30 SEPTEMBER 2026

Welcome!

Unlock your personalized experience.
Sign Up

Drain: ନାଳ ଫାଙ୍କରେ ଗଳିପଡ଼ି ରକ୍ତାକ୍ତ ହେଲେ ବୃଦ୍ଧ: ଯାତ୍ରୀଙ୍କୁ ବିପଦ ‘ଆମ ବସ୍‌-କ୍ୟୁ’ ରାସ୍ତା

Sep 30, 2026 - 07:30
Drain: ନାଳ ଫାଙ୍କରେ ଗଳିପଡ଼ି ରକ୍ତାକ୍ତ ହେଲେ ବୃଦ୍ଧ: ଯାତ୍ରୀଙ୍କୁ ବିପଦ ‘ଆମ ବସ୍‌-କ୍ୟୁ’ ରାସ୍ତା

ଭୁବନେଶ୍ବର: ସୁବିଧାଜନକ ଓ ବିନା ଅପେକ୍ଷାରେ ଯାତ୍ରୀଙ୍କ ଯାତାୟାତ ପାଇଁ ରାଜ୍ୟ ସରକାର ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ‘ଆମ ବସ୍‌’ ପାଇଁ କ୍ୟୁ କରିଛନ୍ତି। ଏହାର ‘କ୍ୟୁ’ ନାମକରଣ ପଛର କାରଣ ହେଉଛି, କେହି ଏଠାରେ ବସ୍‌କୁ ଅଧିକ ସମୟ ଅପେକ୍ଷା କରିବେନି। କିନ୍ତୁ ଏହି କ୍ୟୁ ଏବେ ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ସାଜିଛି।

Supreme Court: ଏମ.ଏମ.ଡି.ଆର. ଆକ୍‌ଟ: ରାଜ୍ୟମାନେ ସୁପ୍ରିମ କୋର୍ଟ ଯାଆନ୍ତୁ

ଏଥି ସହ ସଂଲଗ୍ନ ରାସ୍ତା ବିପଜ୍ଜନକ ଅବସ୍ଥାରେ ରହିଛି। ଏହାର ଜ୍ବଳନ୍ତ ଉଦାହରଣ ହାଉସିଂ ବୋର୍ଡ କଲୋନି ଛକରେ ଥିବା ‘ଆମ ବସ୍‌’ କ୍ୟୁ। ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବୃହତ୍‌ ଖାଲ ରହିଛି। ଏହି ଖାଲରେ ଗୋଡ଼ ପଶି ଏକାଧିକ ଲୋକ ଖଣ୍ଡିଆଖାବରା ହେଲେଣି। ତଥାପି ନା ବିଏମ୍‌ସି ବାବୁଙ୍କ ନିଦ ଭାଙ୍ଗୁଛି, ନା ସ୍ବେରେଜ ଅବା କ୍ରୁଟ୍‌ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ପଡ଼ୁଛି। ପରିଣାମସ୍ବରୂପ ଆଜି ଜନୈକ ବୃଦ୍ଧ ଏହି ଖାଲରେ ପଡ଼ି ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Supreme Court: ଏମ.ଏମ.ଡି.ଆର. ଆକ୍‌ଟ: ରାଜ୍ୟମାନେ ସୁପ୍ରିମ କୋର୍ଟ ଯାଆନ୍ତୁ

ହାଉସିଂ ବୋର୍ଡ ଛକସ୍ଥିତ ‘ଆମ ବସ୍‌’ କ୍ୟୁ ସଂଲଗ୍ନ ରାସ୍ତା ନାଳ ଉପର ଦେଇ ଯାଇଛି। ଯେଉଁ ନାଳ ଉପର ଦେଇ ଯାଇଛି, ସେଠାରେ ବିରାଟ ଫାଙ୍କ ରହିଛି। ବୃଦ୍ଧ ଜଣକ ତରବରିଆ ଭାବେ ବସ୍‌ କ୍ୟୁକୁ ଯିବାବେଳେ ଏହି ଫାଙ୍କରେ ଗୋଡ଼ ପଶିଯାଇଥିଲା। ଏଣୁ ତାଙ୍କ ଗୋଡ଼ ସିଧାସଳଖ ନାଳ ଭିତରେ ପଶିଯାଇଥିଲା। ଏତିକି ବେଳେ ତାଙ୍କ ମୁହଁ ଓ ଥୋଡ଼ି ଯାଇ ରାସ୍ତାର କଂକ୍ରିଟ୍‌ରେ ପିଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରେ ପାଖରେ ଥିବା ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ବୃଦ୍ଧ ଜଣକ ଯନ୍ତ୍ରଣାରେ ପ୍ରବଳ ଚିତ୍କାର କରୁଥିଲେ। ଦେଖଣାହାରୀମାନେ ଏଭଳି ସ୍ଥିତି ପରେ ବିଏମ୍‌ସି ଓ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ତିରସ୍କାର କରିଛନ୍ତି।

Meeting: ଅପରାଧ ରୋକିବା ପାଇଁ ଜନତାଙ୍କ ସହଯୋଗ ଲୋଡ଼ିବା ଏକ ପ୍ରଭାବଶାଳୀ ପଦକ୍ଷେପ: ପୁଲିସ

.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।