Barsha' festival: ‘ବର୍ଷା’ ଉତ୍ସବର ଦ୍ବିତୀୟ ସନ୍ଧ୍ୟା: ମନ୍ତ୍ରମୁଗ୍ଧ କଲା ସୀତାର ଓ ତବଲା ବାଦନ

Aug 27, 2026 - 06:04
Barsha' festival: ‘ବର୍ଷା’ ଉତ୍ସବର ଦ୍ବିତୀୟ ସନ୍ଧ୍ୟା: ମନ୍ତ୍ରମୁଗ୍ଧ କଲା ସୀତାର ଓ ତବଲା ବାଦନ

"ଭୁବନେଶ୍ବର: ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ ବର୍ଷା ଉତ୍ସବର ଦ୍ବିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ "ବସୁଧା" ପରିବେଷଣ କରାଯାଇଥିଲା।

ପରେ ପଣ୍ଡିତ ସୁବ୍ରତ ଦେଙ୍କ ସୀତାର୍‌ ବାଦନ ଓ ଗୁରୁ କୁଳମଣି ସାହୁଙ୍କ ତବଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ସେହିପରି ବିଦୂଷୀ ଅଞ୍ଜନାମୟୀ ସାଇକିଆଙ୍କ "ବରିଷ୍ କେ ବୁନ୍ଦ" ସତ୍ରୀୟା ନୃତ୍ୟ ଆଜିର ମୁଖ୍ୟ ଆକର୍ଷଣ ପାଲଟିଥିଲା।

ଓଡ଼ିଶୀ କଣ୍ଠସଙ୍ଗୀତରେ ଗୁରୁ ନିମାକାନ୍ତ ରାଉତରାୟ, ବିଜୟଲକ୍ଷ୍ମୀ ରାଉତରାୟ ଓ ଦଳ ଅଂଶଗ୍ରହଣ କରିଥିଲେ।

ଏଥି ସହ ଗୁରୁ କୁଳମଣି ସାହୁ ଓ ସାଥୀଙ୍କ ଦ୍ୱାରା ବୃନ୍ଦବାଦ୍ୟରେ "ବର୍ଷା ବିଚିତ୍ର" କାର୍ଯ୍ୟକ୍ରମ ଶ୍ରୋତାଙ୍କୁ ରୋମାଞ୍ଚିତ କରିଥିଲା।Advertisment Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ୟାରିସର ପରିବେଶବିତ୍‌ ରାଫେଲ, ଆର୍ମେନିଆର ଜନ୍‌, ସ୍କାଉଟ୍‌ର କାଳୀପ୍ରସାଦ ମିଶ୍ର, ଅନୁଷ୍ଠାନର ସଭାପତି ସହଦେବ ସାହୁ ଯୋଗ ଦେଇଥିଲେ।

ମହାସଚିବ ସୁରେନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ଶ୍ରୀନିବାସ ଘଟୁଆରୀ ଓ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଖୀ...ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ସାକ୍ଷୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।