Relentless Rain Damages Paddy Seedlings: ଲଗାଣ ବର୍ଷାରେ ଚାଷୀ କୂଳ ହତାଶ, ଚାଷ ଜମିରେ ଲହଡି ମାରୁଛି ପାଣି
ଲଗାଣ ବର୍ଷାରେ ଚାଷୀ କୁଳ ହତାଶ। ଗଜା ବିହନ ନଷ୍ଟ। ପାଞ୍ଚ ଦିନ ହେଲା ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ଜଗତସିଂହପୁର ଜିଲାରେ ଜନ ଜୀବନ ବେହାଲ ହୋଇ ପଡିଛି। ଲୋକ ମାନେ ଘରୁ ବାହାରି ପାରୁନଥିବା ସହ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଲଗାଣ ବର୍ଷାରେ ସବୁଠାରୁ ଅଧିକ କ୍ଷତିର ସମ୍ମୁଖିନ ହୋଇଛନ୍ତି ଜିଲାର ଚାଷୀ କୁଳ।
ଜଳ ନିଷ୍କାସନ ହୋଇ ନପାରି ଚାଷ ଜମିରେ ବର୍ଷା ପାଣି ଲହଡି ମାରୁ ଥିବାରୁ ବ୍ୟାପକ ଚାଷ ଜମିରେ ଧାନ ତଳି ଧୋଇ ଯାଇଛି। ପ୍ରଥମ ବର୍ଷାରେ ଚାଷୀ ମାନେ ବିହନ ଗଜା କରି ତଳି ପକାଇଥିବା ବେଳେ ତାହା ଏବେ ପାଣି ରେ ବୁଡିରହି ନଷ୍ଟ ହୋଇ ଗଲାଣି। ଚଳିତ ବର୍ଷ ଚାଷ ଆରମ୍ଭରୁ ଚାଷୀ ନିରାଶ ହେବା ପରେ ଏବେ ପୁଣି କେଉଁଠୁ ବିହନ ଆଣିବ ସେଇ ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।