Ram Temple Prasad Gets Top Rating: ଅଯୋଧ୍ୟା ଯାଉଛନ୍ତି କି ? ରାମ ମନ୍ଦିର ଦର୍ଶନ ସହ ପ୍ରସାଦ ଖାଇବାକୁ ଭୁଲନ୍ତୁ ନାହିଁ
ଅଯୋଧ୍ୟା ଯାଉଛନ୍ତି କି ? ରାମ ମନ୍ଦିର ଦର୍ଶନ ସହ ପ୍ରସାଦ ଖାଇବାକୁ ଭୁଲନ୍ତୁ ନାହିଁ । କାରଣ ରାମ ମନ୍ଦିରର ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନରେ ସ୍ୱଚ୍ଛତା ଏବଂ ଖାଦ୍ୟର ସୁରକ୍ଷା ପାଇଁ ମିଳିଛି ସର୍ବୋଚ୍ଚ ରେଟିଂ ‘ଅତି ବିଶିଷ୍ଟ’ ।
ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ BHOG କାର୍ଯ୍ୟକ୍ରମ ଅଧୀନରେ ଏହି ମାନ୍ୟତା ମିଳିଛି । ମୋଟ ୧୧୪ ମାର୍କରୁ ରାମ ମନ୍ଦିର ୧୦୩ ମାର୍କ ହାସଲ କରିଛି । ମନ୍ଦିରର ରୋଷେଇ ଘରର ସ୍ୱଚ୍ଛତା, ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥା ଏବଂ ପ୍ରସାଦ ପରିବେଷଣ ସ୍ଥାନ ସମେତ ୪୭ଟି ମାନଦଣ୍ଡରେ ଯାଞ୍ଚ କରାଯାଇଥିଲା ।
ପ୍ରସାଦ ପ୍ରସ୍ତୁତ ଓ ବଣ୍ଟନ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତାଲିମ ମଧ୍ୟ ଦିଆଯାଇଛି । ଏହି ମାନ୍ୟତା ପ୍ରମାଣପତ୍ର ଦୁଇ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ଏହି ସମୟରେ ମନ୍ଦିରରେ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରାଯିବ । ଏଥିସହ ମନ୍ଦିର ଟ୍ରଷ୍ଟ ପ୍ରତି ୧୫ ଦିନରେ ଥରେ ନିଜସ୍ୱ ଯାଞ୍ଚ କରିବ ।
ଅଯୋଧ୍ୟାର ହନୁମାନଗଢ଼ୀ, କନକ ଭବନ, ଏକ ଜୈନ ମନ୍ଦିର ଓ ଦେବକାଳୀ ମନ୍ଦିର ସମେତ ଅନ୍ୟ ପାଞ୍ଚଟି ଧାର୍ମିକ ସ୍ଥଳକୁ ମଧ୍ୟ ଏହି ପ୍ରମାଣପତ୍ର ମିଳିଛି । ଧାର୍ମିକ ସ୍ଥଳରେ ଭକ୍ତଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ପ୍ରସାଦ ଯୋଗାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।