Rahul Gandhi: ଜ୍ଞାନେଶ କୁମାର ଫର୍ମ୬ ବେଆଇନ ଭାବେ ବଦଳାଇଛନ୍ତି: ରାହୁଲ ଗାନ୍ଧୀ
"ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ବେଆଇନ ଓ ଏକପାଖିଆ ଭାବରେ ଫର୍ମ ୬ରେ ପରିବର୍ତ୍ତନ କରିଛନ୍ତି।
ସୋମବାର ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପିକୁ ସାହାଯ୍ୟ କରିବା ପାଇଁ ଜ୍ଞାନେଶ କୁମାର ତାଙ୍କ ପଦବୀର ଅପବ୍ୟବହାର କରିଛନ୍ତି।
ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ।Advertisment ଆହୁରି ପଢନ୍ତୁ: Harassment: ଦିଲ୍ଲୀରେ ମହିଳାଙ୍କୁ ଅସଦାଚରଣ ମାମଲା : ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ପୁଲିସକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କଂଗ୍ରେସ ପାର୍ଟି ପକ୍ଷରୁ "ଏକ୍ସ"ରେ ଏକ ପୋଷ୍ଟ କରଯାଇ ସିଇସି ଜ୍ଞାନେଶ କୁମାର ଜଣେ ଠକ ବୋଲି କୁହାଯାଇଛି।
ପୋଷ୍ଟରେ କୁହାଯାଇଛି, ସେପ୍ଟେମ୍ବର ୨୬ ତାରିଖରେ ଜ୍ଞାନେଶ କୁମାର ଏକ ପ୍ରେସ୍ ନୋଟ୍ ଜାରି କରି କହିଥିଲେ ଯେ, ଫର୍ମ ୬ରେ ପରିବର୍ତ୍ତନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କରାଯାଇଥିଲା।
କିନ୍ତୁ ଏବେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ ମନାକରିଦେଇଛନ୍ତି।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭୋଟରଙ୍କ ନାମ କାଟିବା ସମ୍ବିଧାନ ଓ ଭାରତର ନିର୍ବାଚନ ପ୍ରକ୍ରିୟା ବିରୋଧରେ ବୋଲି ଅଭିଯୋଗ କରିଛନ୍ତି।
କଂଗ୍ରେସ ସାଂସଦ କହିଛନ୍ତି ଯେ, ଜନସାଧାରଣ ଜାଣିପାରିଛନ୍ତି ଯେ, ନିର୍ବାଚନକୁ ହାସଲ କରାଯାଉଛି ଓ ତାଙ୍କ ଦଳ ଏହାର ପ୍ରତିବାଦ ଜାରି ରଖିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।