Ranji match: ପ୍ରଥମ ଦିନ ୨୫ ଓଭର ଖେଳ, ୧୫ ରନ୍‌ରେ ଝାଡ଼ଖଣ୍ଡର ୩ ୱିକେଟ୍‌ : ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମୁକାବିଲା

Nov 02, 2026 - 22:19
Ranji match: ପ୍ରଥମ ଦିନ ୨୫ ଓଭର ଖେଳ, ୧୫ ରନ୍‌ରେ ଝାଡ଼ଖଣ୍ଡର ୩ ୱିକେଟ୍‌ : ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ମୁକାବିଲା

ଭୁବନେଶ୍ବର: ଘୂର୍ଣ୍ଣିଝଡ଼ 'ଅର୍ଣ୍ଣବ' ଓଡ଼ିଶା-ସର୍ଭିସେସ୍‌ ମ୍ୟାଚ୍‌ର ପାଖାପାଖି ୩ ଦିନର ଖେଳକୁ ଧୋଇ ନେଇଥିଲା।

ଡ୍ର' ରହିଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନରେ କିନ୍ତୁ ପୂରା ଖେଳ ସମ୍ଭବ ହୋଇଥିଲା।

ମାତ୍ର କିଛି ଦିନ ପ‌ରେ ଆନ୍ଧ୍ର-ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ଆଉ ଏକ ଘୂର୍ଣ୍ଣିଝଡ଼ 'ମୁରାସୁ'ର ପ୍ରଭାବ ରବିବାରଠାରୁ ଆରମ୍ଭ ହୋଇଥିବା ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ର ପ୍ରଥମ ଦିନରୁ ଦେଖିବାକୁ ମିଳିଛି।

'ମୁରାସୁ'ର ପ୍ରଭାବ‌‌ରେ ଭୁବନେଶ୍ବର ଓ ଏହାର ଆଖପାଖରେ ସୋମବାର ରହି ରହି ବର୍ଷା ହେବା ସହ ଦିନ ତମାମ ପାଗ କୋହଲା ରହିଛି।

ଫଳରେ କିଟ୍‌ ଷ୍ଟାଡିୟମ୍‌ ରେ ଆରମ୍ଭ ହୋଇଥିବା ଚଳିତ ରଣଜୀ ଋତୁର ଏହି ଚତୁର୍ଥ ରାଉଣ୍ଡ ମୁକାବିଲାର ପ୍ରଥମ ଦିନରେ ମାତ୍ର ୨୫ ଓଭର ଖେଳ ସମ୍ଭବ ‌ହୋଇଛି।

ଏଥିରେ ଝାଡ଼ଖଣ୍ଡ ଓଭର ପିଛା ଦେଢ଼ ରନ୍‌ରୁ କମ୍‌ ହାରରେ ରନ୍‌ କରି ୩ ୱିକେଟ୍‌ ବିନିମୟରେ ମାତ୍ର ୩୭ ରନ୍‌ କରିଛି।

ଭ୍ରମଣକାରୀ ଦଳର ତିନି ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ଏକ ଅଙ୍କରେ ସୀମିତ ରଖି ଓଡ଼ିଶା କିନ୍ତୁ ଏକପ୍ରକାର ନୈତିକ ବିଜୟ ହାସଲ କରିଛି।

ଟସ୍‌ ଜିତି ଝାଡ଼ଖଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଓଡ଼ିଶା ମାତ୍ର ୧୫ ରନ୍‌ରେ ଏହି ଦଳର ୩ ୱିକେଟ୍‌ ଝାଡ଼ିବା ଉଲ୍ଲେଖନୀୟ ରହିଛି।

ଅଭିଜ୍ଞ ଦ୍ରୁତ ବୋଲର ରାଜେଶ ମହାନ୍ତି ସେଥିମଧ୍ୟରୁ ଦୁଇଟି ୱିକେଟ୍‌ ନେଇଥିଲା ବେଳେ ଗୋଟିଏ ୱିକେଟ୍‌ ରନ୍‌ଆଉଟ୍‌ରୁ ଆସିଛି।

ମଙ୍ଗଳବାର ପାଗ ତୁଳନାତ୍ମକ ଭାବେ ଶୁଖିଲା ରହିବାର ପୂର୍ବାନୁମାନ ଥିଲା ବେଳେ ବର୍ଷା ହେବାର ମାତ୍ର ୨୦ ପ୍ରତିଶତ ସମ୍ଭାବନା ରହିଛି।

ଏଣୁ ଦ୍ବିତୀୟ ଦିନରେ ପୂରା ଖେଳ ସମ୍ଭବ ହେବ ବୋଲି ଆଶା କରାଯାଉଛି।

Advertisment ଆହୁରି ପଢନ୍ତୁ : Sharad Pawar: ଶରଦ ପାୱାରଙ୍କ ଛାତିରେ ଯନ୍ତ୍ରଣା, ପୁଣେ ହସ୍ପିଟାଲରେ ଭର୍ତ୍ତି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ନିଜନିଜର ପ୍ରଥମ ବିଜୟ ସନ୍ଧାନରେ ଥିବାରୁ ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ଥିଲା।

