Puri Locals Protest Outside Jagannath Temple: ଶ୍ରୀମନ୍ଦିର ସମ୍ମୁଖରେ ଧାରଣା ଦେଲେ ପୁରୀବାସୀ, ସହଜ ଦର୍ଶନ ବ୍ୟବସ୍ଥା ଦାବି
ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣା। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଦର୍ଶନ ବ୍ୟବସ୍ଥା ଦାବିରେ ଧାରଣାରେ ବସିଛନ୍ତି ପୁରୀ ଲୋକ । ଦୀର୍ଘ ୧୪୨ ଦିନ ଧରି ପୁରୀ ବାସୀ ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ଶୁଣୁ ନଥିବାରୁ ବାଧ୍ୟ ହୋଇ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଏହାରି ଭିତରେ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସେହିପରି ସେବାୟତମାନେ ନିଜ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିରକୁ ନେବା ପାଇଁ ପଶ୍ଚିମ ଦ୍ବାରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁରୀ ବାସୀଙ୍କ ପାଇଁ କାହିଁକି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ନାହିଁ ବୋଲି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବାସୀ। ଯେପର୍ଯ୍ୟନ୍ତ ପ୍ରଶାସନ ପୁରୀ ବାସୀଙ୍କ ଦାବି ପୂରଣ କରିନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।...
ଶ୍ରୀମନ୍ଦିର ସାମ୍ନାରେ ଧାରଣା
ପୁରୀ ବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସହଜ ଦର୍ଶନ ବ୍ୟବସ୍ଥା ଦାବି
ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସମ୍ମୁଖରେ ପୁରୀବାସୀଙ୍କ ଧାରଣା
ଦାବି ପୂରଣ ନହେବା ଯାଏଁ ଅହୋରାତ୍ର ଧାରଣା ନିଷ୍ପତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।