Rajkummar Rao: ‘ପେହଲା ପ୍ୟାର୍ ଦୁସରୀ ବାର୍’ରେ ରାଜକୁମାର ରାଓ ଅତିଥି କଳାକାର, ଛଅ ନୂଆ କଳାକାରଙ୍କ ପ୍ରଥମ ସିନେମା

Oct 23, 2026 - 13:07
Rajkummar Rao: ‘ପେହଲା ପ୍ୟାର୍ ଦୁସରୀ ବାର୍’ରେ ରାଜକୁମାର ରାଓ ଅତିଥି କଳାକାର, ଛଅ ନୂଆ କଳାକାରଙ୍କ ପ୍ରଥମ ସିନେମା

ମୁମ୍ବାଇ: ଲଭ୍ ରଞ୍ଜନଙ୍କ ପ୍ରଯୋଜନାରେ ନିର୍ମିତ ରୋମାଣ୍ଟିକ୍ କମେଡି ଫିଲ୍ମ 'ପେହଲା ପ୍ୟାର୍ ଦୁସରୀ ବାର୍'ରେ ଅତିଥି କଳାକାର ଭୂମିକାରେ ନଜର ଆସିଛନ୍ତି ରାଜକୁମାର ରାଓ।

ଲଭ୍ ରଞ୍ଜନଙ୍କ ପ୍ରଯୋଜନାରେ ରାଜକୁମାର ରାଓଙ୍କ କାମ କରିବା ଏହା ପ୍ରଥମ ଘଟଣା ନୁହେଁ।

ଏହା ପୂର୍ବରୁ ସେ ୨୦୨୦ରେ ରିଲିଜ୍ ହୋଇଥିବା ଫିଲ୍ମ 'ଛଲାଙ୍ଗ୍'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସିଧାସଳଖ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିଲା।

ଏଥିରେ ନୁସରତ ଭରୁଚା ଏବଂ ମହମ୍ମଦ ଜିଶାନ ଆୟୁବ ମଧ୍ୟ ଅଭିନୟ କରିଥିଲେ।

Advertisment ସେହିପରି, ୨୦୨୪ରେ ନେଟଫ୍ଲିକ୍ସରେ ସିଧାସଳଖ ରିଲିଜ୍ ହୋଇଥିବା ଫିଲ୍ମ 'ୱାଇଲ୍ଡ ୱାଇଲ୍ଡ ପଞ୍ଜାବ'ରେ ରାଜକୁମାର ରାଓ ନ୍ୟାରେଟର୍ ଭାବେ କାମ କରିଥିଲେ।

୨୦୨୭ରେ ସେ 'ଦାଦା: ଦି ସୌରଭ ଗାଙ୍ଗୁଲି ଷ୍ଟୋରୀ' ଫିଲ୍ମରେ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ନଜର ଆସିବେ।

ଏହି କ୍ରୀଡ଼ାଭିତ୍ତିକ ବାୟୋପିକ୍‌ଟି ଲଭ୍ ରଞ୍ଜନଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ବେଳେ ବିକ୍ରମାଦିତ୍ୟ ମୋଟୱାନେ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ଅନୁଜ ସାଇନି ଫିଲ୍ମର ନିର୍ଦ୍ଦେଶକ 'ପେହଲା ପ୍ୟାର୍ ଦୁସରୀ ବାର୍' ଫିଲ୍ମ ମାଧ୍ୟମରେ ଅଲିଶା ଚୋପ୍ରା, ସ୍ପର୍ଶ ୱାଲିଆ, ସାକ୍ଷୀ ବୈଦ୍ୟ, କୁନାଲ ଆର୍ଯ୍ୟନ ବୈଦ, ସରଗୁନ କୌର ଲୁଥ୍ରା ଏବଂ ତୁଷାର ଛିବରଙ୍କ ଭଳି ଛଅ ଜଣ ନୂଆ କଳାକାର ଚଳଚ୍ଚିତ୍ର ଜଗତରେ ପାଦ ଥାପିଛନ୍ତି।

ଅନୁଜ ସାଇନି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଏହାକୁ ନେଇ ଉତ୍ସାହ ରହିଛି ରୋମାଣ୍ଟିକ୍ କମେଡି ଫିଲ୍ମ 'ପେହଲା ପ୍ୟାର୍ ଦୁସରୀ ବାର୍' ଆଜି ରିଲିଜ୍ ହୋଇଛି।

ଛଅ ଜଣ ନୂଆ କଳାକାରଙ୍କ ପରିଚୟ ଏବଂ ଲଭ୍ ରଞ୍ଜନଙ୍କ ପ୍ରଯୋଜନା ଯୋଗୁଁ ଏହି ଫିଲ୍ମଟି ଏବେଠାରୁ ଚର୍ଚ୍ଚାରେ ରହିଛି।

ଏହାର କାହାଣୀ ଓ ଶୈଳୀରେ ଲଭ୍ ରଞ୍ଜନଙ୍କ ଫିଲ୍ମର ଝଲକ ଦେଖିବାକୁ ମିଳୁଥିବାରୁ ତାଙ୍କ ଫିଲ୍ମକୁ ପସନ୍ଦ କରୁଥିବା ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ରହିଛି।

Woman's Body: ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।