Remembering Astaranga Salt Satyagraha: ସ୍ୱାଧୀନତା ସଂଗ୍ରାମର ଐତିହାସିକ ଅଧ୍ୟାୟ, ମନେପଡ଼େ ଅସ୍ତରଙ୍ଗ ଲବଣ ସତ୍ୟାଗ୍ରହ

Oct 02, 2026 - 08:42
Remembering Astaranga Salt Satyagraha: ସ୍ୱାଧୀନତା ସଂଗ୍ରାମର ଐତିହାସିକ ଅଧ୍ୟାୟ, ମନେପଡ଼େ ଅସ୍ତରଙ୍ଗ ଲବଣ ସତ୍ୟାଗ୍ରହ

ଗାନ୍ଧୀ ଜୟନ୍ତୀ ଆସିଲେ ମନେପଡେ ପୁରୀ ଜିଲ୍ଲା ଅସ୍ତରଙ୍ଗର ଲବଣ ସତ୍ୟାଗ୍ରହ କଥା। ଆଜି ବି କୁହୁଡି, ଓଳଙ୍ଗର ଓ ଖଣ୍ଡାସାହି ଠାରେ ମୁକ ସାକ୍ଷୀ ଭାବରେ ଛିଡା ହୋଇଛି ସ୍ମୃତି ସ୍ତମ୍ଭ। ମହାତ୍ମାଙ୍କ ଗୋଟିଏ ଡାକରାରେ ଲୁଣ ମାରିବାକୁ ଏକାଠି ହୋଇଥିଲେ ହଜାର ହଜାର ସ୍ଥାନୀୟ ଲୋକେ। ଆଉ ଇଂରେଜ ଶାସନ ବିରୋଧରେ ଦେଇଥିଲେ ରଣହୁଙ୍କାର। ସେହିଦିନୁ ଅସ୍ତରଙ୍ଗ କୁହୁଡ଼ି ଲବଣ ସତ୍ୟାଗ୍ରହ ସ୍ୱାଧୀନତା ସଂଗ୍ରାମର ଐତିହାସିକ ଅଧ୍ୟାୟ। 

୧୯୩୦ ମେ ୨୧ରେ ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଲୁଣମରା ଆଇନ ଭଙ୍ଗ କରାଯାଇଥିଲା। ଲୁଣମରାକୁ ବେଆଇନ ଘୋଷଣା କରି ପୋଲିସ ଲାଠିଚାର୍ଜ ଓ ଗିରଫଦାରୀ କରିଥିଲା। ଆକ୍ରମଣ ଓ ଗିରଫଦାରୀ ସତ୍ତ୍ୱେ ସତ୍ୟାଗ୍ରହୀମାନେ ପଛକୁ ହଟିନଥିଲେ। ଇଂରେଜଙ୍କ ଆକ୍ରମଣରେ ଦୁଇଜଣ ସହିଦ ହୋଇଥିଲେ। ତଥାପି ଅନ୍ୟାୟ ଆଇନ ବିରୋଧରେ ଜାରି ରହିଥିଲା ଲୁଣମରା ଆନ୍ଦୋଳନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।