Puri Jagannath Temple ritual: 'ରାଧା-ଦାମୋଦର' ବେଶରେ ଦର୍ଶନ ଦେଲେ ଶ୍ରୀବିଗ୍ରହ, ଆରମ୍ଭ ହେଲା ରାଇଦାମୋଦର ବ୍ରତ
ପୁରୀ : ଆଶ୍ବିନ ଶୁକ୍ଳ ପାପାଙ୍କୁଶା ଏକାଦଶୀରେ ଶ୍ରୀବିଗ୍ରହ 'ରାଧା-ଦାମୋଦର' ବା ରାଇଦମୋଦର ବା ରାଧାକୃଷ୍ଣ ବେଶରେ ଦର୍ଶନ ଦେଇଛନ୍ତି।
ଏହି ବେଶରେ ପ୍ରଭୁ ଶ୍ରରଜଗନ୍ନାଥ କାର୍ତିକ ଶୁକ୍ଳ ଦଶମୀ ଯାଏଁ ଭକ୍ତଙ୍କୁ ଦର୍ଶନ ଦେବେ।
ଏହା ସହ ଓଡ଼ିଶାର ପୁରପଲ୍ଲୀରେ ରାଇ ଦାମୋଦର ବ୍ରତ ଆରମ୍ଭ ହୋଇଛି।
Advertisment ରତ୍ନ ସିଂହାସନରେ ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କର 'ରାଧା ଦାମୋଦର' ବେଶ କରାଯାଇଛି।
ତ୍ରିକଚ୍ଛ ବସ୍ତ୍ର ସହ ଅଣ୍ଟାରେ ସୁନା ଦଉଡ଼ି ତଥା ଅଣ୍ଟା ପଟି ଶୋଭା ପାଇଛି।
ହାତରେ ସୁବର୍ଣ୍ଣର ନଳୀ ଭୁଜା, ତ୍ରିମୁଣ୍ଡି ଉପରେ ବାଉଁଶ ପାତିଆ, କନା ନିର୍ମିତ ଚୂଳ ଏବଂ ଚୂଳ ଅଗ୍ରଭାଗରେ ଚନ୍ଦ୍ରିକା ଶୋଭା ପାଇଛି।
କାନରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଧାରଣ କରିଛନ୍ତି।
ଅକ୍ଟୋବର ୧୪ରୁ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ ଆଜି ଭୋର ୬ଟାରେ ଦ୍ବାର ଫିଟା ହେବା ପରେ ଭିତରଶୋଧ, ମଙ୍ଗଳ ଆଳତି, ଅବକାଶ ପୂଜା, ମଇଲମ ଓ ରୋଷ ହୋମ ପରେ ସକାଳ ୯ଟା ୨୦ରେ ରାଧା ଦାମୋଦର ବେଶ କରାଯାଇଥିଲା।
ବେଶ ଶେଷ ହେବା ପରେ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିଥିଲେ।
ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ବାଳଧୂପ ହୋଇଥିଲା।
ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତିରେ ବିଶୃଙ୍ଖଳା: ଆଜି ବି ରାଧାଦାମୋଦର ବେଶ, ବାଳଧୂପ ୩ ଘଣ୍ଟା ବିଳମ୍ବ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ଭାସ୍କର ମିଶ୍ରଙ୍କ ତଥ୍ୟ ମୁତାବକ, ଶ୍ରୀଜଗନ୍ନାଥ ଓ ଭଗବାନ ବିଷ୍ଣୁଙ୍କର କାର୍ତିକ ମାସର ନାମ ହେଉଛି 'ଦାମୋଦର'।
ଦ୍ବାପର ଯୁଗ ସହ ଏହାର ସମ୍ପର୍କ ରହିଛି।
କୁବେରଙ୍କ ପୁତ୍ର ନଳକୂବର ଓ ମଣିଗ୍ରୀବ ଧନ ମୋହରେ ଅନ୍ଧ ହୋଇ ସ୍ବକର୍ତ୍ତବ୍ୟ ଭୁଲିଯାଇଥିଲେ।
ତେଣୁ ନାରଦଙ୍କ ଅଭିଶାପ ପାଇଁ ଦୁହେଁ ଯାମଳ ଅର୍ଜୁନ ବୃକ୍ଷରେ ରୂପାନ୍ତର ହୋଇ ଗୋପପୁରରେ ରହିଥିଲେ।
ଏକଦା ଦୁଷ୍ଟାମୀ ଯୋଗୁଁ ବାଳ ଶ୍ରୀକୃଷ୍ଣଙ୍କୁ ଅଣ୍ଟାରେ ଯଶୋଦା ଦଉଡ଼ି ବାନ୍ଧି, ସେଇ ଦଉଡ଼ିକୁ ଏକ ଢିଙ୍କି ସହ ବାନ୍ଧି ଦେଇଥିଲେ।
ବୃକ୍ଷ ଦୁଇଟି ସେଇ ନିକଟରେ ଥିବାରୁ ଶ୍ରୀକୃଷ୍ଣ ସେଇ ଦୁଇ ବୃକ୍ଷ ମଝିରେ ଗଳି ଚାଲିଯିବାରୁ ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇ ଉପୁଡ଼ି ପଡ଼ିଥିଲା।
ଅଣ୍ଟା ବା ଉଦରରେ 'ଦାମ' ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ଦାମୋଦର ରୂପେ ଅଭିହିତ ହେଲେ।
Puri: ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ସ୍ୱତନ୍ତ୍ର ଦର୍ଶନ ବ୍ଯବସ୍ଥା ଡ.ମିଶ୍ର ଭକ୍ତଚରଣ ଦାସଙ୍କ 'ମଥୁରା ମଙ୍ଗଳ' ଓ ଅନ୍ୟ କେତେକ କାବ୍ୟକୁ ଉଦ୍ଧାର ପୂର୍ବକ ଉଲ୍ଲେଖ କରିଛନ୍ତି, ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ରାଧା ଦାମୋଦର ବେଶ କରାଯାଇଛି।
ଏହି ମାସରେ ମହିଳାମାନେ କରୁଥିବା 'ରାଈ ଦାମୋଦର' ବ୍ରତରେ ଦାମୋଦରଙ୍କ ସହିତ ରାଧା ତଥା ରାଈଙ୍କୁ ଏକତ୍ର ପୂଜା କରାଯାଇଥାଏ।
ସେବାୟତ କୂଳର କିଛି ମା'ମାନେ ବ୍ରତକୁ ଦୃଢ଼ ନିଷ୍ଠାର ସହକାରେ ପାଳନ କରିଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।