Railway Recruitment 2026: ରେଳବାଇରେ ୩,୫୪୮ ପଦବୀ ଖାଲି, ଦରମା ୩୫,୪୦୦ ଟଙ୍କା; ଜାଣନ୍ତୁ କିପରି କରିବେ ଆବେଦନ

Oct 12, 2026 - 18:49
Railway Recruitment 2026: ରେଳବାଇରେ ୩,୫୪୮ ପଦବୀ ଖାଲି, ଦରମା ୩୫,୪୦୦ ଟଙ୍କା; ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ପାଇଁ ଚାହିଁ ରହିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇରେ ଚାକିରି କରିବାକୁ ଇଚ୍ଛା ରଖିଥିବା ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ସେଣ୍ଟ୍ରାଲାଇଜ୍‌ଡ ଏମ୍ପ୍ଲୟମେଣ୍ଟ ନୋଟିଫିକେସନ୍ ନମ୍ବର ୦୬/୨୦୨୬ ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩,୫୪୮ଟି ପଦବୀ ପୂରଣ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

କେଉଁ କେଉଁ ପଦବୀରେ ହେବ ନିଯୁକ୍ତି?

  • ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪ଟି ବର୍ଗର ପଦବୀ ରହିଛି।
  • ଗୁଡ୍ସ ଟ୍ରେନ୍ ମ୍ୟାନେଜର: ୨,୭୫୦ଟି ପଦବୀ
  • ସିନିୟର କ୍ଲର୍କ କମ୍ ଟାଇପିଷ୍ଟ: ୩୭୧ଟି ପଦବୀ
  • ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ: ୩୦୦ଟି ପଦବୀ
  • ଚିଫ୍ କମର୍ସିଆଲ୍ କମ୍ ଟିକେଟ୍ ସୁପରଭାଇଜର: ୧୨୭ଟି ପଦବୀ

କେତେ ମିଳିବ ଦରମା?

  • ଚିଫ୍ କମର୍ସିଆଲ୍ କମ୍ ଟିକେଟ୍ ସୁପରଭାଇଜର: ପେ' ଲେଭଲ୍-୬ ଅନୁସାରେ ମାସିକ ପ୍ରାରମ୍ଭିକ ମୂଳ ଦରମା ୩୫,୪୦୦ ଟଙ୍କା।
  • ଗୁଡ୍ସ ଟ୍ରେନ୍ ମ୍ୟାନେଜର: ପେ' ଲେଭଲ୍-୫ ଅନୁସାରେ ମାସିକ ପ୍ରାରମ୍ଭିକ ମୂଳ ଦରମା ୨୯,୨୦୦ ଟଙ୍କା।
  • ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ: ପେ' ଲେଭଲ୍-୫ ଅନୁସାରେ ମାସିକ ପ୍ରାରମ୍ଭିକ ମୂଳ ଦରମା ୨୯,୨୦୦ ଟଙ୍କା।
  • ସିନିୟର କ୍ଲର୍କ କମ୍ ଟାଇପିଷ୍ଟ: ପେ' ଲେଭଲ୍-୫ ଅନୁସାରେ ମାସିକ ପ୍ରାରମ୍ଭିକ ମୂଳ ଦରମା ୨୯,୨୦୦ ଟଙ୍କା।
  • ଏହାବ୍ୟତୀତ ସରକାରୀ ନିୟମ ଅନୁସାରେ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

  • ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ କିମ୍ବା ସମତୁଲ୍ୟ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ।
  • ପ୍ରାର୍ଥୀଙ୍କ ବୟସ ୧୮ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
  • ୨୦୨୭ ଜାନୁଆରୀ ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।
  • ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ କୋହଳ ମିଳିବ।

କିପରି ହେବ ପ୍ରାର୍ଥୀ ଚୟନ?

  • ପ୍ରଥମ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT-1)।
  • ଦ୍ୱିତୀୟ ପର୍ଯ୍ୟାୟ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT-2)।
  • ପଦବୀ ଅନୁସାରେ ପ୍ରଯୁଜ୍ୟ ଦକ୍ଷତା ପରୀକ୍ଷା।
  • ଡକ୍ୟୁମେଣ୍ଟ ଭେରିଫିକେସନ୍ ବା ଦସ୍ତାବିଜ ଯାଞ୍ଚ।
  • ମେଡିକାଲ୍ ପରୀକ୍ଷା।
  • ମେରିଟ୍ ଲିଷ୍ଟ ଓ ନିର୍ଦ୍ଧାରିତ ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
  • ଯୋଗ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ସ୍କ୍ରାଇବ୍ ସୁବିଧା ଓ ଅତିରିକ୍ତ ସମୟ ପ୍ରଦାନ କରାଯିବ।

ଟାଇପିଂ ଟେଷ୍ଟକୁ ନେଇ କ'ଣ ରହିଛି ନିୟମ?

