Ratna Counting at Srimandir: ଶ୍ରୀମନ୍ଦିରରେ ଆଜି ବି ରତ୍ନ ଗଣତି, SOP ଅନୁଯାୟୀ କାଲିଠୁ ହୋଇଛି ଆରମ୍ଭ

Sep 01, 2026 - 11:36
Ratna Counting at Srimandir: ଶ୍ରୀମନ୍ଦିରରେ ଆଜି ବି ରତ୍ନ ଗଣତି, SOP ଅନୁଯାୟୀ କାଲିଠୁ ହୋଇଛି ଆରମ୍ଭ

ଶ୍ରୀମନ୍ଦିରରେ ଆଜି ବି କରାଯିବ ରତ୍ନ ଗଣତି। ‘୩ଟି କାଠ ବାକ୍ସରେ ରହିଛି କିଛି ମୂଲ୍ୟବାନ ରତ୍ନ ଅଳଙ୍କାର। ଖଟଶେଯ ଘରକୁ ଆଣି ୩ ବାକ୍ସର ଅଳଙ୍କାର ଗଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ SOP ଅନୁଯାୟୀ କାଲିଠୁ ଚାଲିଛି ଗଣତି କାର୍ଯ୍ୟ । ଆଜି ଦ୍ବିତୀୟ ଦିନରେ ଗଣତିରେ ବିଶେଷ ଧ୍ୟାନ ଦିଆଯିବ।

ମହାପ୍ରଭୁଙ୍କ ସକାଳ ଧୂପ ସରିଲା ପରେ ଗଣତି ଆରମ୍ଭ ହେବ। ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରେ ଲାଗି ହେଉଥିବା ଝୋବା କଣ୍ଠିର ଗଣତି କାର୍ଯ୍ୟ କରାଯାଇଥିଲା ପରେ ତାହା ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଥିଲା। ଦାନ ସୂତ୍ରରେ ଆସୁଥିବା ଅଳଙ୍କାର ଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଗଣତି ମଣତି କରାଯିବ।  .... 

ଆଜି ବି ହେବ ରତ୍ନ ଗଣତି

‘୩ଟି କାଠ ବାକ୍ସରେ କିଛି ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି’
‘ଖଟଶେଯ ଘରକୁ ଆଣି ୩ ବାକ୍ସର ଅଳଙ୍କାର ଗଣତି ହେବ’
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା
ରାଜ୍ୟ ସରକାରଙ୍କ SOP ଅନୁଯାୟୀ ଗଣତି କରାଯାଉଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।