Rajyarani Express Train Accident: ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

Sep 23, 2026 - 17:28
Rajyarani Express Train Accident:  ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

"ଭୁବନେଶ୍ବର: ରାଉରକେଲା-ଗୁଣୁପୁର ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment ଜଗଦଲପୁରରୁ ହାୱଡା ସମଲେଶ୍ବରୀ ଓ ରାଜ୍ୟରାଣୀ ଏକ୍ସପ୍ରେସ୍ ବାତିଲ ମିଳିଥିବା ସୂଚନାନୁସାରେ, ପାରଳାଖେମୁଣ୍ଡି ନିକଟବର୍ତୀ ଆନ୍ଧ୍ରପ୍ରଦେଶର ଟେକାଲିର ବର୍ମାକଲୋନୀ ଠାରେ ଏହି ଦୁର୍ଘଟଣା ଘଟିଛି।

୫ଜଣ ନିକଟସ୍ଥ ଏକ ପୋଖରୀକୁ ମାଛ ଧରି ରେଳଧାରଣା ଦେଇ ରବିବାଲ୍‌ସା ଫେରୁଥିଲେ।

ଏହି ସମୟରେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ୫ ଛାତ୍ରଙ୍କୁ ଟେକାଲି ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘେଷଣା କରିଥିଲେ।

ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଖବର ନେବାରୁ ଜଣାଯାଇଛି ସମସ୍ତ ଛାତ୍ର ଡାମରୁ ଗାଁର ସେମାନେ ଟେକାଲିରେ ସରକାରୀ ଏସ୍‌ସିଏସ୍‌ଟି ହୋଷ୍ଟେଲ୍‌ରେ ରହି ଦ୍ବାଦଶ ଶ୍ରେଣୀରେ ପଢ଼ୁଥିଲେ।

ମୃତ ଛାତ୍ରମାନେ ହେଲେ ବିଶାଖା ରାଓ, ଦିଲୀପ, ଶାରଥ ଓ ଶିବା।

ଗୁରୁତର ଆହତ ହୋଇଥିବା ଛାତ୍ର ଜଣଙ୍କ ନାମ ସଲମନ ରାଜୁ।

Train: ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମରେ ୪ ଜଣଙ୍କୁ ଧକ୍କା ଦେଲା ରାଜ୍ୟରାଣୀ ଏକ୍ସପ୍ରେସ ଘଟଣାସ୍ଥଳରେ ଟେକାଲି ରାଜସ୍ବ ଅଧିକାରୀ (ଆର୍‌ଡିଓ) କ୍ରିଷ୍ଣାମୂର୍ତ୍ତି ଓ ପୁଲିସ ଅଧିକାରୀଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।