Rare Two-Headed Snake Rescued: ଉଦ୍ଧାର ହେଲା ଦୁଇମୁଣ୍ଡିଆ ବିରଳ ଉଲ୍ଫ ସ୍ନେକ୍, ଦେଖନ୍ତୁ ପ୍ରକୃତିର ଅଦ୍ଭୁତ ରହସ୍ୟ?
ଗୁଜରାଟର ଦାହୋଦରୁ ଆସିଛି ଏକ ଅଦ୍ଭୁତ ଖବର। ଏକ ସାପ, ହେଲେ ମୁଣ୍ଡ ଦୁଇଟି ଏବଂ ଆଖି ଚାରିଟି। ଏହି ବିରଳ ସାପକୁ ଉଦ୍ଧାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଦାହୋଦ ଜିଲ୍ଲାର ଧନପୁର ତାଲୁକା ଅଗାସୱାଣୀ ଗାଁର ଏକ ଚାଷଜମିରୁ ପ୍ରାୟ ୬ ଇଞ୍ଚ ଲମ୍ବର ଏହି ସାପକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଦାହୋଦ ପ୍ରକୃତି ମିତ୍ର ମଣ୍ଡଳର ସଦସ୍ୟମାନେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଏହା ଏକ ଉଲ୍ଫ ସ୍ନେକ୍, ଯାହା ବିଷଧର ନୁହେଁ। ସାପଟିର ଦୁଇଟି ମୁଣ୍ଡ ଥିବାର କାରଣ ହେଉଛି ‘ବାଇସେଫାଲି’ ନାମକ ଏକ ବିରଳ ବିକାଶଗତ ଅସ୍ୱାଭାବିକତା। ଭ୍ରୂଣର ବିକାଶ ସମୟରେ ଦୁଇଟି ଭ୍ରୂଣ ସମ୍ପୂର୍ଣ୍ଣ ଭାବେ ଅଲଗା ନହେଲେ ଏଭଳି ଅବସ୍ଥା ସୃଷ୍ଟି ହୋଇପାରେ।
ସ୍ଥାନୀୟ ଉଦ୍ଧାରକାରୀଙ୍କ ଅନୁସାରେ, ଗୁଜରାଟରେ ଏଭଳି ଦୁଇମୁଣ୍ଡିଆ ସାପ ମିଳିବାର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ସାପଟିର ବୟସ ପ୍ରାୟ ଏକ ବର୍ଷ ହୋଇଥିବା ଅନୁମାନ କରାଯାଇଛି ଏବଂ ଏବେ ଏହାର ସୁରକ୍ଷା ଓ ଯତ୍ନ ନିଆଯାଉଛି।
Two-headed snake found in Dahod, first such case reported in Gujarat https://t.co/IkIfpW1gzMpic.twitter.com/hbbu2X6uyy
— DeshGujarat (@DeshGujarat) October 6, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।