29 OCTOBER 2026

Welcome!

Unlock your personalized experience.
Sign Up

Rare dinosaur: ୪୫୦ କୋଟିରେ ନିଲାମ ହେଲା ଦୁର୍ଲଭ ଡାଇନୋସର୍‌ ଜୀବାଶ୍ମ

Oct 29, 2026 - 04:04
Rare dinosaur: ୪୫୦ କୋଟିରେ ନିଲାମ ହେଲା ଦୁର୍ଲଭ ଡାଇନୋସର୍‌ ଜୀବାଶ୍ମ

ଆମେରିକାର ନ୍ୟୁୟର୍କ ସହରରେ ସୋଥେବିଜ୍ ନିଲାମ ସଂସ୍ଥା ପକ୍ଷରୁ ଏକ ଦୁର୍ଲଭ ଡାଇନୋସରର କଙ୍କାଳ ୪୭.୩ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୫୦ କୋଟି ଟଙ୍କା)ରେ ବିକ୍ରି ହୋଇଛି। ଏହି ଡାଇନୋସର୍‌ଟି ହେଉଛି ‘ନାନୋଟାଇରାନସ୍’ ପ୍ରଜାତିର ଏବଂ ଏହାକୁ ‘ଜୋଡି’ ନାମ ଦିଆଯାଇଛି। ଏହା ଟି-ରେକ୍ସ ଶ୍ରେଣୀୟ ଏକ ବାମନ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ନିଲାମ ସମୟରେ ୬ ଜଣ କ୍ରେତାଙ୍କ ମଧ୍ୟରେ ପ୍ରାୟ ୧୨ ମିନିଟ୍ ଧରି ପ୍ରତିଯୋଗିତା ଚାଲିଥିଲା। ଏହି ଜୀବାଶ୍ମର ଆନୁମାନିକ ମୂଲ୍ୟ ୬ରୁ ୯ ନିୟୁତ ଡଲାର ରଖାଯାଇଥିଲା। କିନ୍ତୁ ଏହା ଆଶାଠାରୁ ବହୁତ ଅଧିକ ଦାମ୍‌ରେ ବିକ୍ରି ହୋଇଛି। ଏହା ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ମହଙ୍ଗା ଜୀବାଶ୍ମ ମାନ୍ୟତା ପାଇଛି। ଏହି ଜୀବାଶ୍ମର ଉଚ୍ଚତା ପ୍ରାୟ ୯.୬ ଫୁଟ୍ ଏବଂ ଲମ୍ବ ୧୯.୬ ଫୁଟ୍। ଏଥିରେ ୧୯୧ଟି ହାଡ଼ ରହିଛି ଏବଂ ଏହାର ଖପୁରି ପ୍ରାୟ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ମିଳିଛି।

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

୨୦୧୯ ମସିହାରେ ଆମେରିକାର ମୋଣ୍ଟାନା ଅଞ୍ଚଳରେ ଜୋଡି ପିଅରସନ୍ ନାମକ ଜଣେ ଚାଷୀ ଏହାକୁ ଆବିଷ୍କାର କରିଥିଲେ। ପରେ ଜୀବାଶ୍ମ ବିଶେଷଜ୍ଞ କ୍ଲେଟନ୍ ଫିପ୍ସ ଏହାକୁ ଖୋଳି ବାହାର କରିଥିଲେ। ତେବେ ନାନୋଟାଇରାନସ୍ ଏକ ସ୍ୱତନ୍ତ୍ର ଡାଇନୋସର ପ୍ରଜାତି ନା ଏହା କମ୍‌ ବୟସର ଟି-ରେକ୍ସ, ସେନେଇ ବୈଜ୍ଞାନିକଙ୍କ ମଧ୍ୟରେ ବହୁଦିନ ଧରି ମତଭେଦ ରହିଛି। ଅନ୍ୟପଟେ, ଏତେ ମୂଲ୍ୟବାନ ଜୀବାଶ୍ମ ବ୍ୟକ୍ତିଗତ ମାଲିକାନାକୁ ଚାଲିଗଲେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିବାର ସୁଯୋଗ ହରାଇପାରନ୍ତି ବୋଲି ଅନେକ ବିଶେଷଜ୍ଞ ଚିନ୍ତାପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।