Rally: ଇଣ୍ଡିମେଣ୍ଟର ଦିଲ୍ଲୀ ରାଲିରେ ଯୋଗ ନ ଦେବାରୁ ୮୦ରୁ ଅଧିକ ଯୁବ କଂଗ୍ରେସ କର୍ମୀ ନିଲମ୍ବିତ

Nov 04, 2026 - 22:08
Rally: ଇଣ୍ଡିମେଣ୍ଟର ଦିଲ୍ଲୀ ରାଲିରେ ଯୋଗ ନ ଦେବାରୁ ୮୦ରୁ ଅଧିକ ଯୁବ କଂଗ୍ରେସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଇଣ୍ଡିମେଣ୍ଟର ରାଲିରେ ଯୋଗ ଦେଇନଥିବାରୁ ଯୁବ କଂଗ୍ରେସ ପକ୍ଷରୁ ୮୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରାଯାଇଛି।

ରାଲିରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇବାକୁ ସେମାନଙ୍କୁ କୁହାଯାଇଛି।

ତେବେ ନିଲମ୍ବିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ୫୦୦ରୁ ଅଧିକ ହୋଇଥାଇପାରେ ବୋଲି ଜଣାପଡ଼ିଛି।

Advertisment ଆହୁରି ପଢନ୍ତୁ : US Midterm Elections: ଆମେରିକାବାସୀ ଯୁଦ୍ଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି: ଇରାନ ବାଚସ୍ପତି ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ପ୍ରାୟ ୬୦ ଜଣ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା, କଂଗ୍ରେସଶାସିତ ହିମାଚଳ ପ୍ରଦେଶର ୧୩ ଜଣ ଏବଂ ହରିୟାଣାର ପ୍ରାୟ ୧୦ ଜଣ କାର୍ଯ୍ୟକର୍ତ୍ତା ନିଲମ୍ବିତ ହୋଇଛନ୍ତି।

ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଅନୁପସ୍ଥିତ କର୍ମୀଙ୍କ ବିରୋଧରେ ନିଲମ୍ବନ ପ୍ରକ୍ରିୟା ଜାରି ରହିଛି।

ଉଲ୍ଲେଖଯୋଗ୍ୟ , ରାଲିରେ ଯୋଗଦେବା ପାଇଁ ଇଣ୍ଡିଆନ୍‌ ୟୁଥ୍‌ କଂଗ୍ରେସ (ଆଇୱାଇସି) ଏହାର ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲା।

ଆହୁରି ପଢନ୍ତୁ : Fuel In Car: ଜାଣନ୍ତୁ ଡିଜେଲ କାରରେ ପେଟ୍ରୋଲ ଭର୍ତ୍ତିକଲେ କେତେ ଦୂର ଯିବ ଗାଡ଼ି?

ଉପସ୍ଥାନର ଡିଜିଟାଲ୍‌ ଯାଞ୍ଚ ପାଇଁ ମିଣ୍ଟୋ ରୋଡ୍‌ର ଆସେମ୍ବଲି ପଏଣ୍ଟ୍‌ରେ ବାର୍‌କୋଡ୍‌ ସ୍କାନର୍‌ ଲଗାଯାଇଥିଲା।

କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ସହ ଆସିଥିବା ଲୋକଙ୍କୁ ଆଇୱାଇସିର ଆଧିକାରିକ ଆପ୍‌ରେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା।

ମିଣ୍ଟୋ ରୋଡ୍‌ ଆସେମ୍ବଲି ପଏଣ୍ଟ୍‌ରେ ପ୍ରାୟ ୧୫ ହଜାର ଲୋକ ଏକାଠି ହେବାର ଯୋଜନା ଥିଲା।

କିନ୍ତୁ ଆପ୍‌ରେ ମାତ୍ର ୨,୮୩୧ ଜଣ ପଞ୍ଜୀକରଣ କରିଥିଲେ।

ଏହି ଉପସ୍ଥାନ ଲକ୍ଷ୍ୟଠାରୁ ବହୁତ କମ୍‌ ଥିବାରୁ ଅନୁପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।