Ragging Allegation Rocks Residential School: ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ଯାଞ୍ଚ ଆରମ୍ଭ

Sep 07, 2026 - 12:49
Ragging Allegation Rocks Residential School: ଆବାସିକ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ଯାଞ୍ଚ ଆରମ୍ଭ

ପୁଣି ସ୍କୁଲରେ ରାଗିଂ। ସିନିୟର ଛାତ୍ର ଜଣେ ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ପେଣ୍ଟାରେ ଥିବା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ମାଡ଼ ମାରିବା ସହ ଜୁନିୟର ଛାତ୍ରଙ୍କୁ ବିଭିନ୍ନ କାମ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। 

ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାର ଯାଞ୍ଚ କରାଯାଉଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣାର ସତ୍ୟାସତ୍ୟ ଯାଞ୍ଚ ଚାଲିଥିବା କହିଛନ୍ତି। ଅଧିକାରୀମାନଙ୍କ ଠାରୁ ରିପୋର୍ଟ ମିଳିବା ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ତେବେ ଆବାସିକ ବିଦ୍ୟାଳୟରେ ଏଭଳି ଅଭିଯୋଗ ବାରମ୍ବାର ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।...

ହଷ୍ଟେଲରେ ରାଗିଂ ଅଭିଯୋଗ
ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ
ପେଣ୍ଟା ଆବାସିକ ହାଇସ୍କୁଲରେ ରାଗିଂ ଅଭିଯୋଗ
ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଆଣିଲେ ଅଭିଯୋଗ 
ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ 
ମାଡ଼ ମାରିବା ସହ ବିଭିନ୍ନ କାମ କରାଉଥିବା ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।