Rahul Gandhi: ମହିଳା କୋଟା ବିଲ୍କୁ ନେଇ ରାହୁଲ ଗାନ୍ଧୀ କିରେନ୍ ରିଜିଜୁ ମୁହାଁମୁହିଁ
"ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପ୍ରସଙ୍ଗରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଶନିବାର ମୁହାଁମୁହିଁ ହୋଇଛନ୍ତି।
ମହିଳା ସଂରକ୍ଷଣ ବିଲ୍କୁ ସରକାର ସୀମା ପୁନଃନିର୍ଦ୍ଧାରଣ ସହିତ ଯୋଡ଼ିବାକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ବିରୋଧ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ବିନା ସର୍ତ୍ତରେ ସଂସଦ ଓ ବିଧାନସଭାଗୁଡ଼ିକରେ ୩୩% ମହିଳା କୋଟା ଲାଗୁ କରିବା ଓ ଏହାକୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସହିତ ଯୋଡ଼ି ନ ରଖି ଶୀଘ୍ର କାର୍ଯ୍ୟକାରୀ କରିବା ସପକ୍ଷରେ ରାହୁଲ ଗାନ୍ଧୀ ଯୁକ୍ତି ବାଢ଼ିଛନ୍ତି।
ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ରାହୁଲ ଗାନ୍ଧୀ ଶନିବାର ନିଜର ସ୍ପଷ୍ଟ ମତ ରଖିଛନ୍ତି।
Advertisment ରାହୁଲ ଗାନ୍ଧୀ ଏହାପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁଙ୍କୁ ବ୍ୟକ୍ତିଗତ ଭାବରେ କହିଥିଲେ ଯେ, ମୋଦୀ ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ଯୋଜନାରେ କଂଗ୍ରେସ ଓ ବିରୋଧୀଙ୍କ ଦୃଷ୍ଟିକୋଣରେ କୌଣସି ପରିବର୍ତ୍ତନ ହୋଇନାହିଁ ଓ ସେମାନେ ଲୋକସଭାର ବର୍ତ୍ତମାନର କ୍ଷମତା ୫୪୩ ଆସନରେ ୩୩ % ମହିଳା କୋଟା ଲାଗୁ ହେଉ ବୋଲି ଚାହୁଁଛନ୍ତି।
ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ରିଜିଜୁ ମହିଳା ସଶକ୍ତୀକରଣ ଉପରେ ରାହୁଲଙ୍କ ଏକ ଭିଡିଓ ବିବୃତି ବ୍ୟବହାର କରିଥିଲେ।
ଜବାବରେ ରାହୁଲ କହିଛନ୍ତି ଯେ, କଂଗ୍ରେସର ପୂର୍ଣ୍ଣ ସମର୍ଥନ ସହିତ ବିଲ୍ ପୂର୍ବରୁ ପାରିତ ହୋଇସାରିଛି; କିନ୍ତୁ ପ୍ରଶ୍ନ ହେଉଛି ଯେ, ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି।
ମହିଳା ସଂରକ୍ଷଣ ଆଇନକୁ ଅନାବଶ୍ୟକ ଭାବରେ ସୀମା ନିର୍ଦ୍ଧାରଣ ସହିତ ଯୋଡାଯାଉଛି ବୋଲି ରାହୁଲ ପ୍ରଶ୍ନ ଉଠାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।