Religion hide: ଧର୍ମ ଲୁଚାଇ ଫସାଇଲା, ପ୍ରତାରଣା ଦେଇ ବନ୍ଧାହେଲା

Oct 29, 2026 - 04:04
Religion hide: ଧର୍ମ ଲୁଚାଇ ଫସାଇଲା, ପ୍ରତାରଣା ଦେଇ ବନ୍ଧାହେଲା

ଭୁବନେଶ୍ବର: ନିଜର ପ୍ରକୃତ ଧର୍ମ ଲୁଚାଇ ହିନ୍ଦୁ ବୋଲି ପରିଚୟ ଦେଇ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କଲା।

ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଲା।

ପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ନିସ୍ତୁକ ପିଟି ବେକ ଚିପି ହତ୍ୟା ଉଦ୍ୟମ କଲା।

ଏଭଳି ସଙ୍ଗିନ ଅଭିଯୋଗରେ ଭୁବନେଶ୍ବର ମହିଳା ଥାନା ପୁଲିସ ଜଣେ ଯୁବକକୁ କେନ୍ଦ୍ରାପଡ଼ାରୁ ଗିରଫ କରିଛି।

ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋପ ଗ୍ରାମର ଏସ୍‌କେ ଇରଫାନ୍ ଓରଫ ପିଣ୍ଟୁ (୨୧)।

Advertisment MLC Election: କର୍ଣ୍ଣାଟକ ଏମ୍‌ଏଲ୍‌ସି ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ଡିକେ ଶିବକୁମାରଙ୍କୁ କଟାକ୍ଷ ସୂଚନା ମୁତାବକ, ପାଖାପାଖି ୬ମାସ ତଳେ ଉଭୟ ପିଣ୍ଟୁ ଓ ଯୁବତୀ ରାଜଧାନୀର ଏକ ଫାଷ୍ଟଫୁଡ୍‌ରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ସମ୍ପର୍କ ନିବିଡ଼ ହେବା ପରେ ଏକାଠି ରହିବା ପାଇଁ ପିଣ୍ଟୁ ପ୍ରସ୍ତାବ ଦେଇଥିଲା।

ଯୁବତୀଙ୍କୁ ମନାଇବା ପାଇଁ ବିବାହ ପ୍ରତିଶ୍ରୁତି ଦେଇ ଗ୍ୟାରେଜ୍ ଛକ ନିକଟରେ ଏକ ଭଡ଼ାଘର ନେଇ ସେଠାରେ ଉଭୟ ଏକାଠି ରହିଥିଲେ।

ପିଣ୍ଟୁ ଅନ୍ୟ ଧର୍ମର ହୋଇଥିଲେ ବି ସେ ସମ୍ପର୍କରେ ଯୁବତୀଙ୍କୁ ଜଣାଇନଥିଲା।

ଧର୍ମ ଲୁଚାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ହେଲେ ପିଣ୍ଟୁର ଅସଲ ଚେହେରା ଲୁଚିନଥିଲା।

କିଛିଦିନ ପରେ ତା'ର ଅସଲ ରୂପ ସାମ୍ନାକୁ ଆସିଥିଲା।

ସେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲା।

ଗତ ୨୪ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ଯୁବତୀ ଜଣକ କାର୍ଯ୍ୟକୁ ବାହାରୁଥିବା ବେଳେ ସେ ତାଙ୍କୁ ବାରଣ କରିଥିଲା।

ଏହାକୁ ନେଇ ବିବାଦ ହେବାରୁ ଅଭିଯୁକ୍ତ ଏକ କାଠଫାଳିଆରେ ତାଙ୍କୁ ନିର୍ଘାତ ପିଟିବା ସହ ବେକ ଚିପି ହତ୍ୟା ଉଦ୍ୟମ କରିଥିଲା।

ଏତିକିରେ ତା'ର ରାଗ ଶାନ୍ତ ହୋଇ ନଥିଲା।

Researchers Develop Lead-Free Light ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍‌ଆଇଟି, ଆଇଆଇଟି ଓ ନାଇଜର ଗବେଷକ ଯୁବତୀଙ୍କ ଜରୁରୀ କାଗଜପତ୍ର, ସୁନାଚେନ୍ ଓ ନଗଦ ଟଙ୍କା ନେଇଯାଇଥିଲା।

ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଫେରାର୍ ହୋଇଯାଇଥିଲା।

କୌଶଳକ୍ରମେ ପୀଡ଼ିତା ସେଠାରୁ ଖସି ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।

ଥାନାରେ ଘଟଣା ସମ୍ପର୍କ ରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

ଅଭିଯୁକ୍ତ କେନ୍ଦ୍ରାପଡ଼ାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ଖବର ପାଇବା ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚି ଚଢ଼ଉ କରିଥିଲା।

କେନ୍ଦ୍ରାପଡ଼ା ତିନିମୁହାଣୀ ବସ୍‌ଷ୍ଟାଣ୍ଡରୁ ତାକୁ କାବୁ କରାଯାଇଥିଲା।

ଆଜି ଥାନାକୁ ଆଣି ଜେରା ପରେ ତାକୁ କୋର୍ଟଚାଲାଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।