ଓଦା ଆଉଟ୍‌ ଫିଲ୍‌ଡ, ଆର୍ଦ୍ରତା ଭରା ପାଗ ତଥା କମ୍‌ ଆଲୋକ ଭିତରେ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିଥିଲା।

ପରିବେଶ ଓ ପରିସ୍ଥିତିକୁ ସଠିକ୍‌ ଆକଳନ କରି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଝାଡ଼ଖଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।

ଖେଳ କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା।

ତଥାପି ପିଚ୍‌ରେ ଥିବା ଜଳୀୟ ଅଂଶ ପାଇଁ ଘରୋଇ ଦଳର ଦୁଇ ଦ୍ରୁତ ବୋଲର ରା‌ଜେଶ ମହାନ୍ତି ଓ ଲଳିତ ଯାଦବ ଆରମ୍ଭରୁ ସୁଇଂ ପାଇଥିଲେ।

ବିଶେଷ କରି ରା‌ଜେଶ ପରିସ୍ଥିତିର ପୂରା ଫାଇଦା ଉଠାଇ ତୃତୀୟ ଓଭର ପ୍ରଥମ ବଲ୍‌ରେ ଝାଡ଼ଖଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ।

ଆର୍ୟମନ ସେନ କିଛି ବୁଝିବା ପୂର୍ବରୁ ତାଙ୍କ ଖାଡ଼ି ଉଡ଼ି ଯାଇଥିଲା।

ପରବର୍ତ୍ତୀ ଓଭରରେ ଶରଣଦୀପ ସିଂହଙ୍କୁ ସିଧା ଥ୍ରୋ'ରେ ଅନିଲ ପରିଡ଼ା ରନ୍‌ଆଉଟ୍‌ କରିବା ପରେ ଝାଡ଼ଖଣ୍ଡ ୧୧ ରନ୍‌ରେ ତା'ର ଦୁଇ ଓପନରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା।

ଆହୁରି ପଢନ୍ତୁ : Election: ଡେମୋକ୍ରାଟ୍‌ମାନେ ଜିତିଲେ ସବୁ ବିଲ୍‌କୁ ଭିଟୋ କରିବି: ଟ୍ରମ୍ପ ତ୍ରୟୋଦଶ ଓଭରରେ ରାଜେଶ ପୁଣି ଥରେ ସଫଳ ହୋଇଥିଲେ।

ଚମତ୍କାର ଫର୍ମରେ ଥିବା ଉତ୍କର୍ଷ ସିଂହଙ୍କୁ ୱିକେଟ୍‌ ରକ୍ଷକ ରାଜେଶ ଧୂପରଙ୍କ ହାତରେ କ୍ୟାଚ୍‌ କରାଇ ଝାଡ଼ଖଣ୍ଡକୁ ୧୫ ରନ୍‌ରେ ତୃତୀୟ ଝଟ୍‌କା ଦେଇଥିଲେ।

ଏହା ପରେ ଆଉ ମାତ୍ର ୧୨.୪ ଓଭରର ଖେଳ ସମ୍ଭବ ହୋଇଥିଲା।

ସେଥିରେ ସଂଘର୍ଷରତ ଝାଡ଼ଖଣ୍ଡ ନିଜ ଦଳୀୟ ସ୍କୋର୍‌ରେ ୨୨ ରନ୍‌ ଯୋଡ଼ି ପାରିଥିଲା।

ଅଧିନାୟକ ବିରାଟ ସିଂହ ଓ ଆଦିତ୍ୟ ସିଂହ ଯଥାକ୍ରମେ ୧୪ ଓ ୧୦ ରନ୍‌ରେ ଅପରାଜିତ ରହି ନିଜ ଦଳର ଆଉ କ୍ଷତି ଘଟିବାକୁ ଦେଇ ନଥିଲେ।

୨୫ତମ ଓଭର ପରେ ହଠାତ୍‌ ଆଲୋକ ଆଉ ଖେଳ ଉପଯୋଗୀ ନହେବାରୁ ଅମ୍ପାୟାର ସେହିଠାରେ ଷ୍ଟମ୍ପ୍ସ ଘୋଷଣା କରିଥିଲେ।

ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ଖେଳାଇଥିବା ଦଳରେ ଓଡ଼ିଶା ଗୋଟିଏ ପରବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଥିଲା।

ବାମହାତୀ ଦ୍ରୁତ ବୋଲର ଓମ୍‌କାର ମହାନ୍ତିଙ୍କ ସ୍ଥାନରେ ପ୍ରଶାନ୍ତ ରଣା ୪ ବର୍ଷ ପରେ ରାଜ୍ୟ ରଣଜୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଝାଡ଼ଖଣ୍ଡ ୨୫ ଓଭରରେ-୩୭/୩ (ବିରାଟ ସିଂହ ୧୪*, ଆଦିତ୍ୟ ସିଂହ ୧୦* ରାଜେଶ ମହାନ୍ତି ୨/୧୫)।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।