Ramayana: ଦୁଇଟି ଭାଗରେ ଆସିବ ‘ରାମାୟଣ’, ନିଜ ଭାଷାରେ ଦେଖିବେ ବିଶ୍ବବାସୀ

Oct 12, 2026 - 14:29
Ramayana: ଦୁଇଟି ଭାଗରେ ଆସିବ ‘ରାମାୟଣ’, ନିଜ ଭାଷାରେ ଦେଖିବେ ବିଶ୍ବବାସୀ

"ମୁମ୍ବାଇ: ପ୍ରଯୋଜକ ନମିତ ମାଲହୋତ୍ରା ତାଙ୍କର ବହୁ ପ୍ରତୀକ୍ଷିତ ସିନେମା "ରାମାୟଣ" ସାରା ବିଶ୍ବରେ ରିଲିଜ୍ କରିବାର ଯୋଜନା କରିଛନ୍ତି।

ଏହାକୁ ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ରିଲିଜ୍ କରିବାକୁ ସେ ଦୃଢ଼ ସଂକଳ୍ପବଦ୍ଧ।

ଏହି ଲକ୍ଷ୍ୟ ହାସଲ ପାଇଁ ସେମାନେ ଦୀର୍ଘ ସମୟ ଧରି କାମ କରୁଛନ୍ତି।

୨୦୨୬ରେ ସିନେମାକନ୍ (CinemaCon) ଏବଂ ସାନ୍ ଡିଏଗୋ କମିକ୍-କନ୍ (San Diego Comic-Con)ରେ ଫିଲ୍ମର ପ୍ରଚାର ଏହି ଦିଗରେ ଏକ ପଦକ୍ଷେପ ଥିଲା।

ଅନ୍ତର୍ଜାତୀୟ ବିତରଣ ପାଇଁ ସୋନି ପିକ୍ଚର୍ସକୁ ସାମିଲ କରିବା ମଧ୍ୟ ଫିଲ୍ମ ପାଇଁ ଏକ ବଡ଼ ସଫଳତା।Advertisment ସୂତ୍ରରୁ ଆହୁରି ଜଣାପଡ଼ିଛି, “ସାରା ବିଶ୍ୱର ଦର୍ଶକଙ୍କ ପାଇଁ ଫିଲ୍ମକୁ ସହଜରେ ଉପଲବ୍ଧ ଏବଂ ଆକର୍ଷଣୀୟ କରିବା ଲକ୍ଷ୍ୟରେ "ରାମାୟଣ"କୁ ପ୍ରାୟ ୪୦ଟି ଭାଷାରେ ଡବିଂ କରାଯାଇଛି।

ଫଳରେ ବିଶ୍ୱର ବିଭିନ୍ନ ଦେଶର ଦର୍ଶକ ନିଜେ ବୁଝିପାରୁଥିବା ଭାଷାରେ, ସବ୍‌ଟାଇଟଲ୍‌ ଉପରେ ନିର୍ଭର ନକରି, ଫିଲ୍ମଟିକୁ ଏହାର ପୂର୍ଣ୍ଣ ଭବ୍ୟତା ସହ ଉପଭୋଗ କରିପାରିବେ।

ଏତେ ବ୍ୟାପକ ପରିମାଣରେ ଏକ ଭାରତୀୟ ଫିଲ୍ମକୁ ପୂର୍ବରୁ କେବେ ଡବିଂ କରାଯାଇନାହିଁ।

କେଉଁ କେଉଁ ଭାଷାରେ ଫିଲ୍ମଟି ଡବିଂ ହୋଇଛି, ତାହାର ସମ୍ପୂର୍ଣ୍ଣ ତାଲିକା ଆସନ୍ତା ଏକରୁ ଦୁଇ ସପ୍ତାହ ମଧ୍ୟରେ ପ୍ରକାଶ କରାଯିବ।” ନିତେଶ ତିୱାରୀ ଏହାର ନିର୍ଦ୍ଦେଶକ "ରାମାୟଣ"ରେ ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର, ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ, ରାବଣ ଭୂମିକାରେ ୟଶ, ଭଗବାନ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲ ଏବଂ ଲକ୍ଷ୍ମଣଙ୍କ ଭୂମିକାରେ ରବି ଦୁବେ ଅଭିନୟ କରୁଛନ୍ତି।

ଦଙ୍ଗଲ (୨୦୧୬) ଫିଲ୍ମ ପାଇଁ ପରିଚିତ ନିତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ନମିତ ମଲହୋତ୍ରା ଏହାର ପ୍ରଯୋଜନା କରୁଛନ୍ତି।

ଫିଲ୍ମର ସଙ୍ଗୀତ ଏ.ଆର୍.

ରହମାନ ଏବଂ ହାନ୍ସ ଜିମର୍ ପ୍ରସ୍ତୁତ କରୁଛନ୍ତି।

୨୦୨୭ ଦୀପାବଳିରେ ଦ୍ୱିତୀୟ ଭାଗ   ଏହି ପୌରାଣିକ ମହାକାବ୍ୟକୁ ଦୁଇଟି ଭାଗରେ ନିର୍ମାଣ କରାଯାଉଛି।

ଏହାର ପ୍ରଥମ ଭାଗ ୨୦୨୬ ନଭେମ୍ବର ୫ ତାରିଖରେ, ଅର୍ଥାତ୍ ଦୀପାବଳି ସପ୍ତାହରେ, ସିନେମା ହଲ୍‌କୁ ଆସିବ।

ଦ୍ୱିତୀୟ ଭାଗ ୨୦୨୭ ଦୀପାବଳି ସମୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

Birth Anniversary: ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ: ଖୋକା ଭାଇଙ୍କ ସ୍ବରାରୋପିତ "ଏଇ ତ ଦୁନିଆଁ"ରୁ ଆରମ୍ଭ ହୋଇଥିଲା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ଯାତ୍ରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।