NICL AO Recruitment 2026: ଏନଆଇସିଏଲ ଏଓ ନିଯୁକ୍ତି ୨୦୨୬ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Oct 07, 2026 - 17:16
NICL AO Recruitment 2026: ଏନଆଇସିଏଲ ଏଓ ନିଯୁକ୍ତି ୨୦୨୬ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

"ନୂଆଦିଲ୍ଲୀ: ନ୍ୟାସନାଲ ଇନ୍ସୁରାନ୍ସ କମ୍ପାନି ଲିମିଟେଡ୍ (ଏନଆଇସିଏଲ) ପକ୍ଷରୁ ଆଡମିନିଷ୍ଟ୍ରେଟିଭ୍ ଅଫିସର (ଜେନେରାଲିଷ୍ଟ ଏବଂ ସ୍ପେଶାଲିଷ୍ଟ/କ୍ୟାଡର-୧) ନିଯୁକ୍ତି ୨୦୨୬ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

ସର୍ଟ ନୋଟିସ୍‌ ଅନୁଯାୟୀ, ଏହି ନିଯୁକ୍ତି ପାଇଁ ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୮ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ।

ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀ ପ୍ରାର୍ଥୀମାନେ ଆବେଦନ ଆରମ୍ଭ ହେବା ପରେ ଅନଲାଇନ୍‌ରେ ଫର୍ମ ପୂରଣ କରିପାରିବେ।

ଆବେଦନର ଶେଷ ତାରିଖ ଅକ୍ଟୋବର ୨୮ ରଖାଯାଇଛି।Advertisment ଏନଆଇସିଏଲ ଏଓ ପରୀକ୍ଷା ତାରିଖ ଘୋଷଣା ଏନଆଇସିଏଲ ପକ୍ଷରୁ ଆବେଦନ ତାରିଖ ସହିତ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି।

ନୋଟିସ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ, ଫେଜ୍‌-୧ ପରୀକ୍ଷା ୧୭ ନଭେମ୍ବର ୨୦୨୬ରେ ଏବଂ ଫେଜ୍‌-୨ ପରୀକ୍ଷା ୨୨ ଡିସେମ୍ବର ୨୦୨୬ରେ ଅନୁଷ୍ଠିତ ହେବ।

ଏହି ନିଯୁକ୍ତିରେ ସାମିଲ ହେବା ପାଇଁ ପଦ ଅନୁଯାୟୀ ପ୍ରାର୍ଥୀଙ୍କର ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକ, ସ୍ନାତକୋତ୍ତର, ବିଇ, ବିଟେକ୍‌, ଏମଇ, ଏମଟେକ୍‌, ବିକମ୍‌, ଏମକମ୍‌, ସିଏ, ଆଇସିଡବ୍ଲ୍ୟୁଏ ଆଦି ଯୋଗ୍ୟତା ଥିବା ଆବଶ୍ୟକ।

ଏଥିସହ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବୋଚ୍ଚ ବୟସ ସୀମାରେ ଛାଡ଼ ମିଳିବ।

ବୟସ ଗଣନା ୧ ଅକ୍ଟୋବର ୨୦୨୬କୁ ଆଧାର କରି କରାଯିବ।

ଚୟନ ପ୍ରକ୍ରିୟା ଓ ଦରମା ଏହି ନିଯୁକ୍ତିରେ ଚୟନ ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ ପ୍ରିଲିମ୍ସ ଏବଂ ପରେ ମେନ୍ସ ପରୀକ୍ଷା ଦେବାକୁ ପଡ଼ିବ।

ଉଭୟ ପରୀକ୍ଷାରେ ସଫଳ ହେବା ପରେ ପ୍ରାର୍ଥୀମାନଙ୍କୁ ଶେଷରେ ସାକ୍ଷାତକାର ପାଇଁ ଡକାଯିବ।

ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଚୂଡ଼ାନ୍ତ ଚୟନ ତାଲିକା ପ୍ରକାଶ ପାଇବ।ଚୟନିତ ପ୍ରାର୍ଥୀମାନଙ୍କୁ ପେ ସ୍କେଲ୍‌ ଅନୁଯାୟୀ ମାସିକ ୮୨,୪୮୫ ଟଙ୍କାରୁ ୧,୫୬,୭୪୫ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ପାହାଡ଼ରୁ ପଥର ଖସି ଅବସରପ୍ରାପ୍ତ ବାୟୁସେନା ଅଫିସର ମୃତ, ୨ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।