PV Sindhu: ବିଡବ୍ଲ୍ୟୁଏଫ୍ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍ ମାନ୍ୟତାରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି।
ନିକଟରେ ହାଇଲୋ ଓପନ୍ ଜିତିବା ପରେ ତାଙ୍କର ବିଶ୍ବ ମାନ୍ୟତାରେ ଏହି ଉନ୍ନତି ହୋଇଛି।
ଚଳିତ ଋତୁରେ ଏହା ତାଙ୍କର ଦ୍ବିତୀୟ ମୁକୁଟ।
ପୂର୍ବରୁ ଜାପାନ ଓପନ୍ ରେ ସେ ବିଜେତା ହୋଇଥିଲେ।
ଜର୍ମାନୀରେ ଏହି ସୁପର ୫୦୦ ମୁକୁଟ ଜିତିବା ସହ ସିନ୍ଧୁ ୯୨୦୦ ପଏଣ୍ଟ୍ ପାଇ ମାନ୍ୟତା ୨ଟି ସ୍ଥାନ ଲମ୍ଫ ଦେଇଛନ୍ତି।
Advertisment ଚଳିତ ଋତୁରେ ପିଭି ସିନ୍ଧୁଙ୍କର ଦ୍ବିତୀୟ ମୁକୁଟ ଗତ ସପ୍ତାହରେ ଫ୍ରେଞ୍ଚ ଓପନ୍ ଫାଇନାଲ୍ରେ ବିଶ୍ବର ଏକ ନମ୍ବର ଆନ୍ ସି-ୟଙ୍ଗ୍ଙ୍କଠୁ ହାରିବା ପରେ ସେ ୩ଟି ସ୍ଥାନ ଉଠି ଶୀର୍ଷ ୧୦ରେ ପ୍ରବେଶ କରିଥିଲେ।
ଶେଷ ଥର ଲାଗି ସିନ୍ଧୁ ୨୦୨୨ ଅକ୍ଟୋବରରେ ଶୀର୍ଷ ୫ ମଧ୍ୟରେ ରହିଥିଲେ।
ଭାରତର ଅନ୍ୟ ଦୁଇ ମହିଳା ଏକକ ଖେଳାଳି ତନ୍ବୀ ଶର୍ମା ଗୋଟିଏ ସ୍ଥାନ ଉଠି ୨୧ରେ ଏବଂ ଉନ୍ନତି ହୁଡ଼ା ୨ ସ୍ଥାନ ଖସି ୨୩ରେ ରହିଛନ୍ତି।
ହାଇଲେ ଓପନ୍ ପୁରୁଷ ଏକକ ମୁକୁଟ ଜିତିବା ପରେ ଲକ୍ଷ୍ୟ ସେନ୍ ଗୋଟିଏ ସ୍ଥାନ ଉଠି ତ୍ରୟୋଦଶରେ ରହିଛନ୍ତି।
ଉଦ୍ଯାପିତ ହେଲା ଏନ୍ଆଇଟି ରାଉରକେଲା କ୍ରୀଡ଼ା ମହୋତ୍ସବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।