Ramayan: ରାମାନନ୍ଦ ସାଗରଙ୍କ 'ରାମାୟଣ'କୁ ପ୍ରଯୋଜନା କରିବାକୁ ମନା କରିଥିଲା 'ଡିଜ୍ନି'!
"ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ଏବଂ ଐତିହାସିକ ପୌରାଣିକ ଧାରାବାହିକ 'ରାମାୟଣ'କୁ ନେଇ ଏକ ବଡ଼ ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି।
ଆଇପିଏଲର ପ୍ରଥମ ଅଧ୍ୟକ୍ଷ ତଥା ବିଜନେସମ୍ୟାନ୍ ଲଳିତ ମୋଦି ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଯେ, ଏକ ସମୟରେ ବିଶ୍ୱବିଖ୍ୟାତ ମନୋରଞ୍ଜନ କମ୍ପାନୀ 'ଦିୱାଲ୍ଟ ଡିଜ୍ନି' ରାମାନନ୍ଦ ସାଗରଙ୍କ ଏହି ମହାକାବ୍ୟକୁ ପ୍ରଯୋଜନା କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲା।Advertisment ଲଳିତ ମୋଦିଙ୍କ କହିବାନୁଯାୟୀ, ସେହି ସମୟରେ ସେ ଡିଜ୍ନି କମ୍ପାନୀ ସହିତ ମିଶି ଭାରତରେ ମାର୍କେଟିଂ ଏବଂ ଡିଷ୍ଟ୍ରିବୁସନର ଏକ ବଡ଼ ଇକୋସିଷ୍ଟମ ପ୍ରସ୍ତୁତ କରିଥିଲେ।
ରାମାନନ୍ଦ ସାଗର ଏବଂ ବି.ଆର୍.
ଚୋପ୍ରା ନିଜର ପ୍ରସିଦ୍ଧ ଶୋ'ଗୁଡ଼ିକ ପାଇଁ ତାଙ୍କଠାରୁ ଫାଇନାନ୍ସିଂ ସହାୟତା ଲୋଡ଼ିଥିଲେ।
ଲଳିତ ମୋଦି ଡିଜ୍ନିର ଶୀର୍ଷ ଅଧିକାରୀମାନଙ୍କୁ ରାମାନନ୍ଦ ସାଗରଙ୍କ ପ୍ରସ୍ତାବ ଉପରେ ରାଜି କରାଇଥିଲେ ଏବଂ ଡିଜ୍ନିର ଟିମ୍ ଏକ ସ୍ୱତନ୍ତ୍ର ବୈଠକ ପାଇଁ ଭାରତ ଆସିଥିଲେ।
ଆହୁରି ପଢନ୍ତୁ: Gadakana Dumping Yard ଦଶହରାରେ ଗାଡ଼କଣ ଡମ୍ପିଂ ୟାର୍ଡକୁ ଅଳିଆ ଗାଡ଼ି ବନ୍ଦ ଦାବି, ନହେଲେ ଅନଶନ ଚେତାବନୀ ମିଟିଂରେ କ"ଣ ହୋଇଥିଲା ଭୁଲ୍?ଲଳିତ ମୋଦିଙ୍କ ମତରେ, ଡିଜ୍ନିର ବଡ଼ ବଡ଼ ଅଧିକାରୀମାନେ ସୁଟ୍-ବୁଟ୍ ପିନ୍ଧି ମିଟିଂକୁ ଆସିଥିବା ବେଳେ ରାମାନନ୍ଦ ସାଗର ସେଠାକୁ 'ସର୍ଟସ୍' ପିନ୍ଧି ପହଞ୍ଚିଥିଲେ।
ସେହିପରି ତାଙ୍କର ଇଂରାଜୀ କଥିତ ଭାଷା ମଧ୍ୟ ସେତେଟା ସ୍ପଷ୍ଟ ନଥିଲା, ଯାହାଫଳରେ ସେ ଡିଜ୍ନି କର୍ତ୍ତୃପକ୍ଷଙ୍କ ସାମ୍ନାରେ ନିଜର ଶୋ'ର ପ୍ରକୃତ ଭାବନାକୁ ସଠିକ୍ ଭାବେ ବୁଝାଇ ପାରିନଥିଲେ।
ଡିଜ୍ନି ଅଧିକାରୀମାନେ ସେତେବେଳେ ଭାରତରେ ଏଭଳି ବଡ଼ ଧରଣର ପୌରାଣିକ କାହାଣୀର ସଫଳତା ସମ୍ପର୍କରେ ଆଦୌ ଅବଗତ ନଥିଲେ।
ପରିସ୍ଥିତି ଏପରି ହୋଇଥିଲା ଯେ ଡିଜ୍ନିର ପ୍ରେସିଡେଣ୍ଟ୍ ସେହି ରୁମ୍ରୁ ବାହାରି ଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ ଏବଂ ଶେଷରେ ଏହି ଅଫର୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ଆହୁରି ପଢନ୍ତୁ: Indian Army: ଭାରତୀୟ ସେନାରେ ଅଫିସର ହେବାର ସୁଯୋଗ, ଜେଇଇ ମେନ୍ ଦେଇଥିବା ଛାତ୍ରଛାତ୍ରୀ କରନ୍ତୁ ଆବେଦନ ପରେ ଏହି ଧାରାବାହିକ ଦୂରଦର୍ଶନରେ ପ୍ରସାରିତ ହୋଇ ଇତିହାସ ରଚିଥିଲା ଏବଂ ଅରୁଣ ଗୋଭିଲ୍, ଦୀପିକା ଚିଖଲିଆଙ୍କ ଭଳି କଳାକାରମାନଙ୍କୁ ଘରେ ଘରେ ପରିଚୟ ଦେଇଥିଲା।
କିନ୍ତୁ ଯଦି ସେତେବେଳେ ଡିଜ୍ନି ଏଥିରେ ପୁଞ୍ଜିନିବେଶ କରିଥାନ୍ତା,ତେବେ ଏହାର ଇତିହାସ କିଛି ଅନ୍ୟପ୍ରକାରର ହୋଇଥା'ନ୍ତା ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।