Raid and Action: ଗୁଜରାଟରେ ୫ପାକିସ୍ତାନୀ ଗିରଫ! ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ
"ଗାନ୍ଧୀନଗର: ଆରବ ସାଗରରେ ଏକ ବଡ଼ ଅଭିଯାନରେ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଲକ୍ଷଦ୍ୱୀପ ନିକଟରେ ପ୍ରାୟ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।
ଏହି ଅଭିଯାନ ସମୟରେ ପାଞ୍ଚ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ଚୋରାଚାଲାଣ ନେଟୱାର୍କରେ ସେମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପଚରାଉଚରା କରାଯାଉଛି।
Advertisment ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ ଆରବ ସାଗରରେ ନିଶା କାରବାର ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି।
ଲକ୍ଷଦ୍ୱୀପର ପଶ୍ଚିମରେ ଏକ ସନ୍ଦିଗ୍ଧ ଇରାନୀ ଡଙ୍ଗାକୁ ଅଟକାଇ ପ୍ରାୟ ୫୨୬ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ଏହି ନିଶାଦ୍ରବ୍ୟଗୁଡ଼ିକର ମୂଲ୍ୟ ୩୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡଙ୍ଗା ଚଳାଉଥିବା ପାଞ୍ଚ ଜଣ ପାକିସ୍ତାନୀ ନାଗରିକ ମଧ୍ୟ ଗିରଫ ହୋଇଛି।
ଏହା ସୂଚାଇ ଦେଉଛି ଯେ ସମୁଦ୍ର ପଥରେ ଏତେ ବଡ଼ ନିଶାଦ୍ରବ୍ୟ ଭାରତକୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରାଯାଉଥିଲା।
ସୁରକ୍ଷା ସଂସ୍ଥାଗୁଡ଼ିକ ସମୟ ମଧ୍ୟରେ ଏହି ପ୍ରୟାସକୁ ଚିହ୍ନଟ କରିଥିଲେ।
ସେପ୍ଟେମ୍ବର ୨୫ ତାରିଖରେ ସନ୍ଦେହଜନକ ଡଙ୍ଗାଟି ଦେଖାଯାଇଥିଲା।
ପରେ ଏହାକୁ ଅଟକାଇ ଯାଞ୍ଚ କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ସାମଗ୍ରୀ ଜବତ କରାଯାଇଥିଲା।
Phuket-Delhi flight: ଏୟାର୍ ଇଣ୍ଡିଆ ପାଇଲଟଙ୍କ ନିଶାଦ୍ରବ୍ୟ ସେବନ "ଗୁରୁତର ଚିନ୍ତାର ବିଷୟ": କାର୍ଯ୍ୟାନୁଷ୍ଠାନ ପାଇଁ ଏଏଆଇବିର ସୁପାରିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।