Rajya Sabha Cross-Voting Case: କ୍ରସ୍ ଭୋଟିଂ ବିବାଦ: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ବିବାଦ ମାମଲାରେ ବିଧାୟକଙ୍କୁ ନୋଟିସ।
୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି।
ଏହି ବିଧାୟକ ମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଏବଂ ଚକ୍ରମଣି କହଁର।
ଜବାବ ଦାଖଲ କରିବାକୁ ୫ ବିଧାୟକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ତା ପୂର୍ବରୁ ଜବାବ ଦାଖଲ କରିବେ ୫ ଜଣ ବିଧାୟକ।
Advertisment ରାଜ୍ୟସଭା ନିର୍ବାଚନ ସମୟରେ ଭୋଟିଂକୁ ନେଇ ଉଠିଥିବା ବିବାଦ ଏବେ ଆଇନଗତ ଲଢ଼େଇର ରୂପ ନେଇଛି।
ଆଜି ୫ଟି ରିଟ୍ ଉପରେ ଶୁଣାଣି ହୋଇଥିବାରୁ ୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି ।
କ୍ରସଭୋଟିଂ କରିଥିବା ଅନ୍ୟ ବିଜେଡି ବିଧାୟକଙ୍କୁ ନୋଟିସ ଜାରି ହୋଇନାହିଁ ।
କ୍ରସଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ଆବେଦନ କରିଥିଲା।
ଏହା ଖାରଜ ହେବା ପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।