Ramayana Review: ବକ୍ସ ଅଫିସରେ 'ରାମାୟଣ'ର ଧୂଆଁଧାର ଆରମ୍ଭ; ମାତ୍ର ୬ ଘଣ୍ଟାରେ ରୋଜଗାର କଲା ଏତେ କୋଟି କୋଟି ଟଙ୍କା

Nov 05, 2026 - 15:32
Ramayana Review: ବକ୍ସ ଅଫିସରେ 'ରାମାୟଣ'ର ଧୂଆଁଧାର ଆରମ୍ଭ; ମାତ୍ର ୬ ଘଣ୍ଟାରେ ରୋଜଗାର କଲା ଏତେ କୋଟି କୋଟି ଟଙ୍କା

ଦୀର୍ଘଦିନ ଧରି ଯେଉଁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଥିଲା, ସେହି ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ 'ରାମାୟଣ: ପାର୍ଟ ୧' ଶେଷରେ ବଡ଼ ପରଦାରେ ପହଞ୍ଚିଛି।

ନଭେମ୍ବର ୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ନେଇ ପ୍ରଥମ ଶୋ'ରୁ ହିଁ ଦର୍ଶକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ଆରମ୍ଭ କରିଛି।

Advertisment ଫିଲ୍ମର ବିଶାଳ କ୍ୟାନଭାସ୍, ଭବ୍ୟ ସେଟ୍, VFX, CGI ଓ ରାମାୟଣର କାହାଣୀକୁ ନୂଆ ଭିଜୁଆଲ୍ ଭାଷାରେ ପରଦାରେ ଆଣିବାର ପ୍ରୟାସକୁ ଅନେକ ଦର୍ଶକ ପ୍ରଶଂସା କରୁଛନ୍ତି।

ବିଶେଷକରି ରାବଣ ଓ ଜଟାୟୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଫିଲ୍ମର ଅନ୍ୟତମ ବଡ଼ ହାଇଲାଇଟ୍ ବୋଲି କୁହାଯାଉଛି।

କିଛି ଦର୍ଶକ ଫିଲ୍ମର ଭିଜୁଆଲ୍ ଅନୁଭୂତିକୁ 'ମ୍ୟାଜିକ୍' ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।

ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ଅଛନ୍ତି।

ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ନଜର ଆସିଥିବାବେଳେ ୟଶ ରାବଣଙ୍କ ଭୂମିକାରେ ଅଛନ୍ତି।

ସନ୍ନି ଦେଓଲ୍ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଫିଲ୍ମକୁ ନମିତ ମଲହୋତ୍ରା ପ୍ରଯୋଜନା କରିଛନ୍ତି।

Advertisment ୟଶଙ୍କ ରାବଣ ଅବତାରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଚରିତ୍ରର ଭବ୍ୟତା, ସ୍କ୍ରିନ୍ ପ୍ରେଜେନ୍ସ ଓ ଡାର୍କ ଟୋନ୍‌କୁ ଦର୍ଶକ ପସନ୍ଦ କରୁଛନ୍ତି।

ସେହିପରି ରଣବୀରଙ୍କ ରାମ ଚରିତ୍ରକୁ ଶାନ୍ତ, ସଂଯମୀ ଓ ଭାବପ୍ରବଣ ଭାବେ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

ସଙ୍ଗୀତ ଦିଗରୁ ମଧ୍ୟ ଫିଲ୍ମକୁ ନେଇ ଆଗ୍ରହ ଅଧିକ।

ଏହାର ସଙ୍ଗୀତ ଦାୟିତ୍ୱ ଏଆର୍ ରହମାନ ଓ ହଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତକାର ହାନ୍ସ ଜିମର୍ ନେଇଛନ୍ତି।

ଭବ୍ୟ ଦୃଶ୍ୟ ସହ ସଙ୍ଗୀତର ସମନ୍ୱୟ ଅନେକ ସିନ୍‌କୁ ଅଧିକ ପ୍ରଭାବଶାଳୀ କରିଥିବା ଦର୍ଶକଙ୍କ ପ୍ରତିକ୍ରିୟାରୁ ଜଣାପଡ଼ୁଛି।

