Raid: ଜଳେଶ୍ୱରରେ ପୁଣି ବାଲିମାଫିଆ ସକ୍ରିୟ, ଚଢ଼ାଉ ବେଳେ ୫ ଟ୍ରାକ୍ଟର ଜବତ
"ଜଳେଶ୍ଵର: ଜଳେଶ୍ୱରରେ ମାତିଛନ୍ତି ବାଲି ମାଫିଆ।
କେଉଁଠି ନଦୀର ପାଣି ଧାର ଭିତରୁ ବାଲି ମାଫିଆମାନେ ବାଲି ଛାଣି ଆଣୁଛନ୍ତି ତ ଆଉ କେଉଁଠି ଖରାଦିନେ ଆଇନ୍ ଉଲଘଂନ କରି ନଦୀରୁ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ହଜାର ହଜାର ଟ୍ରିପ ଠୁଳ କରିଥିଲେ।
ସେସବୁ ବାଲି ଏବେ ବେଧଡକ ଭାବେ ଓଡ଼ିଶା ସମେତ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି।
ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିବା ବେଳେ ବାଲି ମାଫିଆମାନେ ମାଲାମାଲ ହେଉଛନ୍ତି।Advertisment କାଗଜପତ୍ର ଯାଞ୍ଚ କରାଯାଇଥିଲା ଆଜି ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତିଙ୍କ ତତ୍ବାବଧାନରେ ରାଜସ୍ବ ବିଭାଗର ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଚାଫଲା ନିକଟରେ ଚଢ଼ାଉ କରାଯାଇଥିଲା।
ଏହି ସମୟରେ ୫ଟି ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା।
ତେବେ ଗାଡ଼ି ଚାଳକଙ୍କ ନିକଟରେ ପରିବହନ ସମ୍ବନ୍ଧୀୟ କୌଣସି କାଗଜପତ୍ର ନଥିବାରୁ ଟ୍ରାକ୍ଟରଗୁଡ଼ିକୁ ଜବତ କରାଯାଇଛି।
ଏହି ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ଗୁଆଗଡ଼ିଆରୁ ଆସୁଥିବା କୁହାଯାଇଛି।
Fire: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସୁନ୍ଦରଗଡ଼ ଶାଖାରେ ଲାଗିଲା ନିଆଁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।