Red Sky: ହଠାତ୍ ଲାଲ୍ ହୋଇଗଲା ଆକାଶ: ପାଣିପାଗ ପରିବର୍ତ୍ତନକୁ ନେଇ ଚାଷୀଙ୍କ ଚିନ୍ତା

Oct 31, 2026 - 12:04
Red Sky: ହଠାତ୍ ଲାଲ୍ ହୋଇଗଲା ଆକାଶ: ପାଣିପାଗ ପରିବର୍ତ୍ତନକୁ ନେଇ ଚାଷୀଙ୍କ ଚିନ୍ତା

ଦନ୍ତେୱାଡ଼ା: ହଠାତ୍ ଲାଲ୍ ହୋଇଗଲା ଆକାଶ ।

ମେଘ ଉପରେ ମଧ୍ୟ ଦେଖାଗଲା ନାଲି ରଙ୍ଗ।

ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ।

ଏହି ବିରଳ ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି।

ଲାଲ୍ ଆକାଶ ଦେଖାଯିବାର ଫଟୋ ଓ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।

ଏହି ଦୃଶ୍ୟକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।

ହଠାତ୍ ଆକାଶର ରଙ୍ଗ ଏପରି ଲାଲ୍ ହୋଇଗଲା କାହିଁକି?

ଏହା ପଛରେ ପାଣିପାଗର ପରିବର୍ତ୍ତନ ରହିଛି ନା ଅନ୍ୟ କିଛି କାରଣ?

Advertisment ସ୍ଥାନୀୟ ଅଞ୍ଚଳର ଲୋକେ ହଠାତ୍ ଏହି ଦୃଶ୍ୟ ଦେଖିଥିଲେ।

ଆକାଶରେ ଘୋଡ଼ାଇ ହୋଇ ରହିଥିବା ମେଘର ରଙ୍ଗର ଲାଲ୍ ହୋଇଯାଇଥିଲା।

ଦୂରରୁ ଦେଖିଲେ ଯେମିତି ଆକାଶରେ ଲାଲ୍ ରଙ୍ଗର ଏକ ଚାଦର ବିଛାଇ ଦିଆଯାଇଛି, ସେଭଳି ଲାଗୁଥିଲା।

ଏହି ଅଦ୍ଭୁତ ଦୃଶ୍ୟକୁ ଅନେକ ଲୋକ ନିଜ ମୋବାଇଲ୍‌ରେ କଏଦ କରିଥିଲେ।

ପରେ ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଥିଲା।

ପାଣିପାଗରେ ହେଉଥିବା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଏହି ସମୟରେ ବାତ୍ୟା ଅର୍ଣ୍ଣବ ଓ ପାଣିପାଗରେ ହେଉଥିବା ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଛି।

ଅଞ୍ଚଳରେ ପବନ ବହିବା, ମେଘ ଚଳପ୍ରଚଳ କରିବା ଏବଂ ବର୍ଷା ହେବା ଭଳି ପାଣିପାଗ ଦେଖିବାକୁ ମିଳୁଛି।

ତେଣୁ କିଛି ଲୋକ ଆକାଶର ଲାଲ୍ ରଙ୍ଗକୁ ବାତ୍ୟାର ପ୍ରଭାବ ସହ ଯୋଡ଼ୁଛନ୍ତି।

ତେବେ ଏହା ବାତ୍ୟା ଅର୍ଣ୍ଣବର ପ୍ରଭାବରୁ ହୋଇଛି ବୋଲି ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ମିଳିନାହିଁ।

ଏହାର ପ୍ରକୃତ କାରଣ ଜାଣିବା ପାଇଁ ପାଣିପାଗ ବିଭାଗର ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।

6-year-old boy: ଫର୍ଚୁନର୍ ଜିତିଲେ ୬ ବର୍ଷୀୟ ବାଳକ ଆକାଶର ରଙ୍ଗ ଲାଲ୍ ଦେଖାଯିବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି।

ଆମେ ସାଧାରଣତଃ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ୍, କମଳା କିମ୍ବା ଗୋଲାପୀ ରଙ୍ଗର ଦେଖିଥାଉ।

ସୂର୍ଯ୍ୟକିରଣରେ ବିଭିନ୍ନ ରଙ୍ଗ ରହିଛି।

ଏହି ଆଲୋକ ବାୟୁମଣ୍ଡଳ ଦେଇ ଗତି କରିବା ବେଳେ ନୀଳ ରଙ୍ଗର ଆଲୋକ ଅଧିକ ବିଚ୍ଛୁରିତ ହୋଇଥାଏ।

ଅନ୍ୟପଟେ ଲାଲ୍ ଓ କମଳା ରଙ୍ଗର ଆଲୋକ ତୁଳନାତ୍ମକ ଭାବେ ଅଧିକ ଦୂର ଯାଇପାରେ।

ଏହି କାରଣରୁ କେତେକ ପରିସ୍ଥିତିରେ ଆକାଶରେ ଲାଲ୍ ଆଭା ଦେଖାଯାଏ।

ବାୟୁମଣ୍ଡଳରେ ଥିବା ଧୂଳି, ଧୂଆଁ, ଆର୍ଦ୍ରତା ଓ ମେଘର ଅବସ୍ଥିତି ମଧ୍ୟ ଆକାଶର ରଙ୍ଗକୁ ପ୍ରଭାବିତ କରିପାରେ।

ଚାଷୀଙ୍କ ଚିନ୍ତା ବଢ଼ାଇଛି ପାଣିପାଗ ଆକାଶର ଲାଲ୍ ରଙ୍ଗ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ପାଲଟିଥିବା ବେଳେ ପାଣିପାଗର ପରିବର୍ତ୍ତନ ଚାଷୀଙ୍କ ଚିନ୍ତା ବଢ଼ାଇଛି।

ଏବେ ଅଞ୍ଚଳରେ ଧାନ କଟା କାମ ଚାଲିଛି।

ଏଭଳି ସମୟରେ ପ୍ରବଳ ପବନ ଓ ବର୍ଷା ହେଲେ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ତେବେ କିରନ୍ଦୁଲରେ ଏହି ଦୃଶ୍ୟ ଦେଖାଯିବାର ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।