Rama Devi University: ରମାଦେବୀ ବିଶ୍ବବିଦ୍ୟାଳୟ: ୩୯ ଜଣଙ୍କ ପ୍ରାର୍ଥିପତ୍ର ବୈଧ

Oct 10, 2026 - 05:01
Rama Devi University: ରମାଦେବୀ ବିଶ୍ବବିଦ୍ୟାଳୟ: ୩୯ ଜଣଙ୍କ ପ୍ରାର୍ଥିପତ୍ର ବୈଧ

"ଭୁବନେଶ୍ୱର: ବାଜା, ବାଣ ଓ ଢୋଲର ତାଳେ ତାଳେ ପ୍ରକମ୍ପିତ ହୋଇଉଠିଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ସହରର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।

ବିଶ୍ୱବିଦ୍ୟାଳୟର ଉତ୍ତର ଦିଗରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସିଥିବା ବେଳେ ଦକ୍ଷିଣ ଦିଗରୁ ଛାତ୍ର ବିଜେଡିର ପ୍ରାର୍ଥୀମାନେ ପଟୁଆରରେ ପହଞ୍ଚିଥିଲେ।

ଆଜି ପ୍ରାର୍ଥୀପତ୍ର ଯାଞ୍ଚ ପରେ୩୯ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।Advertisment World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ "ଟିମ୍ ଇଣ୍ଡିଆ"ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସଭାପତି ପଦ ପାଇଁ ସାଇ ଅର୍ପିତା ମହାପାତ୍ର, ସୋନାଲି ବେହେରା, ବିଶ୍ବରୁପା ମହାନ୍ତି, ଜ୍ୟୋତି ପ୍ରିୟଦର୍ଶିନୀ ବେଉରା, ପ୍ରତୀକ୍ଷା ଦାସ ମହାପାତ୍ର ଏବଂ ଶ୍ରୁତିରାଣୀ ବିଷୋୟୀ ୬ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ବୈଧ ରହିଛି।

ସାଧାରଣ ସମ୍ପାଦକ ପଦ ପାଇଁ ଲକ୍ଷ୍ମୀପ୍ରିୟା ବିଶ୍ବାଳ ଓ ଜ୍ୟୋତି ପ୍ରିୟଦର୍ଶିନୀ ବେଉରାଙ୍କ ନାମ ବୈଧ ରହିଛି।

ଉପସଭାପତି ପଦ ପାଇଁ ୩ଟି, ସହ ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ ଛାତ୍ରୀଙ୍କ ନାମାଙ୍କନ ବୈଧ ରହିଥିବା ଜଣାପଡ଼ିଛି।

ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ସମ୍ପାଦିକା, ନାଟ୍ୟ ସଂସଦ ସମ୍ପାଦିକା ଏବଂ ବିଜ୍ଞାନ ସଂସଦର ସମ୍ପାଦିକା, ସହସମ୍ପାଦିକା ଓ ଶ୍ରେଣୀ ପ୍ରତିନିଧିପଦବୀ ଗୁଡ଼ିକ ପାଇଁମଧ୍ୟ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ ନାମାଙ୍କନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଛାତ୍ରୀମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ସେମାନଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ଅନୁମତି ଦେଇଥିଲେ।

ନିର୍ବାଚନକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଓ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିଛି।

ଛାତ୍ରୀଙ୍କ ଧାରଣାବିଶ୍ବବିଦ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ ସମୟରେ ବିଶ୍ୱବିଦ୍ୟାଳୟ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ନାମାଙ୍କନ ଯାଞ୍ଚ ବିଳମ୍ବିତ ହେଉଥିବାରୁ ବିଜୁ ଛାତ୍ରଜନତା ଦଳ ପକ୍ଷରୁ କେତେକ ଛାତ୍ରୀ କ୍ୟାମ୍ପସ ସମ୍ମୁଖରେ ଧାରଣାରେ ବସିଥିଲେ।

ମାତ୍ର ଯାଞ୍ଚ ସମୟରେ ମାତ୍ର ଦୁଇ ଜଣଙ୍କ ନାମାଙ୍କନ କଟିଛି।

ଜଣଙ୍କର ଅଧିକ ବୟସ ଓ ଅନ୍ୟ ଜଣଙ୍କର ନିର୍ବାଚନ ଲଢ଼ିବାକୁ ବୟସ ହୋଇ ନ ଥିବାରୁ  ନାମ କଟିଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ଏହା ଦେଖିବା ପରେ ଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।