Raksha Bandhan Date Confusion: ରାକ୍ଷୀ ବାନ୍ଧିବେ କେଉଁ ଦିନ? ମୁକ୍ତି ମଣ୍ଡପ ପଣ୍ଡିତ କହିଲେ...

Aug 20, 2026 - 21:00
Raksha Bandhan Date Confusion: ରାକ୍ଷୀ ବାନ୍ଧିବେ କେଉଁ ଦିନ? ମୁକ୍ତି ମଣ୍ଡପ ପଣ୍ଡିତ କହିଲେ...

ରାକ୍ଷୀ ପୂର୍ଣ୍ଣିମା କେଉଁ ଦିନ। ଅଗଷ୍ଟ ୨୭ ନା ୨୮ ? ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ରଙ୍କ ମତରେ ସାଧାରଣ ଲୋକେ ଅଗଷ୍ଟ ୨୭ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ। ୨୭ ତାରିଖ ସକାଳ ୯ଟା ୯ ମିନିଟରୁ ୨୮ ତାରିଖ ସକାଳ ୯ଟା ୪୯ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହୁଛି। ତେଣୁ ଉପଯୁକ୍ତ ତିଥି ଅନୁସାରେ ୨୭ ତାରିଖରେ ରାକ୍ଷୀ ବାନ୍ଧିପାରିବେ। 

ଆନ୍ୟପଟେ ଶ୍ରୀନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା କହିଛି, ସବୁ ସ୍ଥାନରେ ଅଗଷ୍ଟ ୨୭ରେ ବଳଭଦ୍ର ଜନ୍ମ ନୀତି ପାଳନ କରାଯିବ। କିନ୍ତୁ ଉଦୟବ୍ୟାପୀ ନୀତି ଅନୁସାରେ ଶ୍ରୀମନ୍ଦିରରେ ୨୮ ତାରିଖରେ ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି ନୀତି ପାଳନ କରାଯିବ। ଅର୍ଥାତ୍ ଶ୍ରୀମନ୍ଦିରର ନୀତି ଓ ସାଧାରଣ ଲୋକଙ୍କ ପାଳନ ଦିନ ଭିନ୍ନ ରହିବ। ଶ୍ରୀମନ୍ଦିରରେ ୨୮ ତାରିଖରେ ବଳଭଦ୍ର ଜନ୍ମ, ରାକ୍ଷୀ ଲାଗି ନୀତି ଏବଂ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ଅନୁଷ୍ଠିତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।