Refrigerator: ଫ୍ରିଜ୍ ପଛରେ କାହିଁକି ଥାଏ କଳା ଜାଲି? ଜାଣନ୍ତୁ ଏହାର ପ୍ରକୃତ କାମ

Nov 08, 2026 - 22:07
Refrigerator: ଫ୍ରିଜ୍ ପଛରେ କାହିଁକି ଥାଏ କଳା ଜାଲି? ଜାଣନ୍ତୁ ଏହାର ପ୍ରକୃତ କାମ

ଭୁବନେଶ୍ୱର: ଆଜିକାଲି ପ୍ରତ୍ୟେକ ଘରେ ଫ୍ରିଜ୍ ଏକ ଅତ୍ୟାବଶ୍ୟକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଲଟିଯାଇଛି, ଯାହା ଦିନରାତି ୨୪ ଘଣ୍ଟା ଚାଲିଥାଏ।

ତେବେ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି, ଫ୍ରିଜ୍ ପଛପଟେ ଏକ କଳା ରଙ୍ଗର ଲୁହା ଜାଲି ଲାଗିଥାଏ?

ଅନେକ ଲୋକ ଏହାକୁ କେବଳ ଏକ ଡିଜାଇନ୍, ସୁରକ୍ଷା କଭର କିମ୍ବା ସାଧାରଣ ଢାଞ୍ଚା ବୋଲି ଭାବିଥାନ୍ତି।

ମାତ୍ର ପ୍ରକୃତରେ ଏହି ଜାଲି ହିଁ ଫ୍ରିଜକୁ ଥଣ୍ଡା ରଖିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥାଏ।

Advertisment ୧.

ଏହି ଜାଲିର ପ୍ରକୃତ କାମ କ'ଣ?

ଫ୍ରିଜ୍ ପଛରେ ଥିବା ଏହି କଳା ଜାଲିକୁ କଣ୍ଡେନ୍ସର କଏଲ୍ କୁହାଯାଏ।

ଫ୍ରିଜ୍ ନିଜେ କୌଣସି ଥଣ୍ଡା ତିଆରି କରେ ନାହିଁ, ବରଂ ଏହା ଭିତରେ ରଖାଯାଇଥିବା ଖାଦ୍ୟପଦାର୍ଥ ଓ ପାଣିର ଉତ୍ତାପକୁ ଶୋଷି ନେଇ ବାହାରକୁ ଛାଡ଼ିଥାଏ।

ଫ୍ରିଜ୍ ଭିତରେ ଥିବା ଗ୍ୟାସ୍ ଗରମ ହେବା ପରେ କମ୍ପ୍ରେସର ତାହାକୁ ଏହି ଜାଲି ମଧ୍ୟକୁ ପମ୍ପ କରିଥାଏ।

ଜାଲି ଦେଇ ଗ୍ୟାସ୍ ପ୍ରବାହିତ ହେବା ସମୟରେ ବାହାର ପବନ ସଂସ୍ପର୍ଶରେ ଆସି ଥଣ୍ଡା ହୋଇଥାଏ ଏବଂ ବାଷ୍ପରୁ ତରଳ ରୂପ ନେଇ ପୁନର୍ବାର ଫ୍ରିଜ୍ ଭିତରକୁ ଯାଇ କୁଲିଂ କରିଥାଏ।

୨.

ଜାଲିଟି କାହିଁକି ବଙ୍କା ଓ ତାରଯୁକ୍ତ ହୋଇଥାଏ?

ଏହି ଜାଲିକୁ ସିଧା ନକରି ବଙ୍କା କରାଯାଏ ଏବଂ ସେଥିରେ ସରୁ ସରୁ ତାର ଯୋଡ଼ାଯାଇଥାଏ।

କମ୍ ଜାଗାରେ ଅଧିକ ଲମ୍ବା ପାଇପ୍ ଫିଟ୍ କରିବା ପାଇଁ ଏପରି ଡିଜାଇନ୍ କରାଯାଇଥାଏ।

ପାଇପ୍ ଯେତେ ଲମ୍ବା ଓ ପବନ ସଂସ୍ପର୍ଶରେ ଆସିବ, ଗ୍ୟାସ୍ ସେତେ ଶୀଘ୍ର ଥଣ୍ଡା ହେବ ଏବଂ ଫ୍ରିଜକୁ କମ୍ ପରିଶ୍ରମ କରିବାକୁ ପଡ଼ିବ।

୩.