'ରାମାୟଣ: ପାର୍ଟ ୧'ର ରନ୍‌ଟାଇମ୍ ୧୯୫ ମିନିଟ୍, ଅର୍ଥାତ୍ ୩ ଘଣ୍ଟା ୧୫ ମିନିଟ୍।

ସେନ୍ସର ବୋର୍ଡ ଫିଲ୍ମକୁ U ସର୍ଟିଫିକେଟ୍ ଦେଇଛି।

ଫିଲ୍ମକୁ ଦୁଇ ଭାଗରେ ନିର୍ମାଣ କରାଯାଇଥିବାବେଳେ ପ୍ରଥମ ଭାଗ ଏବେ ଦର୍ଶକଙ୍କ ସାମ୍ନାକୁ ଆସିଛି।

ପ୍ରଥମ ଦିନ ଫିଲ୍ମ ଦେଖିଥିବା ଜଣେ ଦର୍ଶକ 'ରାମାୟଣ'କୁ ୧୦ରୁ ୮ ରେଟିଂ ଦେଇଛନ୍ତି।

VFX, CGI, ଅଭିନୟ, ସଙ୍ଗୀତ ଓ ଆକ୍ସନ୍ ସିକ୍ୱେନ୍ସକୁ ସେ ପ୍ରଶଂସା କରିଛନ୍ତି।

ବିଶେଷକରି ଜଟାୟୁ ଓ ବନବାସ ସହ ଜଡ଼ିତ କେତେକ ଦୃଶ୍ୟ ଭାବପ୍ରବଣ କରୁଥିବା କୁହାଯାଇଛି।

ତେବେ ଫିଲ୍ମର ପ୍ରଥମ ଭାଗ ସବୁ ସମୟରେ ଦ୍ରୁତ ଗତିର ନୁହେଁ ବୋଲି ମଧ୍ୟ କିଛି ପ୍ରତିକ୍ରିୟା ରହିଛି।

୬ ଘଣ୍ଟାରେ ୨୦ କୋଟି: ବକ୍ସ ଅଫିସରେ ମଧ୍ୟ ରିଲିଜ୍‌ର ପ୍ରଥମ କିଛି ଘଣ୍ଟାରେ ଫିଲ୍ମ ଭଲ ଆରମ୍ଭ କରିଛି।

ପ୍ରାରମ୍ଭିକ ତଥ୍ୟ ଅନୁସାରେ, ମାତ୍ର ୬ ଘଣ୍ଟା ମଧ୍ୟରେ ଭାରତରେ ଫିଲ୍ମର ନେଟ୍ କଲେକ୍ସନ୍ ୧୭.୧୦ କୋଟି ଟଙ୍କାରେ ପହଞ୍ଚିଛି।

ସେହିପରି ଗ୍ରସ୍ କଲେକ୍ସନ୍ ପ୍ରାୟ ୨୦.୧୮ କୋଟି ଟଙ୍କା ହୋଇଥିବା ପ୍ରାରମ୍ଭିକ ଆକଳନରେ କୁହାଯାଉଛି।

ଦେଶବ୍ୟାପୀ ପ୍ରାୟ ୯,୨୪୯ଟି ଶୋ' ଆଧାରରେ ଏହି ଆକଳନ ସାମ୍ନାକୁ ଆସିଛି।

ତେବେ ଫିଲ୍ମର ପ୍ରଥମ ଦିନର ପୂର୍ଣ୍ଣ କଲେକ୍ସନ୍ ଆସିବା ପରେ ହିଁ ଏହାର ବାସ୍ତବ ଓପନିଂ କେତେ ବଡ଼ ଥିଲା, ସେନେଇ ସ୍ପଷ୍ଟ ଚିତ୍ର ମିଳିବ।

ଅନ୍ୟପଟେ ବଡ଼ ପରଦାରେ 'ରାମାୟଣ'କୁ ଅଧିକ ଭବ୍ୟ ଅନୁଭୂତି ଦେବା ପାଇଁ PVR INOX ମଧ୍ୟ ବିଶେଷ ପ୍ରସ୍ତୁତି କରିଛି।

ଦେଶର ୧୫୦ଟି ସିନେମା ହଲ୍‌ରେ 3D ଟେକ୍ନୋଲୋଜିକୁ ଅପଗ୍ରେଡ୍ କରାଯାଇଛି।

ଫଳରେ ଦର୍ଶକମାନେ ନିଜ ନିକଟସ୍ଥ ସିନେମା ହଲ୍‌ରେ ଅଧିକ ଉନ୍ନତ 3D ଭିଜୁଆଲ୍ ଅନୁଭୂତି ପାଇପାରିବେ।

ଏବେ ସମସ୍ତଙ୍କ ନଜର ଫିଲ୍ମର ପ୍ରଥମ ଦିନର ଫାଇନାଲ୍ ବକ୍ସ ଅଫିସ୍ କଲେକ୍ସନ୍ ଉପରେ।

ଆରମ୍ଭରୁ ମିଳୁଥିବା ପଜିଟିଭ୍ ରିଆକ୍ସନ୍ ଯଦି ଆଗକୁ ଜାରି ରହେ, ତେବେ 'ରାମାୟଣ: ପାର୍ଟ ୧' ଭାରତୀୟ ସିନେମାର ଏକ ବଡ଼ ବକ୍ସ ଅଫିସ୍ ସଫଳତା ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।