R&B Division-1 ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
"ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ତଥା ସରକାରୀ ଅର୍ଥର ଅପବ୍ୟବହାର ନେଇ ଆସିଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି I ଡିଭିଜନରେ ହୋଇଥିବା ସମସ୍ତ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ନିମେନ୍ତ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
Advertisment ଆର୍ ଆଣ୍ଡ୍ ବି ଡିଭିଜନ୍-୧ କେଳେଙ୍କାରୀ: ବିନା ଟେଣ୍ଡର୍ରେ ବାଣ୍ଟିଦେଲେ ୪କୋଟି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ମାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି।
ଅଭିଯୋଗର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସବୁ ଦିଗକୁ ଆଧାର କରି ତଦନ୍ତ କରାଯିବ।
ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିଶ ଦେବାକୁ ମଧ୍ୟ କୁହାଯାଇଛି।
ଆର୍ ଆଣ୍ଡ୍ ବି- ସିଏମ୍ସି ସଲାସୁତରା!
ସମାନ କାମ ପାଇଁ ଖର୍ଚ୍ଚ ୪ କୋଟି ୨୦ ଲକ୍ଷ ଏଥିସହ ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ କରି ସମ୍ପୃକ୍ତ ସିସିଇଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବା ସହିତ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।
ବିବାଦରେ ଆର୍ ଆଣ୍ଡ୍ ବି ଡିଭିଜନ୍: ୱାଟ୍କୋ ଚିଠି କିଏ ଚାପିଥିଲା?
ଏହି କ୍ରମରେ ନିର୍ମାଣ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସେହି ସ୍ଥାନରୁ ଅପସାରଣ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହେବା ସହ ଅନ୍ୟ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।