Dhruv Rathee: ୨୦୧୮ ମାନହାନି ମାମଲାରେ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ୍
"ନୂଆଦିଲ୍ଲୀ: ଗୁରୁଗ୍ରାମ୍ ସ୍ଥିତ ଠିକଣାରେ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ୨୦୧୮ ମସିହାର ଏକ ମାନହାନି ମାମଲାରେ ଦିଲ୍ଲୀର ଏକ ଆଦାଲତ ଗୁରୁବାର ସମନ୍ ଜାରି କରିଛନ୍ତି।
ଗତ କିଛି ବର୍ଷ ଧରି ତାଙ୍କ ପାଖରେ ସମନ୍ ପହଞ୍ଚାଇବା ପାଇଁ ହୋଇଥିବା ପ୍ରଚେଷ୍ଟା ବିଫଳ ହୋଇଥିବା ଲକ୍ଷ୍ୟ କରି ସାକେତ୍ କୋର୍ଟର ବିଚାରପତି ରାହୁଲ ଜୈନ୍ ଅକ୍ଟୋବର ୧୨ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀ ବିକାଶ ସଂକୃତ୍ୟାୟନ (ଯିଏ ବିକାଶ ପାଣ୍ଡେ ନାମରେ ଜଣାଶୁଣା)ଙ୍କ ନିବେଦନ ଏବଂ ବ୍ୟକ୍ତିଗତ ଭାବେ ନୋଟିସ୍ ପହଞ୍ଚାଇବା ପାଇଁ କରିଥିବା ଆବେଦନକୁ କୋର୍ଟ ସ୍ୱୀକାର କରିଛନ୍ତି।Advertisment କୋର୍ଟଙ୍କ ସୂଚନା ଅନୁଯାୟୀ, ରାଠୀଙ୍କୁ ପ୍ରଥମେ ଜୁଲାଇ ୨୦୧୯ରେ ସମନ୍ କରାଯାଇଥିଲା।
ଗତ କେତେକ ବର୍ଷ ଧରି ଅଭିଯୋଗକାରୀ ତାଙ୍କ ପାଖରେ ନୋଟିସ୍ ପହଞ୍ଚାଇବାକୁ ଚେଷ୍ଟା କରିଆସୁଥିଲେ।
ଏବେ ଗୁରୁଗ୍ରାମସ୍ଥିତ ନୂତନ ଠିକଣାରେ ସମନ୍ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ଅଭିଯୋଗକାରୀଙ୍କୁ ପୁଲିସ କିମ୍ବା ନୋଟିସ୍ ସର୍ଭରଙ୍କ ସହ ଯିବାକୁ ଅନୁମତି ଦେଇଛନ୍ତି।
ଆସନ୍ତା ଅକ୍ଟୋବର ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ଲାଞ୍ଚ ଦେବାକୁ ଚେଷ୍ଟା ଅଭିଯୋଗ ଏହି ମାମଲାଟି ମେ ୨୦୧୮ରେ ରାଠୀ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓ ସହ ଜଡ଼ିତ।
ସେହି ଭିଡିଓରେ ବିଜେପି ଆଇଟି ସେଲର ସଦସ୍ୟମାନେ ବିକାଶ ପାଣ୍ଡେଙ୍କୁ ତାଙ୍କ ବିରୋଧରେ କହିବା ପାଇଁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ ବୋଲି ରାଠୀ ଅଭିଯୋଗ ଆଣିଥିଲେ।
ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସୋସିଆଲ ମିଡିଆରେ ରିଟ୍ୱିଟ୍ କରିଥିଲେ।
ଏହାଦ୍ୱାରା ନିଜର ସମ୍ମାନ ହାନି ହୋଇଥିବା ଦର୍ଶାଇ ପାଣ୍ଡେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ବିକ୍ଷୋଭରେ ଯୋଗଦେବାକୁ ରାଠୀ ଦିଲ୍ଲୀ ଆସିଥିଲେ ଅଭିଯୋଗକାରୀଙ୍କ ଓକିଲ ସମକ୍ଷ ଶର୍ମା କୋର୍ଟଙ୍କୁ ଜଣାଇଥିଲେ ଯେ, ରାଠୀ ସାଧାରଣତଃ ବିଦେଶରେ ରହୁଥିବାରୁ ଗତ କିଛି ବର୍ଷ ଧରି ସମନ୍ ପହଞ୍ଚିପାରି ନଥିଲା।
ତେବେ ବର୍ତ୍ତମାନ ସେ ଭାରତରେ ଅଛନ୍ତି ଏବଂ ଗୁରୁଗ୍ରାମରେ ରହୁଛନ୍ତି।
ନିକଟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ବିକ୍ଷୋଭରେ ଯୋଗଦେବାକୁ ରାଠୀ ଦିଲ୍ଲୀ ଆସିଥିଲେ।
ଅକ୍ଟୋବର ୧୦ରେ ତାଙ୍କୁ ଗୁରୁଗ୍ରାମରୁ ଅଟକ ରଖାଯିବା ପରେ ଅକ୍ଟୋବର ୧୧ ଭୋର ୩ଟାରେ ଛାଡ଼ି ଦିଆଯାଇଥିଲା, ଯାହାର କିଛି ଦିନ ପରେ କୋର୍ଟ ଏହି ସମନ୍ ଜାରି କରିଛନ୍ତି।
Judgement: ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।