Fake Epileptic Seizure Becomes Jailbreak Plot: ଅସୁସ୍ଥତାର ନାଟକ, ଗାର୍ଡଙ୍କୁ ଆକ୍ରମଣ; ଜେଲ୍‌ରୁ ଏକାଥରେ ଖସିଗଲେ ୧୭ କଏଦୀ

Oct 27, 2026 - 12:08
Fake Epileptic Seizure Becomes Jailbreak Plot: ଅସୁସ୍ଥତାର ନାଟକ, ଗାର୍ଡଙ୍କୁ ଆକ୍ରମଣ; ଜେଲ୍‌ରୁ ଏକାଥରେ ଖସିଗଲେ ୧୭ କଏଦୀ

ଜେଲ୍‌ ଭିତରେ ରଚିଲେ ଚାଲ୍‌, ଅସୁସ୍ଥତାର ବାହାନା କରି ଡାକିଲେ ଜେଲ୍‌ କର୍ମଚାରୀଙ୍କୁ।

ଆଉ ସେମାନେ ଆସିବା ମାତ୍ରେ କଲେ ଆକ୍ରମଣ।

ଏହାପରେ ଗୋଟିଏ ପରେ ଗୋଟିଏ ୧୭ ଜଣ କଏଦୀ ଜେଲ୍‌ରୁ ଫେରାର ହୋଇଗଲେ।

ସବ୍‌-ଜେଲ୍‌ରୁ ଘଟିଥିବା ଏହି ଘଟଣା ଏବେ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି।

Advertisment ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ତାମିଲନାଡୁର ଥେନି ସବ୍‌-ଜେଲ୍‌ ର ଗୋଟିଏ ସେଲ୍‌ରେ ଥିବା କଏଦୀମାନେ ଜଣେ କଏଦୀଙ୍କୁ ଅପସ୍ମାର ବାତ ମାରୁଥିବା ନାଟକ କରିଥିଲେ।

କଏଦୀ ଅସୁସ୍ଥ ଥିବା ଖବର ପାଇ ଜେଲ୍‌ କର୍ମଚାରୀମାନେ ଯାଞ୍ଚ କରିବାକୁ ସେଲ୍‌ ଭିତରକୁ ଯାଇଥିଲେ।

ହେଲେ ସେମାନେ ଭିତରେ ପ୍ରବେଶ କରିବା ମାତ୍ରେ କଏଦୀମାନେ ଆକ୍ରମଣ କରିଥିଲେ।

ଏହାପରେ ସୁଯୋଗ ନେଇ ୧୭ ଜଣ କଏଦୀ ଫେରାର ହୋଇଯାଇଥିଲେ।

କଏଦୀଙ୍କ ଆକ୍ରମଣରେ ତିନି ଜଣ ଜେଲ୍‌ କର୍ମଚାରୀ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଥେନି ଜିଲ୍ଲା ଜେଲ୍‌ରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଥଙ୍ଗାପାଣ୍ଡିଙ୍କ ମୁଣ୍ଡରେ ଆଘାତ ଲାଗିଛି।

ତାଙ୍କୁ ଜି.

ଭିଲାକ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ଦୁଇ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

Advertisment ଘଟଣା ପରେ ପୋଲିସ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଛି।

ମଙ୍ଗଳବାର ସକାଳ ସୁଦ୍ଧା ଫେରାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।

ଅନ୍ୟ କଏଦୀଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଛି।

୩ ଜିଲ୍ଲାରେ ହାଇଆଲର୍ଟ, ୧୬ଟି ସ୍ଥାନରେ ଚେକିଂ ଫେରାର କଏଦୀଙ୍କୁ ଧରିବା ପାଇଁ ପଡ଼ୋଶୀ ଡିଣ୍ଡିଗୁଲ୍‌ ଜିଲ୍ଲାର ୧୬ଟି ସ୍ଥାନରେ ଯାଞ୍ଚ କରାଯାଇଛି।

ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯାଇ ମଧ୍ୟ ଯାଞ୍ଚ କରାଯାଉଛି।

ଏଥିସହ ମଦୁରାଇ ଓ କେରଳର ଇଡୁକି ଜିଲ୍ଲାର ପୋଲିସକୁ ମଧ୍ୟ ସତର୍କ କରାଯାଇଛି।

ଫେରାର କଏଦୀଙ୍କ ଫଟୋ ବିଭିନ୍ନ ପୋଲିସ ଥାନାକୁ ପଠାଯାଇଛି।

ତାମିଲନାଡୁର ଆଇନ ମନ୍ତ୍ରୀ ନିର୍ମଳ କୁମାର କହିଛନ୍ତି ଯେ, ଜଣେ କଏଦୀ ଅପସ୍ମାର ବାତ ମାରୁଥିବା ନାଟକ କରି ଜେଲ୍‌ କର୍ମଚାରୀଙ୍କୁ ଭିତରକୁ ଡାକିଥିଲେ।

ଏହାପରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ଏହି ଘଟଣାରେ ମାମଲା ରୁଜୁ ହୋଇଛି।

ଫେରାର ଥିବା ଅନ୍ୟ କଏଦୀଙ୍କୁ ଧରିବା ପାଇଁ ପୋଲିସର ତଲାସୀ ଅଭିଯାନ ଜାରି ରହିଛି।

ଜେଲ୍‌ ଭିତରେ ଏତେ ବଡ଼ ଯୋଜନା କିପରି ସଫଳ ହେଲା, ତାହାକୁ ନେଇ ମଧ୍ୟ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।