ଦୁର୍ଘଟଣାରେ ୨ଯୁବ ଆଥଲେଟଙ୍କ ମୃତ୍ୟୁ

Oct 22, 2026 - 12:38
ଦୁର୍ଘଟଣାରେ ୨ଯୁବ ଆଥଲେଟଙ୍କ ମୃତ୍ୟୁ

ଭୁବନେଶ୍ୱର : ସଡକ ଦୁର୍ଘଟଣାରେ ଅସମୟରେ ଚାଲିଗଲେ ୨ ଯୁବ ଆଥଲେଟ । ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ନଖରା ଛକ ଠାରେ ଘଟିଥିଲା ଦୁର୍ଘଟଣା । ମୃତକ ହେଲେ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ । କଳିଙ୍ଗ ଷ୍ଟାଡ଼ିୟମରେ ହାଇ ପରଫର୍ମାନସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ ଉଭୟେ । ଗତକାଲି ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ଜୟରାମ ଦଣ୍ଡପାଟ ଭାରତର ଜଣେ ଦ୍ରୁତତମ ୟୁ-୨୩ (U23) ସ୍ପ୍ରିଣ୍ଟର (୧୦୦ ଓ ୨୦୦ ମିଟର ଦୌଡ଼କୁଦ) ଥିଲେ । ସେ  ନିକଟରେ ଜୟପୁରଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ମଳୟ ବାରିକ ୪୦୦ ମିଟର ଦୌଡ଼ାଳି ଥିଲେ ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶାର କ୍ରୀଡ଼ା ଜଗତ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।