Raavan: 'ଜୁଆ ଖେଳିନଥିଲେ ରାବଣ'
"ଭୁବନେଶ୍ୱର: ତ୍ରେତୟା ଯୁଗରେ ପ୍ରବଳ ପ୍ରତାପୀ ଲଙ୍କାପତି ରାବଣଙ୍କ କଥା ତ ଆପଣ ଜାଣିଥିବେ।
ମାତା ସୀତାଙ୍କୁ ଅପହରଣ କରି ବନ୍ଧକ ଭାବେ ରଖିଥିବା ଦଶାନନ ରାବଣଙ୍କ ଚରିତ୍ର ଆପଣଙ୍କର ମନେଥିବ।
ପ୍ରତିବର୍ଷ ବିଜୟା ଦଶମୀରେ ରାବଣ ପୋଡି ବି ଦେଖି ଦେଖି ଆପଣଙ୍କ ସେହି ଚରିତ୍ର ପୁଣି ଉଜ୍ଜୀବିତ ହୋଇଯାଉଥିବ।
ତେବେ ରାବଣଙ୍କୁ ନେଇ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ନିଆରା ଢଙ୍ଗରେ ଏକ ପୋଷ୍ଟ କରାଯାଇଛି।
ଯାହାକୁ ସମସ୍ତଙ୍କୁ ପସନ୍ଦ କରୁଥିବାବେଳେ ଜୁଆ ଖେଳିଲେ କଣ ହୁଏ ତାହାର ସମ୍ୟକ ସୂଚନା ଦିଆଯାଇଛି।
Advertisment ଅନେକ ସମୟରେ ଆପଣ ବି ଖବରରେ ପଢ଼ିଥିବେ ଜୁଆ ଆଡ୍ଡାରେ ଚଢ଼ାଉ...ଜୁଆଡି ଗିରଫ...ତେବେ ଏହି ପୋଷ୍ଟରେ କିନ୍ତୁ ଦର୍ଶାଯାଇଛି ଯେ ରାବଣ ଅନେକ ଖରାପ କାମ କରୁଥିଲେ ବି କେବେ ଜୁଆ ଖେଳିନଥିଲେ।
ରାବଣଙ୍କ ପାଖରେ ଲକ୍ଷେ ଖରାପ ଗୁଣ ଥିଲା, ହେଲେ ସେ କେବେ ଜୁଆ ଖେଳିନଥିଲେ।
ଏହାପରେ ଜନସାଧାରଣଙ୍କୁ ଅପିଲ କରି ପୁଲିସ ପକ୍ଷରୁ କୁହାଯାଇଛି ଯେ, 'ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ।
ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ।
ପରିବାରକୁ ବଞ୍ଚାନ୍ତୁ।
ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ ୧୧୨'।
ଜୁଆ ଖେଳିବା ଦ୍ୱାରା କାଳେ ଆପଣ ବଡ ବାଜି ଜିତିଯିବେ ଭାବି ପରିଶ୍ରମର ଅର୍ଥ, ଘର ପଟା ସବୁ ଲଗାଇଦିଅନ୍ତି।
ହେଲେ ଯଦି ହାରିଯାନ୍ତି, ତେବେ ସେ ସବୁ ତ ଯାଏ, ପୁଲିସ ଯଦି ଧରେ ତେବେ ଗିରଫ ହୋଇ ସମ୍ମାନ ବି ଯାଏ।
ସ୍ଥାନୀୟ ଅଂଚଳରେ ସୁନାମ ଥିବା ଲୋକଟି ଜୁଆଡି ଆଖ୍ୟା ପାଏ।
ତେଣୁ ଏହି ଜୁଆ ଓ ଅନଲାଇନ ବେଟିଂରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।