Rape-Murder Accused Killed in Encounter: କ୍ରାଇମ୍ ସିନ ରିକ୍ରିଏସନ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର, ହତ୍ୟାକାରୀ ମୃତ
ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର।
ଏନକାଉଣ୍ଟରରେ ହତ୍ୟାକାରୀର ଜୀବନ ଗଲା।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ପ୍ରହ୍ଲାଦ ଦାସ ପୁଲିସ ଏନ୍କାଉଣ୍ଟରରେ ପ୍ରାଣ ହରାଇଛି।
ସୋମବାର ଓ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ଗାଇଘାଟା ଅଞ୍ଚଳରେ ଅଭିଯୁକ୍ତକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ଏହି ଘଟଣା ଘଟିଛି।
ପୁଲିସର କହିବା ଅନୁଯାୟୀ, ଅଭିଯୁକ୍ତ ଜଣେ ପୁଲିସ କର୍ମଚାରୀଙ୍କ ସର୍ଭିସ୍ ରିଭଲଭର ଛଡ଼ାଇ ନେଇ ଗୁଳି ଚଳାଇଥିଲା।
ଏହା ପରେ ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିଲା।
Advertisment ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୩ ବର୍ଷୀୟ ପ୍ରହ୍ଲାଦ ଦାସକୁ ଏହି ମାମଲାରେ ଗିରଫ କରାଯିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ ରିକ୍ରିଏସନ କରାଯାଉଥିଲା।
ଏହି ସମୟରେ ସେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇଥିଲା।
ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ଗୁରୁତର ହୋଇଥିଲା।
ତାକୁ ଚାନ୍ଦପଡ଼ା ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା।
କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପ୍ରହ୍ଲାଦର ମୃତ୍ୟୁ ଖବର ପାଇବା ପରେ ତା'ର ପରିବାର ସଦସ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ, ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଡାକ୍ତରଖାନା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି।
Advertisment ଅଭିଯୁକ୍ତର ମୃତ୍ୟୁ ଖବର ପାଇବା ପରେ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଝିଅକୁ ସେ ଆଉ କେବେ ଫେରି ପାଇବେ ନାହିଁ।
ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିବା ସହ ଗୁଳି ଚଳାଇଥିଲା ଏବଂ ଏହା ପରେ ପୁଲିସ ଗୁଳି ଚଳାଇଥିଲା ବୋଲି ସେ କହିଛନ୍ତି।
ଆଇନ ଅନୁଯାୟୀ ପୁଲିସ ଯାହା କରିଛି, ତାହା ଠିକ୍।
ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ଦିଲୀପ ଘୋଷ ମଧ୍ୟ ଏହି ଏନ୍କାଉଣ୍ଟରକୁ ସମର୍ଥନ କରିଛନ୍ତି।
ଆଇନକୁ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ପୁଲିସ ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ କେତେକ ସମୟରେ କଠୋର ପଦକ୍ଷେପ ନେବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଗତ ତିନି ମାସ ମଧ୍ୟରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ପୁଲିସ ଗୁଳିରେ ପ୍ରାଣ ହରାଇବାର ଏହା ଦ୍ୱିତୀୟ ଘଟଣା।
ଗତ ଜୁଲାଇରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳର ଏନକାଉଣ୍ଟରରେ ଜୀବନ ଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।