Iran: ଆମେରିକାରେ ଡେମୋକ୍ରାଟ୍ଙ୍କ ବିଜୟ ଯୁଦ୍ଧବିରୋଧୀ ଜନମତର ପ୍ରତିଫଳନ: ଇରାନ
ତେହେରାନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ଦଳର ବିଜୟକୁ ଯୁଦ୍ଧ ବିରୋଧରେ ଆମେରିକୀୟ ଜନସାଧାରଣଙ୍କ ମତର ପ୍ରତିଫଳନ ବୋଲି କହିଛି ଇରାନ।
ଇରାନ ସହ ଯୁଦ୍ଧକୁ ନେଇ ଆମେରିକାରେ ଅସନ୍ତୋଷ ବଢ଼ୁଥିବା ବେଳେ ଡେମୋକ୍ରାଟିକ୍ ଦଳର ବିଜୟ ଏହାର ସଙ୍କେତ ବୋଲି ଇରାନର ସଂସଦ ବାଚସ୍ପତି ତଥା ଆମେରିକା ସହ ଆଲୋଚନାରେ ଇରାନ ର ମୁଖ୍ୟ ପ୍ରତିନିଧି ମହମ୍ମଦ ବାଘେର ଗାଲିବାଫ୍ କହିଛନ୍ତି।
Advertisment ଆହୁରି ପଢନ୍ତୁ : Union Cabinet Approves: ୨୫,୪୭୩ କୋଟିର ୪ଟି ପ୍ରସ୍ତାବରେ ମୋହର ବୁଧବାର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏକ ପୋଷ୍ଟ କରି ଗାଲିବାଫ୍ କହିଛନ୍ତି, ବିବେକର ପ୍ରଭାବ ହେଉ କି ଜୀବନଧାରଣ ଖର୍ଚ୍ଚର ବୃଦ୍ଧି, ଆମେରିକୀୟମାନେ ଯୁଦ୍ଧକୁ ନା କହିଛନ୍ତି ଏବଂ ଆମେ ଏହି ବାର୍ତ୍ତାକୁ ସମର୍ଥନ କରୁଛୁ।
ଆମେରିକା ସରକାର ନିଜ ଦେଶର ଲୋକଙ୍କ ଇଚ୍ଛାକୁ ଅଣଦେଖା କରି କାମ କଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ଦଳ ଉଭୟ ପ୍ରତିନିଧି ସଭା ଓ ସିନେଟ୍ରେ ନିୟନ୍ତ୍ରଣ ହାସଲ କରିଛି।
ଏହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ରିପବ୍ଲିକାନ୍ ଦଳ ପାଇଁ ବଡ଼ ନିର୍ବାଚନୀ ପରାଜୟ ବୋଲି ବିବେଚନା କରାଯାଉଛି।
ଆହୁରି ପଢନ୍ତୁ : SIR: ହାରିଲେ ଇଭିଏମ୍କୁ ଦୋଷ ଦିଅନ୍ତି: ବିରୋଧୀଙ୍କୁ ଯୋଗୀଙ୍କ ସମାଲୋଚନା ଜୀବନଧାରଣ ଖର୍ଚ୍ଚ ବୃଦ୍ଧି, ଶୁଳ୍କ ନୀତି ଏବଂ ଇରାନ ସହ ଯୁଦ୍ଧ ଯୋଗୁଁ ଇନ୍ଧନ ମୂଲ୍ୟ ବଢ଼ିବା ନିର୍ବାଚନରେ ଜନମତକୁ ପ୍ରଭାବିତ କରିଥିବା କୁହାଯାଉଛି।
ନିର୍ବାଚନରେ ଦଳର ପରାଜୟ ପଛରେ ଇରାନ ଯୁଦ୍ଧର ଭୂମିକା ଥିବା କଥା ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି।
ଫକ୍ସ ନ୍ୟୁଜ୍କୁ ଟେଲିଫୋନ୍ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ଇରାନ ପ୍ରସଙ୍ଗ ନିର୍ବାଚନ ଫଳାଫଳର ଏକ କାରଣ ହୋଇଥାଇପାରେ।
ତେବେ ଇରାନ ବିରୋଧ ରେ ନିଜର ସାମରିକ କାର୍ଯ୍ୟାନୁଷ୍ଠାନକୁ ସେ ଠିକ୍ ବୋଲି ଦର୍ଶାଇଛନ୍ତି ଏବଂ ସୁଯୋଗ ମିଳିଲେ ପୁଣି ସେହି ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।