Railways Move To Clear Encroachments: ରେଳ ଜମି ଜବରଦଖଲକୁ ନେଇ ଆକ୍ସନ୍ ମୋଡରେ ରେଳ ବିଭାଗ; ଜମି ଖାଲି କରିବା ପ୍ରକ୍ରିୟା ଆରମ୍ଭ
ରାୟଗଡ଼ାରେ ରେଳ ଜମି ଜବରଦଖଲକୁ ନେଇ ଆକ୍ସନ୍ ମୋଡରେ ରେଳ ବିଭାଗ। ରାୟଗଡ଼ା ରେଳ ଡିଭିଜନକୁ ସୁଚାରୁ ରୂପେ କାର୍ଯ୍ୟକ୍ଷମ କରିବା ସହ ଭବିଷ୍ୟତ ବିକାଶ ପାଇଁ ରେଳ ଜମି ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ରେଳ ଜମି ଜବରଦଖଲ କରି ରହୁଥିବା ଲୋକଙ୍କୁ ଜମି ଖାଲି କରିବା ପାଇଁ ନୋଟିସ୍ ଲଗାଯାଇଛି।
ରୋଇତୋ କଲୋନୀ, ଭୀମ ସାହି, ଜଗନ୍ନାଥ ସାହି ଓ ମା' ମଝିଘରିଆଣୀ ମନ୍ଦିର ଅଞ୍ଚଳରେ ନୋଟିସ୍ ପରେ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଛି। ବର୍ଷ ବର୍ଷ ଧରି ପିଲାଛୁଆଙ୍କ ସହ ରହୁଥିବା ବସ୍ତିବାସିନ୍ଦା ଏବେ ଘର ହରାଇବା ଆଶଙ୍କାରେ ଅଛନ୍ତି। ଏପଟେ କେଉଁ ଜମି ପ୍ରକୃତରେ ରେଳ ବିଭାଗର, କେତେ ଜମି ଜବରଦଖଲରେ ରହିଛି ଏବଂ କିଏ କେତେ ବର୍ଷ ଧରି ରହୁଛନ୍ତି, ସେନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।
ପୁରୁଣା ସରକାରୀ ରେକର୍ଡ ଅନୁସାରେ ୧୯୮୩ରେ ରାୟଗଡ଼ା ରେଳ ଅଞ୍ଚଳରେ ୨୩୭.୪୪୭ ଏକର ରେଳ ଜମି ଥିବା ଉଲ୍ଲେଖ ରହିଥିଲା। କିଏ କେତେ ବର୍ଷ ଧରି ରହୁଛନ୍ତି ଏବଂ କେଉଁ ଜମି ରେଳ ବିଭାଗର, ସେନେଇ ତଥ୍ୟ ସଂଗ୍ରହ କରୁଛି ପ୍ରଶାସନ। ତେବେ ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କ ଥଇଥାନ ନେଇ ଉଠିଛି ପ୍ରଶ୍ନ। ଏହି ପ୍ରକ୍ରିୟାରେ ରେଳ ବିଭାଗ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ନଜର।
- ରେଳ ଜମି ଜବରଦଖଲକୁ ନେଇ ଆକ୍ସନ୍ ମୋଡରେ ରେଳ ବିଭାଗ
- ରାୟଗଡ଼ା ରେଳ ଡିଭିଜନକୁ କାର୍ଯ୍ୟକ୍ଷମ ପାଇଁ ଜମି ଖାଲି କରିବା ପ୍ରକ୍ରିୟା ଆରମ୍ଭ
- ସହରର ବିଭିନ୍ନ ଅଞ୍ଚଳରେ ରେଳ ଜମି ଜବରଦଖଲ କରିଥିବା ଲୋକଙ୍କୁ ନୋଟିସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।