Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା

Sep 17, 2026 - 01:05
Rahul Gandhi : ୟୁପିଆଇ ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା

"ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ହେଉଥିବା ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ନିୟମକୁ ''ୟୁପିଆଇ ଟ୍ୟାକ୍ସ'' ଅଭିହିତ କରି ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ବୁଧବାର ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରାହୁଲ ଅଭିଯୋଗ କରିଛନ୍ତି ଯେ, ୟୁପିଆଇ ଉପରେ କର ଲଗାଇ ସରକାର ପ୍ରତ୍ୟେକ ଭାରତୀୟଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଉଛନ୍ତି ଏବଂ ଏହି ଟଙ୍କା ଆମେରିକାକୁ ପ୍ରଦାନ କରୁଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ଆତ୍ମସମର୍ପଣ ନକରି ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖନ୍ତୁ ଏବଂ ଏହି ଜନବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ଫେରାଇ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।Advertisment ସୂଚନାଯୋଗ୍ୟ ଯେ, ସରକାରଙ୍କ ନୂଆ ଫ୍ରେମୱାର୍କ ଅନୁସାରେ ୨,୦୦୦ ଟଙ୍କାରୁ ଅଧିକ ବ୍ୟବସାୟିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ମରଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର୍) ଧାର୍ଯ୍ୟ କରାଯାଇଛି, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି।

ତେବେ ଏହି ଶୁଳ୍କ କେବଳ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ଏବଂ ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି।

ଅନ୍ୟପଟେ, ବ୍ୟବସାୟୀମାନେ ପରୋକ୍ଷରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରି ଏହି ବୋଝ ଗ୍ରାହକଙ୍କ ଉପରେ ଲଦିଦେବେ ବୋଲି ବିରୋଧୀ ଦଳଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି।

ପୁରୀ ସମୁଦ୍ରର ଓଟାରୁଣୀ ସ୍ରୋତରୁ ଦୁଇ ନାବାଳକ ପର୍ଯ୍ୟଟକ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।