Ramayana: ଆଜିଠାରୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଆଡଭାନ୍ସ ବୁକିଂ ଆରମ୍ଭ

Oct 20, 2026 - 15:39
Ramayana: ଆଜିଠାରୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଆଡଭାନ୍ସ ବୁକିଂ ଆରମ୍ଭ

"ମୁମ୍ବାଇ: ରଣବୀର କପୁର, ୟଶ, ସନ୍ନି ଦେଓଲ୍ ଓ ସାଇ ପଲ୍ଲବୀଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ "ରାମାୟଣ"ର ଆଡଭାନ୍ସବୁକିଂ ଅକ୍ଟୋବର ୨୦ ତାରିଖରେ ଦଶହରା ଅବସରରେ ସାରା ଭାରତରେ ଆରମ୍ଭ ହୋଇଛି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୬ ନଭେମ୍ବର ୫ରେ ବିଶ୍ୱବ୍ୟାପୀ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯୋଜନା ରହିଛି।Advertisment ନିର୍ମାତାଙ୍କ ସୂଚନା ଅନୁଯାୟୀ, ଦର୍ଶକମାନେ ପ୍ରମୁଖ ଟିକେଟ୍ ବୁକିଂ ପ୍ଲାଟଫର୍ମ ଜରିଆରେ ଟିକେଟ୍ ବୁକ୍ କରିପାରିବେ।

ଏଥିସହ ଆଇମାକ୍ସ (IMAX) ସମେତ ବିଭିନ୍ନ ପ୍ରିମିୟମ୍ ଥିଏଟର ଫର୍ମାଟ୍‌ରେ ଫିଲ୍ମ ଦେଖିବାର ବିକଳ୍ପ ମଧ୍ୟ ରହିବ।

ଆସନ୍ତା ମାସରେ ଫିଲ୍ମର ବିଶ୍ୱବ୍ୟାପୀ ମୁକ୍ତିଲାଭ ପୂର୍ବରୁ ଏହି ଘୋଷଣା କରାଯାଇଛି।

ନମିତ ମାଲହୋତ୍ରାଙ୍କ ପ୍ରାଇମ୍ ଫୋକସ୍ ଷ୍ଟୁଡିଓଜ୍ ଏବଂ ୟଶଙ୍କ ମନଷ୍ଟର ମାଇଣ୍ଡ କ୍ରିଏସନ୍ସର ମିଳିତ ସହଯୋଗରେ ଏହି ଫିଲ୍ମ ନିର୍ମାଣ କରାଯାଉଛି।

ଭାରତୀୟ ମହାକାବ୍ୟ "ରାମାୟଣ" ଉପରେ ଆଧାରିତ ଏହି ସିନେମାକୁ ଦୁଇଟି ଭାଗରେ ମୁକ୍ତିଲାଭ କରାଇବାକୁ ଯୋଜନା ରହିଛି।

ଏଥିରେ ରଣବୀର କପୁର, ୟଶ ଓ ସାଇ ପଲ୍ଲବୀ ପ୍ରମୁଖ ଭୂମିକାରେ ନଜର ଆସିବେ।

ଦୁଇ ନାମୀ ସଙ୍ଗୀତକାର ଏକାଠି ଫିଲ୍ମର ସଙ୍ଗୀତ ରଚନା କରିଛନ୍ତି ହଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତକାର ହାନ୍ସ ଜିମର୍ ଏବଂ ଭାରତୀୟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.

ରହମାନ।

ଏହି ଫିଲ୍ମ ଜରିଆରେ ଦୁଇ ନାମୀ ସଙ୍ଗୀତକାର ଏକାଠି କାମ କରିଛନ୍ତି।

ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍‌ ଏହି ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବାକୁ ଯୋଜନା ରହିଛି।

ଦ୍ୱିତୀୟ ଭାଗ ୨୦୨୭ ମସିହା ଦୀପାବଳି ଅବସରରେ ମୁକ୍ତିଲାଭ କରିବ "ରାମାୟଣ"ର ପ୍ରଥମ ଭାଗ ୨୦୨୬ ନଭେମ୍ବର ୫ରେ ସିନେମା ହଲ୍‌କୁ ଆସିବ।

ଏହାର ଦ୍ୱିତୀୟ ଭାଗ ୨୦୨୭ ମସିହା ଦୀପାବଳି ଅବସରରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।

Neha is feeling regret: ପଶ୍ଚାତ୍ତାପ କରୁଛନ୍ତି ନେହା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।