RBI Recruitment 2026: ଭାରତୀୟ ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ୨୦୨୬: ଘଣ୍ଟାକୁ ମିଳିବ ୬୦୦ ଟଙ୍କା, ୨୨ଟି ପଦବି ପାଇଁ ଆବେଦନ

Oct 20, 2026 - 17:04
RBI Recruitment 2026: ଭାରତୀୟ ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ୨୦୨୬: ଘଣ୍ଟାକୁ ମିଳିବ ୬୦୦ ଟଙ୍କା, ୨୨ଟି ପଦବି ପାଇଁ ଆବେଦନ

"ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଫାର୍ମାସି ଶିକ୍ଷାପ୍ରାପ୍ତ ଯୁବକଯୁବତୀଙ୍କ ପାଇଁ ରହିଛି ଏକ ଭଲ ସୁଯୋଗ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଫାର୍ମାସିଷ୍ଟ ପଦରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି।

ଏହି ନିଯୁକ୍ତି ଅଧୀନରେ ମୋଟ ୨୨ଟି ପଦ ପୂରଣ କରାଯିବ।

ଚୟନିତ ପ୍ରାର୍ଥୀଙ୍କୁ ଘଣ୍ଟା ପ୍ରତି ୬୦୦ ଟଙ୍କା ପାରିଶ୍ରମିକ ମିଳିବ।

ମୁମ୍ବାଇ ଓ ନଭି ମୁମ୍ବାଇରେ ଥିବା ଆରବିଆଇର ଡିସ୍ପେନସାରିଗୁଡ଼ିକରେ ଏହି ନିଯୁକ୍ତି ଦିଆଯିବ।

ଆଗ୍ରହୀ ପ୍ରାର୍ଥୀମାନେ ୩ ନଭେମ୍ବର ୨୦୨୬ ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିପାରିବେ।Advertisment ନଭେମ୍ବର ୩ ଆବେଦନର ଶେଷ ତାରିଖ ଆରବିଆଇର ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କୁ ଘଣ୍ଟା ପ୍ରତି ୬୦୦ ଟଙ୍କା ହିସାବରେ ପାରିଶ୍ରମିକ ଦିଆଯିବ।

ଦିନକୁ ସର୍ବାଧିକ ୫ ଘଣ୍ଟା କାମ କଲେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ।

ତେବେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି।

ଏହି ନିଯୁକ୍ତିର ଅବଧି ସର୍ବାଧିକ ୨୪୦ ଦିନ ରହିବ।

ଏଥିରେ ଅନ୍ୟ କୌଣସି ଭତ୍ତା ଦିଆଯିବ ନାହିଁ।

ଏହି ଚୁକ୍ତିଭିତ୍ତିକ କାର୍ଯ୍ୟ ଦ୍ୱାରା ବ୍ୟାଙ୍କରେ ସ୍ଥାୟୀ କିମ୍ବା ଅସ୍ଥାୟୀ ଚାକିରିର ଅଧିକାର ମିଳିବ ନାହିଁ।

କ"ଣ ରହିଛି ଶିକ୍ଷାଗତ ଯୋଗ୍ୟତା?

ଏହି ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଅତିକମ୍‌ରେ ମାଟ୍ରିକ୍‌ ବା ଦଶମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ।

ଏଥିସହ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଫାର୍ମାସିରେ ଡିପ୍ଲୋମା (D.Pharm) କିମ୍ବା ସ୍ନାତକ ଡିଗ୍ରୀ (B.Pharm) ହାସଲ କରିଥିବା ଦରକାର।

ପ୍ରାର୍ଥୀଙ୍କ ପାଖରେ ଫାର୍ମାସି ଆକ୍ଟ, ୧୯୪୮ ଅନୁଯାୟୀ ପଞ୍ଜୀକରଣ ଥିବା ସହ ମହାରାଷ୍ଟ୍ର ରାଜ୍ୟ ଫାର୍ମାସି କାଉନସିଲ୍‌ରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

ଏହା ବ୍ୟତୀତ ଫାର୍ମାସିଷ୍ଟ ଭାବେ ଅତିକମ୍‌ରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଜରୁରୀ।

ସରକାରୀ ସଂସ୍ଥା କିମ୍ବା ସରକାରୀ ବ୍ୟାଙ୍କରେ କାମ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇପାରେ।

କିପରି ହେବ ପ୍ରାର୍ଥୀ ଚୟନ?

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଏବଂ ଆରବିଆଇର ଡିସ୍ପେନସାରିଠାରୁ ସେମାନଙ୍କ ବାସସ୍ଥାନର ଦୂରତାକୁ ବିଚାରକୁ ନିଆଯାଇ ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ।

ପ୍ରାଥମିକ ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

ଏହା ପରେ ଡାକ୍ତରୀ ପରୀକ୍ଷା ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯିବ।

ତେଣୁ ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର, ଫାର୍ମାସି ପଞ୍ଜୀକରଣ ପ୍ରମାଣପତ୍ର ଓ ଅଭିଜ୍ଞତା ସମ୍ବନ୍ଧୀୟ ଦସ୍ତାବିଜ୍‌ ପ୍ରସ୍ତୁତ ରଖିବା ଆବଶ୍ୟକ।

କେମିତି କରିବେ ଆବେଦନ?

ଏହି ନିଯୁକ୍ତି ପାଇଁ ଅଫ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବାକୁ ହେବ।

ପ୍ରାର୍ଥୀମାନେ ନିର୍ଦ୍ଧାରିତ ଫର୍ମାଟ୍‌ରେ ଆବେଦନପତ୍ର ପୂରଣ କରି ଆବଶ୍ୟକ କାଗଜପତ୍ର ସହ ଏକ ସିଲ୍‌ କରାଯାଇଥିବା ଲଫାପାରେ ପଠାଇବେ।

ଲଫାପା ଉପରେ ନିର୍ଦ୍ଧାରିତ ପାରିଶ୍ରମିକରେ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ପଦ ପାଇଁ ଆବେଦନ ବୋଲି ଉଲ୍ଲେଖ କରିବାକୁ ହେବ।

ଆବେଦନପତ୍ରକୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ମୁମ୍ବାଇ ରିଜିଓନାଲ୍‌ ଅଫିସ୍‌, ଶହୀଦ ଭଗତ ସିଂହ ରୋଡ୍‌, ଫୋର୍ଟ, ମୁମ୍ବାଇ-୪୦୦୦୦୧ ଠିକଣାରେ ଡାକ ଯୋଗେ କିମ୍ବା ନିଜେ ଯାଇ ଦାଖଲ କରିପାରିବେ।

ଆବେଦନର ଶେଷ ତାରିଖ ୩ ନଭେମ୍ବର ୨୦୨୬ ସନ୍ଧ୍ୟା ୫ଟା।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଆରବିଆଇର ଅଫିସିଆଲ୍‌ ୱେବସାଇଟ୍‌ରେ ଉପଲବ୍ଧ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିନେବା ଉଚିତ।

ଏସସିଓରେ ରାଜନାଥ ସିଂହଙ୍କ ସ୍ପଷ୍ଟ ମନ୍ତବ୍ୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।