଗତ ହେମନ୍ତ ପାଣିଙ୍କ ପତ୍ନୀ ରୀନା ପାଣି(୫୪)।

ବାଲିଅନ୍ତା ଥାନା ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ରୀନାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି।

ସେ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହାକୁ ନେଇ ପୁଲିସ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ୍‌ରୁ କିଛି ସୁରାକ ମିଳିବା ଆଶା ଥିବାରୁ ପୁଲିସ ସେହିଦିଗରେ ତଦନ୍ତ କରୁଥିବା ସୂଚନା ମିଳିଛି।

ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ପୁଲିସ ଅପେକ୍ଷା କରିଛି।

ଝିଅ ସୁଭଦ୍ରା ହତ୍ୟା ଅଭିଯୋଗ ଆଣିଥିଲେ ହେଁ ପୁଲିସ ପ୍ରାଥମିକ ପଦକ୍ଷେପ ଅନୁସାରେ ଅପମୃତ୍ୟୁ ମାମଲା ରୁଜୁ କରିଛି।

Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ଆଜି ସକାଳେ ଅଲାରପୁର ସାଇଫନ୍‌ ନିକଟ ପୁରୀ କେନାଲ କୂଳ‌ରେ ଏକ ବରକୋଳି ଗଛରେ ଗଳିତ ମୃତଦେହଟି ଲାଗିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକେ ବାଲିଅନ୍ତା ଥାନାକୁ ଜଣାଇଥିଲେ।

ପୁଲିସଠାରୁ ସୂଚନା ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଏବଂ ଶବକୁ କେନାଲ ଭିତରୁ ବାହାରକୁ ଆଣିଥିଲା।

ଗଳିତ ଶବକୁ ଚିହ୍ନଟ କରିବା ସମ୍ଭବ ହୋଇନଥିଲା।

ପୂର୍ବରୁ ବିଭିନ୍ନ ଥାନାରେ ରୀନାଙ୍କ ନିଖୋଜ ମାମଲା ହୋଇଥିବାରୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ଆସିବାକୁ ଜଣାଇଥିଲା।

ପୁଲିସଠାରୁ ଖବର ପାଇ ରୀନାଙ୍କ ଝିଅ ସୁଭଦ୍ରାଙ୍କ ସମେତ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ପହଞ୍ଚିଥିଲେ ଏବଂ ମୃତଦେହକୁ ଚିହ୍ନଟ କରିଥିଲେ।

ଝିଅ ସୁଭଦ୍ରାଙ୍କ କହିବା ଅନୁସାରେ ରୀନା ସହିଦନଗର ରୂପlଲି ଛକ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ।

ଗତ ରବିବାର ଦିନ ସେ ନଖରା ଲକ୍ଷେଶ୍ୱର ମନ୍ଦିରକୁ ଯାଇଥିଲେ ଏବଂ ସେଠାରୁ ନିଖୋଜ ହୋଇଯାଇଥିଲେ।

ଖୋଜାଖୋଜି କରି ବିଫଳ ହେବା ପରେ ସେ ସହିଦନଗର ଓ ପାହାଳ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।

Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।