QR Code On Omfed Paneer Soon: ଓମଫେଡ୍ ପନିରରେ ଲାଗିବ QR Code, ସ୍କାନ କଲେ ମିଳିବ ସବୁ ତଥ୍ୟ
ଓମଫେଡର ସାମଗ୍ରୀର ଶୁଦ୍ଧତା ଓ ସୁରକ୍ଷା ନେଇ ଲାଗିବ କ୍ୟୁଆର କୋଡ୍ । କ୍ୟୁଆର କୋଡକୁ ସ୍କାନ କରି ସମସ୍ତ ତଥ୍ୟ ପାଇପାରିବେ ଗ୍ରାହକ ।
ସ୍କାନ କଲେ ମିଳିବ ସମସ୍ତ ତଥ୍ୟ। କେବେ ପ୍ରସ୍ତୁତ ହୋଇଥିଲା, କେତେଦିନ ପର୍ଯ୍ୟନ୍ତ ବ୍ୟବହାର କରିହେବ ଓ କେଉଁଠି ପ୍ରସ୍ତୁତ ହୋଇଥିଲା, କେମିତି କରିବେ ବ୍ୟବହାର ସବୁ ତଥ୍ୟ ରହିବ। ଗ୍ରାହକଙ୍କୁ କେହି ଠକି ପାରିବେ ନାହିଁ । ମାସକ ମଧ୍ୟରେ ପନିରରେ ଆସିବ କ୍ୟୁଆର କୋଡ୍।
ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶୁଦ୍ଧତା, ଗୁଣବତ୍ତା ପାଇଁ ଭରସା ଜିତୁଛି ଓମଫେଡ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଅପମିଶ୍ରିତ ଛେନା ଓ ପନିର ମିଳିବା ପରେ ଓମଫେଡ ପନିରର ଚାହିଦା ବଢ଼ିଛି।
୪ ମାସର ତଥ୍ୟ ଅନୁସାରେ ଜୁନ ମାସରେ ୨ ଲକ୍ଷ ୧୦ ହଜାର ୮୩୧ କେଜି, ଜୁଲାଇରେ ୨ ଲକ୍ଷ ୨୯ ହଜର ୯୪୯ କେଜି, ଅଗଷ୍ଟରେ ୨ ଲକ୍ଷ ୭୬ ହଜାର ୪୬ କେଜି ଓ ସେପ୍ଟେମ୍ବରରେ ୩ ଲକ୍ଷ କେଜିରୁ ଅଧିକ ପନିର ବିକ୍ରି ହୋଇଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ୪୬ ହଜାର ୯୭ କେଜି ଅଧିକ ବିକ୍ରି ହୋଇଛି। ଓମଫେଡର ଗୁଣବତ୍ତା ପାଇଁ ଏହା ଉପରେ ଭରସା କରିଛନ୍ତି ଲୋକ।
କେବଳ ପନିର ନୁହେଁ କ୍ଷୀର, ଦହି, ଘିଅ ମଧ୍ୟ ବିକ୍ରି ବଢ଼ିଛି। ଦୁଗ୍ଧ ଚାଷୀଙ୍କ ପାଖରୁ ଆସୁଥିବା କ୍ଷୀରରୁ ତିଆରି ହେଉଛି ପନିର। କେମିକାଲ କିମ୍ବା କୌଣସି କ୍ଷୀର ପାଉଡର ବ୍ୟବହାର କରାଯାଉ ନାହିଁ। କିଛିବି ଅପମିଶ୍ରିତ ନାହିଁ। ଘରୋଇ କମ୍ପାନୀ ଓ ବଜାରରେ ମିଳୁଥିବା ଖୋଲା ପନିର ମୂଲ୍ୟଠାରୁ ଓମଫେଡ ପନିର ଦର କମ ରହିଛି। ଅପମିଶ୍ରିତ ଛେନା ଓ ପନିର ଶରୀର ପାଇଁ କ୍ଷତିକାରଣ ସାଜିପାରେ ବୋଲି କହିଛନ୍ତି ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ।
ପୁର୍ବରୁ ଘିଅରେ କ୍ୟୁଆର କୋଡ୍ ଆସିଛି। ପରବର୍ତ୍ତୀ ସମୟରେ ଦହି, ରାବିଡି ଓ ଅନ୍ୟ ବିଭିନ୍ନ ସାମଗ୍ରୀରେ ଆସିବ। ଓମଫେଡ୍ ନାଁରେ ବଜାରରେ ଅପମିଶ୍ରିତ ସାମଗ୍ରୀ ମିଳିବା ନେଇ ଅଭିଯୋଗ ପରେ ସୁରକ୍ଷା ଓ ଶୁଦ୍ଧତା ପାଇଁ ଏହି ନିଷ୍ପତ୍ତି ନେଇଛି ଓମଫେଡ୍ ।
ଶୁଦ୍ଧତା, ଗୁଣବତ୍ତା ପାଇଁ ଭରସା ଜିତୁଛି ଓମଫେଡ୍
ବଢ଼ିଛି ଓମଫେଡର ବିଭିନ୍ନ ସାମଗ୍ରୀ ବିକ୍ରି
ପନୀର, ଘିଅ, ଦହି ଓ ରାବିଡ଼ି ବିକ୍ରି ବୃଦ୍ଧି
ଜୁଲାଇରୁ ଅଗଷ୍ଟ ମଧ୍ୟରେ ୪୬ ହଜାର ୯୭ କେଜି ଅଧିକ ପନିର ବିକ୍ରି
'ଓମଫେଡ୍ ପନୀରରେ କୌଣସି ଅପମିଶ୍ରିତ ନାହିଁ'
ଚାଷୀ ଦେଉଥିବା କ୍ଷୀରରୁ ପ୍ରସ୍ତୁତ ହେଉଛି ପନିର
କ୍ଷୀର ପାଉଡରରେ ପନିର କରାଯାଉନାହିଁ
ଓମଫେଡର ସାମଗ୍ରୀର ଶୁଦ୍ଧତା ଓ ସୁରକ୍ଷା ନେଇ ଲାଗିବ କ୍ୟୁଆର କୋଡ୍
କ୍ୟୁଆର କୋଡକୁ ସ୍କାନ କରି ସମସ୍ତ ତଥ୍ୟ ପାଇପାରିବେ ଗ୍ରାହକ
କେବେ ପ୍ରସ୍ତୁତ ହୋଇଥିଲା, କେତେ ଦିନ ବ୍ୟବହାର ହେବ ରହିବ ତଥ୍ୟ
ମାସକ ମଧ୍ୟରେ ପନିରରେ ଆସିବ କ୍ୟୁଆର କୋଡ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।