  • ପ୍ରଦତ୍ତ ନିଯୁକ୍ତି ସୂଚନା ଅନୁସାରେ, ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ ଓ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ଟାଇପିଂ ସ୍କିଲ୍ ଟେଷ୍ଟ ନିଆଯିବ ନାହିଁ ବୋଲି ଉଲ୍ଲେଖ ରହିଛି।
  • ତେବେ ପ୍ରାର୍ଥୀଙ୍କ ପାଖରେ କମ୍ପ୍ୟୁଟର ଓ ଟାଇପିଂ ସମ୍ପର୍କିତ ମୌଳିକ ଜ୍ଞାନ ରହିବା ଆବଶ୍ୟକ। ଚାକିରିରେ ଯୋଗଦେବା ପରେ ଏହାର ଯାଞ୍ଚ କରାଯିବ ବୋଲି କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ

  • ଅନଲାଇନ୍ ଆବେଦନ ଆରମ୍ଭ: ୮ ଅକ୍ଟୋବର ୨୦୨୬
  • ଆବେଦନର ଶେଷ ତାରିଖ: ୬ ନଭେମ୍ବର ୨୦୨୬
  • ଆବେଦନର ଶେଷ ସମୟ: ରାତି ୧୧ଟା ୫୯ ମିନିଟ୍
  • ପରୀକ୍ଷା ଫି' ଜମା କରିବାର ଶେଷ ତାରିଖ: ୮ ନଭେମ୍ବର ୨୦୨୬
  • ଆବେଦନ ସଂଶୋଧନ ଅବଧି: ୯ ନଭେମ୍ବରରୁ ୧୮ ନଭେମ୍ବର ୨୦୨୬
  • ନିର୍ଦ୍ଧାରିତ ନିୟମ ଓ ସର୍ତ୍ତ ପୂରଣ କରୁଥିବା ପ୍ରାର୍ଥୀଙ୍କୁ ପରୀକ୍ଷା ଫି' ଫେରସ୍ତ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

କେଉଁଠି ଓ କିପରି କରିବେ ଆବେଦନ?

  • ପ୍ରଥମେ RRBର ଅନଲାଇନ୍ ଆବେଦନ ୱେବ୍‌ସାଇଟ୍ rrbapply.gov.in କୁ ଯାଆନ୍ତୁ।
  • NTPC Graduate Recruitment 2026 ଆବେଦନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
  • ଆବଶ୍ୟକ ତଥ୍ୟ ଦେଇ ରେଜିଷ୍ଟ୍ରେସନ୍ କରନ୍ତୁ।
  • ଆବେଦନ ଫର୍ମରେ ନିଜର ବ୍ୟକ୍ତିଗତ ଓ ଶିକ୍ଷାଗତ ତଥ୍ୟ ପୂରଣ କରନ୍ତୁ।
  • ଆବଶ୍ୟକ ଦସ୍ତାବିଜ, ଫଟୋ ଓ ଦସ୍ତଖତ ଅପଲୋଡ୍ କରନ୍ତୁ।
  • ନିର୍ଦ୍ଧାରିତ ଆବେଦନ ଫି' ଜମା କରନ୍ତୁ।
  • ଫର୍ମ ସବମିଟ୍ କରିବା ପରେ ଏହାର ଏକ କପି ଡାଉନଲୋଡ୍ କରି ରଖନ୍ତୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା: ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ RRBର ଅଫିସିଆଲ୍ ନୋଟିଫିକେସନ୍ CEN ୦୬/୨୦୨୬ ଭଲଭାବେ ପଢ଼ିନେବା ଉଚିତ୍। ବିଶେଷକରି ଟାଇପିଂ ପରୀକ୍ଷା ସମ୍ପର୍କିତ ନିୟମ, ଯୋଗ୍ୟତା, ଫି' ଓ ପଦବୀଭିତ୍ତିକ ସର୍ତ୍ତ ଯାଞ୍ଚ କରିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।