ନୂଆ ଫ୍ରିଜରେ ଏହି ଜାଲି କୁଆଡ଼େ ଗଲା?

ଆଜିକାଲି ବଜାରରେ ମିଳୁଥିବା ଆଧୁନିକ ଫ୍ରିଜଗୁଡ଼ିକରେ ପଛପଟେ ଏହି କଳା ଜାଲି ଦୃଶ୍ୟମାନ ହୁଏନାହିଁ।

କମ୍ପାନୀଗୁଡ଼ିକ ଏହି କଣ୍ଡେନ୍ସର କଏଲକୁ ଫ୍ରିଜର ଦୁଇ ପାଖ କାନ୍ଥ ଭିତରେ ଲୁଚାଇ ଦେଇଛନ୍ତି।

ସେଥିପାଇଁ ନୂଆ ଫ୍ରିଜ୍ ଚାଲୁଥିବା ସମୟରେ ତାହାର ଦୁଇ ପାଖ ଗରମ ଅନୁଭୂତ ହୋଇଥାଏ।

ଆହୁରି ପଢନ୍ତୁ: Job: ରେଳବାଇରେ ୪,୬୫୧ ଆପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି; ଦଶମ-ଆଇଟିଆଇ ପାସ୍ କରିଥିଲେ କରନ୍ତୁ ଆବେଦନ ୪.

ଫ୍ରିଜ୍ ବ୍ୟବହାର କଲାବେଳେ ଏହି ଧ୍ୟାନ ରଖନ୍ତୁ କାନ୍ଥରୁ ଦୂରତା ରଖନ୍ତୁ: ପୁରୁଣା ମଡେଲ୍ ହେଉ କି ନୂଆ, ଫ୍ରିଜକୁ କେବେବି କାନ୍ଥ ସହିତ ଲଗାଇ ରଖନ୍ତୁ ନାହିଁ।

କାନ୍ଥ ଓ ଫ୍ରିଜ୍ ମଧ୍ୟରେ ଅତିକମରେ ୪ ରୁ ୬ ଇଞ୍ଚର ଫାଙ୍କା ଜାଗା ଛାଡ଼ନ୍ତୁ, ଯାହାଦ୍ୱାରା ଗରମ ପବନ ସହଜରେ ବାହାରିପାରିବ।

ଆହୁରି ପଢନ୍ତୁ: Deepika Padukone: ଶାହରୁଖ ଖାନ୍‌ଙ୍କ ଫିଲ୍ମ 'କିଙ୍ଗ୍‌'କୁ ନେଇ ବିବାଦ, ଦୀପିକାଙ୍କ ଗେରୁଆ ପୋଷାକକୁ ନେଇ ବିଜେପି ବିଧାୟକଙ୍କ ଆପତ୍ତି ସଫେଇ ନିହାତି ଜରୁରୀ: ସମୟ ସହିତ ପଛ ଜାଲିରେ ଧୂଳି, ମଳି ଓ ବୁଢ଼ୀଆଣୀ ଜାଲି ଜମିଯାଏ।

ଏହା ଫଳରେ ଗରମ ବାହାରକୁ ବାହାରି ପାରେନାହିଁ, ଫ୍ରିଜର କୁଲିଂ କମିଯାଏ ଏବଂ କମ୍ପ୍ରେସର ଉପରେ ଅଧିକ ଚାପ ପଡ଼ିଥାଏ।

ବିଜୁଳି ବିଲ୍ କମ୍ କରିବାର ଉପାୟ: ବର୍ଷକୁ ଅତିକମରେ ୨ ରୁ ୩ ଥର ଫ୍ରିଜର ପ୍ଲଗ୍ ବାହାର କରି ଶୁଖିଲା ବ୍ରଶ୍ କିମ୍ବା କପଡ଼ାରେ ଏହି ଜାଲିକୁ ସଫା କରନ୍ତୁ।

ଏହାଦ୍ୱାରା ଫ୍ରିଜ୍ ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିବ ଏବଂ ବିଜୁଳି ବିଲ୍ ମଧ୍ୟ କମ୍ ଆସିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।