22 OCTOBER 2026

Welcome!

Unlock your personalized experience.
Sign Up

Rajnagar: ଓଡ଼ିଶାର ବିରଳ ଭସାଣି: ହଂସୁଆରେ ଚାପ ଖେଳି ବିଦାୟ ନେଲେ ମା’

Oct 22, 2026 - 12:39
Rajnagar: ଓଡ଼ିଶାର ବିରଳ ଭସାଣି: ହଂସୁଆରେ ଚାପ ଖେଳି ବିଦାୟ ନେଲେ ମା’

ରାଜନଗର: କେନ୍ଦ୍ରାପଡା ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦିପନାର ସହ ଶେଷ ହୋଇଛି । ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ଗତକାଲି ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା । ସମୂହ ପୁଷ୍ପାଞ୍ଜଳି ସହିତ ମା’ର୍ଙ୍କ ବିସର୍ଜନ ପୂଜା ସମାପନ ହୋଇଥିଲା । ଆଜି ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି । ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା'ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇଥିଲେ । ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯାଇଛି । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ ।

ଆହୁରି ପଢନ୍ତୁ: Sundar Pichai: ‘ସୁନ୍ଦର ପିଚାଇ ନା କହିଲେ’: ଆଟଲାଣ୍ଟିକ ମହାସାଗରର ନାମକରଣ ଟ୍ରମ୍ପଙ୍କ ନାମରେ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା ଗୁଗୁଲ

ମାଆ ନଦୀରେ ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି । ମା’ ଦୁର୍ଗାଙ୍କ ସହିତ ଗଳିଦାଣ୍ଡର ବନଦୁର୍ଗା, ସାନବଡଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି । ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । ନଈ ମଧ୍ୟରେ ଭଜନ କୀର୍ତ୍ତନ, ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ୭ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।