Rahul Gandhi: ରାହୁଲଙ୍କ ‘ନୂତନ’ ରଣନୀତି: ୨ ମାସରେ ୩ ଥର ଅପ୍ରତ୍ୟାଶିତ ପ୍ରତିବାଦ

Oct 07, 2026 - 21:11
Rahul Gandhi: ରାହୁଲଙ୍କ ‘ନୂତନ’ ରଣନୀତି: ୨ ମାସରେ ୩ ଥର ଅପ୍ରତ୍ୟାଶିତ ପ୍ରତିବାଦ

"ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନରେ ଅପ୍ରତ୍ୟାଶିତ ମୋଡ଼ ଆଣିବା ରଣନୀତିକୁ ନୂଆ ରୂପ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ମଙ୍ଗଳବାର ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ଇଣ୍ଡିମେଣ୍ଟର ପ୍ରତିବାଦ ମାର୍ଚ୍ଚ ସମୟରେ ପୁଲିସ ରାସ୍ତା ଅଟକାଇବା ପରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ହଠାତ୍‌ ଆକାଶବାଣୀ ଭବନ ପରିସର କୁ ପ୍ରବେଶ କରିଥିଲେ।

ସେଠାରେ ପ୍ରାୟ ୮ ଘଣ୍ଟା ଧରି ଧାରଣା ଦେବା ଘଟଣା ରାହୁଲଙ୍କ ନୂଆ ପ୍ରତିବାଦ ରଣନୀତି ଭାବେ ଚର୍ଚ୍ଚାକୁ ଆସିଛି।Advertisment ଆହୁରି ପଢନ୍ତୁ :DGP meeting: ବନ୍ଦ ପାଳନ ବେଳେ ଶାନ୍ତି-ଶୃଙ୍ଖଳା ରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ନିର୍ବାଚନ ଆୟୋଗ ମୁଖ୍ୟାଳୟ ଅଭିମୁଖେ ବିରୋଧୀଙ୍କ ମାର୍ଚ୍ଚ ପାଇଁ ଦିଲ୍ଲୀ ପୁଲିସ ଓ ଅର୍ଦ୍ଧସାମରିକ ବଳ ବ୍ୟାପକ ଭାବେ ମୁତୟନ ହୋଇଥିଲେ।

ରାସ୍ତାରେ ବ୍ୟାରିକେଡ୍‌ ମଧ୍ୟ ଲଗାଯାଇଥିଲା।

ରାହୁଲ ବ୍ୟାରିକେଡ୍‌ ଉପରକୁ ଚଢ଼ି ତ୍ରିରଙ୍ଗା ଦେଖାଇଥିଲେ।

ପରେ ପୁଲିସ ବିରୋଧୀ ନେତାମାନଙ୍କୁ ଅଟକାଇ ବସ୍‌ରେ ନେବା ଆରମ୍ଭ କରିଥିଲା।

ଏହି ସମୟରେ ପ୍ରିୟଙ୍କା ଏକ ବସ୍‌ରେ ଚଢ଼ିଥିଲେ ଏବଂ ରାହୁଲ ମଧ୍ୟ ସେଥିରେ ଯିବାକୁ ଉଦ୍ୟମ କରୁଥିଲେ।

ହଠାତ୍‌ ଉଭୟେ ଦିଗ ବଦଳାଇ ନିକଟସ୍ଥ ଆକାଶବାଣୀ ଭବନ ଆଡ଼କୁ ଯାଇଥିଲେ।

ଆହୁରି ପଢନ୍ତୁ :Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ  ସେଠାରେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ପରେ ରାହୁଲ ଓ ପ୍ରିୟଙ୍କା ଭବନ ପରିସରରେ ଏକ ଗଛ ତଳେ ବସି ଧାରଣା ଦେଇଥିଲେ।

କେସି ବେଣୁଗୋପାଳ, ପବନ ଖେଡ଼ା ଓ ଇମ୍ରାନ ପ୍ରତାପଗଡ଼ିଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ।

ସନ୍ଧ୍ୟା ପରେ ମଧ୍ୟ ନେତାମାନେ ସେଠାରୁ ହଟିନଥିଲେ।

ନିର୍ବାଚନ କମିସନରଙ୍କୁ ଭେଟିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।

ରାତି ପ୍ରାୟ ୮ଟାରେ ପୁଲିସ ଆକାଶବାଣୀ ଭବନ ପରିସର ଖାଲି କରିବା ଆରମ୍ଭ କରିଥିଲା।

ରାହୁଲଙ୍କ ସମେତ ନେତାମାନଙ୍କୁ ଅଟକ କରି କିଙ୍ଗ୍‌ସୱେ କ୍ୟାମ୍ପ ଥାନାକୁ ନିଆଯାଇଥିଲା ଏବଂ ରାତି ପ୍ରାୟ ୧୦ଟାରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ଆହୁରି ପଢନ୍ତୁ :OTT: ଓଟିଟିରେ ମାଗଣାରେ ଷ୍ଟ୍ରିମ୍ ହେବ "ଆୱାରାପନ୍ ୨": ପ୍ରାଇମ୍ ଭିଡିଓରେ ଆସନ୍ତା ୯ରୁ ଦେଖିପାରିବେ ଦର୍ଶକ ରାହୁଲଙ୍କ ଏହି ଧରଣର ପ୍ରତିବାଦ ଗତ ଦୁଇ ମାସରେ ତୃତୀୟ ଥର ଦେଖିବାକୁ ମିଳିଛି।

ଜୁଲାଇ ୨୧ରେ ସେ ଅପ୍ରତ୍ୟାଶିତ ଭାବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଧାରଣା ଦେଇଥିଲେ।

ଏହାପରେ ଅଗଷ୍ଟ ୨୧ରେ ଛାତ୍ର ସାହିଲ ଲୋଚାବଙ୍କୁ ସାଙ୍ଗରେ ନେଇ ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚି ଏଫ୍‌ଆଇଆର୍‌ ଦାବିରେ ପ୍ରାୟ ୭ ଘଣ୍ଟା ଧାରଣା ଦେଇଥିଲେ।

ଏହି ଘଟଣାଗୁଡ଼ିକରୁ ସରକାରଙ୍କ ବିରୋଧରେ ପ୍ରସଙ୍ଗ ଉଠାଇବା ପାଇଁ ରାହୁଲ ଏବେ ସୋସିଆଲ ମିଡିଆ ବଦଳରେ ସିଧାସଳଖ ରାସ୍ତାକୁ ଓହ୍ଲାଇବାକୁ ଗୁରୁତ୍ବ ଦେଉଥିବା ଦେଖାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।