Quality Testing Ordered: ପ୍ରକଳ୍ପର ମାନ ପରୀକ୍ଷା କରି ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ପୂର୍ତ୍ତ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ। ସାଂସଦ ମାନଙ୍କ ଚିଠିକୁ ନେଇ ହୋଇଛି ଆଲୋଚନା। ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ବ୍ରହ୍ମପୁର ସାଂସଦ ଯେଉଁ ପ୍ରକଳ୍ପ କଥା କହିଛନ୍ତି ପ୍ରକଳ୍ପ ବିଳମ୍ବ ହୋଇନି, କାମ ଚାଲିଛି। ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଛକ ପାଖରେ କନଷ୍ଟ୍ରକ୍ସନ ପାଇଁ ବାଧା ହେଉଥିଲା। କାମ ଯେଉଁ ଗତିରେ କାମ ଚାଲିବା କଥା ଚାଲିଛି। କ୍ୱାଲିଟି ପରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।
ସେହିପରି ବଲାଙ୍ଗିର ସାଂସଦଙ୍କ ଚିଠିକୁ ନେଇ ବି ଆଲୋଚନା ହୋଇଛି। ଜନବସତି କାରଣରୁ ବାଇପାସ କରିବାକୁ ପଡୁଛି। ସେଥିପାଇଁ ବିଳମ୍ବ ହେଉଥିବାରୁ ସାମାନ୍ୟ ବିଳମ୍ବ ହୋଇଛି, ଆଗକୁ କାମ ତ୍ୱରାନ୍ୱିତ ହେବ। ଭେହିକିଲ ଅଣ୍ଡର ପାସ ପାଇଁ ନବରଙ୍ଗପୁର ସାଂସଦ ଲେଖିଥିଲେ ତାକୁ ବିଚାରକୁ ନିଆଯାଉଛି। କାମର ଅଗ୍ରଗତି ନେଇ compliance ରିପୋର୍ଟ ସାଂସଦ ମାନଙ୍କୁ ଦିଆଯିବ। ସ୍ଥାନୀୟ ଅଞ୍ଚଳର କାମର ଅଗ୍ରଗତି ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ରହିଛି । ..ସରକାରୀ ପ୍ରକଳ୍ପରେ ବିଳମ୍ବ, ତଦାରଖର ଅଭାବ ଏବଂ ମାନକୁ ନେଇ କିଛି ଦିନ ତଳେ ସାଂସଦ ପ୍ରଶ୍ନ ଉଠାଇଥିଲେ।
ସାଂସଦ ଓ ବିଧାୟକଙ୍କ ଚିଠି: ପୂର୍ତ୍ତମନ୍ତ୍ରୀଙ୍କ ବୈଠକ
ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ
ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ
ସାଂସଦ ମାନଙ୍କ ଚିଠିକୁ ନେଇ ହୋଇଛି ଆଲୋଚନା
କାମର ଅଗ୍ରଗତି ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଜଣାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା
ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ଲେଖିଥିଲେ ଚିଠି
ଅସନ୍ତୋଷ ଦର୍ଶାଇ ଲୋଡିଥିଲେ ସରକାରଙ୍କ ହସ୍ତକ୍ଷେପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।